Advertisment

କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ: ୩୫ଶହ କିମି ରାସ୍ତା ଚାଲିଚାଲି ଯିବେ ରାହୁଲ ଗାନ୍ଧି!

ଚେନ୍ନାଇ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜିଠାରୁ କଂଗ୍ରେସ କନ୍ୟାକୁମାରୀ ଠାରୁ କଶ୍ମୀର ଯାଏ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ କନ୍ୟାକୁମାରୀ ଠାରୁ ଶୁଭାରମ୍ଭ କରିଛନ୍ତି। ଏହି ୩୫୦୦ କମି ପଦଯାତ୍ରାକୁ ୧୫୦ ଦିନ ମଧ୍ୟରେ ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। କଂଗ୍ରେସ ନେତା ଓ କର୍ମୀମାନେ ଲୋକମାନଙ୍କ ପାଖରେ ପହଞ୍ଚି କ୍ଷମତାସୀନ ବିଜେପିର ଜନ ବିରୋଧୀ ନୀତି […]

କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ: ୩୫ଶହ କିମି ରାସ୍ତା ଚାଲିଚାଲି ଯିବେ ରାହୁଲ ଗାନ୍ଧି!

Rahul-gandhi

Advertisment

ଚେନ୍ନାଇ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜିଠାରୁ କଂଗ୍ରେସ କନ୍ୟାକୁମାରୀ ଠାରୁ କଶ୍ମୀର ଯାଏ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ କନ୍ୟାକୁମାରୀ ଠାରୁ ଶୁଭାରମ୍ଭ କରିଛନ୍ତି। ଏହି ୩୫୦୦ କମି ପଦଯାତ୍ରାକୁ ୧୫୦ ଦିନ ମଧ୍ୟରେ ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।

Advertisment

କଂଗ୍ରେସ ନେତା ଓ କର୍ମୀମାନେ ଲୋକମାନଙ୍କ ପାଖରେ ପହଞ୍ଚି କ୍ଷମତାସୀନ ବିଜେପିର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବେ। ସେହିପରି ରାହୁଲ ଗାନ୍ଧି ନିଜେ ଚାଲି ଚାଲି ଦୀର୍ଘ ୩୫ଶହ କିମି ରାସ୍ତା ଅତିକ୍ରମ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ତେବେ କଂଗ୍ରେସର ଏହି ଭାରତ ଯୋଡ଼ୋ ପଦଯାତ୍ରାକୁ ବିଜେପି କଟାକ୍ଷ କରିଛି। ଏହା ଭାରତ ଯୋଡ଼ୋ ନୁହେଁ କଂଗ୍ରେସ ଯୋଡ଼ୋ କାର୍ଯ୍ୟକ୍ରମ। ଭାରତ ଯୋଡ଼ୋ ବଦଳରେ କଂଗ୍ରେସ ଯୋଡ଼ୋ ଉପରେ ଦଳ ଫୋକସ କରିବା ଦରକାର ବୋଲି ବିଜେପି କହିଛି।

Advertisment

ଆଜି ରାହୁଲ ଗାନ୍ଧି ଭାରତ ଯୋଡ଼ୋ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପୂର୍ବରୁ କଂଗ୍ରେସ ଓ ନେତାମାନଙ୍କୁ କହିଥିଲେ ଯେ “ଭାରତ ଏକ ଅନୁଷ୍ଠାନ ଯାହା ତ୍ରିରଙ୍ଗାକୁ ସୁରକ୍ଷିତ ରଖେ। ଭାରତର ମୁକ୍ତ ମିଡିଆ ତ୍ରିରଙ୍ଗାର ରକ୍ଷକ। ଭାରତ ଗୋଟିଏ ନ୍ୟାୟପାଳିକା, ଯାହା ତ୍ରିରଙ୍ଗାର ସୁରକ୍ଷା କରେ। ହେଲେ ଆଜି ଭାରତର ପ୍ରତିଟି ଅନୁଷ୍ଠାନ ବିଜେପି ଓ ଆରଏସଏସ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି।

ସେମାନେ ଭାବୁଛନ୍ତି ଏହି ତ୍ରିରଙ୍ଗା ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି। ସେମାନେ ଭାବୁଛନ୍ତି ଲୋକଙ୍କ ଭବିଷ୍ୟତ ସେମାନେ ଏକତରଫା ଭାବେ ନିର୍ଦ୍ଧାରିତ କରିବେ। ବିଜେପି ଓ ଆରଏସଏସ ଭାବୁଛନ୍ତି ସେମାନେ ଇଡି, ସିବିଆଇ ଓ ଆୟକର ବିଭାଗକୁ ବ୍ୟବହାର କରି ବିରୋଧୀଙ୍କୁ ଦୁର୍ବଳ କରିଦେବେ। ସେମାନେ କେତେ ଘଣ୍ଟା ଜେରା କରିବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବିଜେପିକୁ ଜଣେ ହେଲେ ବି ବିରୋଧୀ ଦଳର ନେତା ଭୟ କରିବେ ନାହିଁ।”

କଂଗ୍ରେସ ନିଜର ଭାରତ ଯୋଡ଼ୋ ଯାତ୍ରାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ପଦଯାତ୍ରା ଭାବେ ଅବିହିତ କରିଛି। ଆଜି କନ୍ୟାକୁମାରୀ ରାଲିରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି। ହେଲେ ପଦଯାତ୍ରା ଗୁରୁବାର ସକାଳୁ ହିଁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ଏହି ପଦଯାତ୍ରା ପଛରେ କୌଣସି ରାଜନୀତିକ ସ୍ୱାର୍ଥ ନଥିବା କଂଗ୍ରେସ କହିଛି। କେବଳ ଦେଶକୁ ଏକାଠି କରିବାକୁ ଏହା ଏକ ପ୍ରୟାସ ବୋଳି ଦଳର ନେତାମାନେ ମତ ରଖିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନାହାନ୍ତି।

ରାହୁଲ ଗାନ୍ଧି ଏହି ଭାରତ ଯୋଡ଼ୋ ପଦଯାତ୍ରାର ନେତୃତ୍ୱ ନେଉଛନ୍ତି। ସବୁ ଦିନ ସକାଳ ୭ଟାରୁ ସନ୍ଧ୍ୟା ୬.୩୦ ଯାଏ କଂଗ୍ରେସ ନେତା ଓ କର୍ମୀ ଦୁଇଟି ବ୍ୟାଚ୍‌ରେ ପଦଯାତ୍ରା କରିବେ। ଏହି ଯାତ୍ରା ସମୟରେ କଂଗ୍ରେସ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ କଶ୍ମୀରରେ ପହଞ୍ଚିବ। ରାହୁଲ ଗାନ୍ଧି ନିଜେ କନ୍ୟାକୁମାରୀ ଠାରୁ କଶ୍ମୀର ଯାଏ ଚାଲିଚାଲି ଯିବେ। ସେ ସନ୍ଧ୍ୟା ବେଳେ ଶିପିଂ କଣ୍ଟେନରରେ ବିଶ୍ରାମ ନେବେ। ଏହି କଣ୍ଟେନରରେ ବେଡ, ଟଏଲେଟ ଓ ଏସି ରହିଛି। ପଦଯାତ୍ରାରେ ସାମିଲ ହେବାକୁ ଥିବା ଅନ୍ୟମାନଙ୍କ ମଧ୍ୟ କଣ୍ଟେନର ବ୍ୟବସ୍ଥା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe