Advertisment

ବଢ଼ିଲା ସଂକ୍ରମଣ, ଏପ୍ରିଲ ୬ରୁ ଲକଡାଉନ୍‌

ରାୟପୁର: ଦିନକୁ ଦିନ ବଢ଼ୁଛି କରୋନା ମାମଲା। ପୁଣି ଧୀରେ ଧୀରେ ଫେରୁଛି ପୂର୍ବ ଭଳି ସ୍ଥିତି।  ଏହା ଦୃଷ୍ଟିରେ ରଖି ବିଭିନ୍ନ ଛତିଶଗଡ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୬ରୁ ୧୪ ଯାଏଁ ଏଠାରେ ସମୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି […]

ଅଦ୍ୟତନ ହୋଇଛି
ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସପ୍ତାହକ ପାଇଁ ଅମରାବତୀ ଲକଡାଉନ୍

Complete Lockdown In Chattisgarh's Durg:

Advertisment

ରାୟପୁର: ଦିନକୁ ଦିନ ବଢ଼ୁଛି କରୋନା ମାମଲା। ପୁଣି ଧୀରେ ଧୀରେ ଫେରୁଛି ପୂର୍ବ ଭଳି ସ୍ଥିତି।  ଏହା ଦୃଷ୍ଟିରେ ରଖି ବିଭିନ୍ନ ଛତିଶଗଡ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୬ରୁ ୧୪ ଯାଏଁ ଏଠାରେ ସମୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।

Advertisment

ଲକ୍‌ଡାଉନ୍‌ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଲକଡାଉନ ହଟାଯିବ, କିନ୍ତୁ ଯଦି ସଂକ୍ରମଣ ବଢ଼େ ତେବେ ଲକଡାଉନ ଅବଧିକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ତାଲାବନ୍ଦ ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ତଥା ଘରୁ ନ ବାହାରିବା ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି।

Advertisment

ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ବେଶ୍‌ ଜରୁରୀ । ତେଣୁ ଲକଡାଉନ୍‌ ହିଁ ଏକ ମାତ୍ର ମାଧ୍ୟମ । ତାଲାବନ୍ଦ ମାଧ୍ୟମରେ ବଢ଼ୁଥିବା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେଠାକାର ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁର୍ଗ୍‌ରେ ଗୁରୁବାର ଦିନ ୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଛତିଶଗଡ ରାଜଧାନୀ ରାୟପୁରରେ ମଧ୍ୟ ୧୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଗ୍‌ରେ ମୋଟ ୪୦,୦୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧୪ ଜଣଙ୍କ ମୃତ୍ୟ ହୋଇସାରିଲାଣି ।

https://twitter.com/ANI/status/1377889210602950657?s=20

Lockdown In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe