Advertisment

ଶୁକ୍ରବାର ଠାରୁ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ଟାରୁ ମାର୍କେଟ ବନ୍ଦ

ଜୟପୁର: ମହାମାରୀ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ରଜସ୍ଥାନରେ କରୋନା ସ୍ଥିତି ଉତ୍କଟ ହେଉଥିବାରୁ ସରକାର ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଠାରୁ ରାଜ୍ୟର ସବୁ ସହରରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗିବ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ଏହି ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ। ଏପ୍ରିଲ ୩୦ ଯାଏ ଏହି ନିୟମ କାର୍ଯ୍ୟକାରୀ ହେବ। କରୋନା […]

ଅଦ୍ୟତନ ହୋଇଛି
ଶୁକ୍ରବାର ଠାରୁ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ଟାରୁ ମାର୍କେଟ ବନ୍ଦ

curfew

Advertisment

ଜୟପୁର: ମହାମାରୀ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ରଜସ୍ଥାନରେ କରୋନା ସ୍ଥିତି ଉତ୍କଟ ହେଉଥିବାରୁ ସରକାର ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଠାରୁ ରାଜ୍ୟର ସବୁ ସହରରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗିବ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ଏହି ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ। ଏପ୍ରିଲ ୩୦ ଯାଏ ଏହି ନିୟମ କାର୍ଯ୍ୟକାରୀ ହେବ। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

ସରକାରଙ୍କ ଘୋଷଣା ଅନୁଯାୟୀ, କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ଲାଗିବାକୁ ଥିଲେ ହେଁ ୫ଟାରୁ ସବୁ ମାର୍କେଟ ବନ୍ଦ ହେବ। ୫ଟା ପରେ କୌଣସି ପ୍ରତିଷ୍ଠାନ ଓ ଦୋକାନ ଖୋଲି ପାରିବ ନାହିଁ। ସମସ୍ତ ସରକାରୀ ଅଫିସ ୪ଟା ସୁଦ୍ଧା ବନ୍ଦ ହେବ।

ସେହିପରି ଶୁକ୍ରବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ହେବ। କୌଣସି ସମାବେଶ ଓ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ। ସ୍ପୋର୍ଟସ କମ୍ଲେକ୍ସ ମଧ୍ୟ ୩୦ ତାରିଖ ଯାଏ ବନ୍ଦ ରହିବ। ପୂର୍ବରୁ ବାହାଘର ପାଇଁ ୧୦୦ ଜଣଙ୍କୁ ଅନୁମତି ମିଳୁଥିବା ବେଳେ ସରକାର ଏହାକୁ ୫୦କୁ ହ୍ରାସ କରିଛନ୍ତି।

Advertisment
Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe