Advertisment

'ବିବାହିତ ମହିଳାଙ୍କ ସହ ଲିଭ୍ ଇନ୍ ରିଲେସନଶିପ ଅବୈଧ'

ଜୟପୁର: ରାଜସ୍ଥାନ ହାଇକୋର୍ଟ ଗୋଟିଏ ମାମଲାର ଅନୁଧ୍ୟାନ କରି କହିଛନ୍ତି ଯେ, ଜଣେ ପୁରୁଷ ବିବାହିତ ମହିଳା ସହିତ ଲିଭ୍ ଇନ୍ ରିଲେସନଶିପରେ ରହିବା ‘ଅବୈଧ, ଅସାମାଜିକ ଏବଂ ଆଇନ ବିରୋଧୀ’। ତେଣୁ ଏହି ତଥା କଥିତ ଦମ୍ପତିଙ୍କୁ ପୁଲିସ ସୁରକ୍ଷା ଦେଇ ହେବନି ବୋଲି କୋର୍ଟ କହିଛନ୍ତି। ଏହି ଦୁଇ ଜଣ ଲିଭ୍ ଇନ୍ ରିଲେସନଶିପରେ ରହିବା ପରେ ଅନେକ ଧମକ ଆସୁଥିବା ଅଭିଯୋଗ କରି ସୁରକ୍ଷା ଲୋଡିଥିଲେ। ଆବେଦନକାରୀ ମହିଳାଙ୍କ ବୟସ ୩୦ ହୋଇଥିବାବେଳେ […]

ଅଦ୍ୟତନ ହୋଇଛି
ମାଇକ୍‌ ଅଫ୍‌ କରିବାକୁ ଭୁଲିଗଲେ ଓକିଲ; କହିଦେଲେ ଏପରି କଥା, ଜଜ୍‌ ଖପ୍ପା

judgement

Advertisment

ଜୟପୁର: ରାଜସ୍ଥାନ ହାଇକୋର୍ଟ ଗୋଟିଏ ମାମଲାର ଅନୁଧ୍ୟାନ କରି କହିଛନ୍ତି ଯେ, ଜଣେ ପୁରୁଷ ବିବାହିତ ମହିଳା ସହିତ ଲିଭ୍ ଇନ୍ ରିଲେସନଶିପରେ ରହିବା ‘ଅବୈଧ, ଅସାମାଜିକ ଏବଂ ଆଇନ ବିରୋଧୀ’। ତେଣୁ ଏହି ତଥା କଥିତ ଦମ୍ପତିଙ୍କୁ ପୁଲିସ ସୁରକ୍ଷା ଦେଇ ହେବନି ବୋଲି କୋର୍ଟ କହିଛନ୍ତି। ଏହି ଦୁଇ ଜଣ ଲିଭ୍ ଇନ୍ ରିଲେସନଶିପରେ ରହିବା ପରେ ଅନେକ ଧମକ ଆସୁଥିବା ଅଭିଯୋଗ କରି ସୁରକ୍ଷା ଲୋଡିଥିଲେ।

Advertisment

ଆବେଦନକାରୀ ମହିଳାଙ୍କ ବୟସ ୩୦ ହୋଇଥିବାବେଳେ ପୁରୁଷଙ୍କ ବୟସ ୨୭ ବର୍ଷ ବୋଲି ଜଣାପଡ଼ିଛି। ଉଭୟ ରାଜସ୍ଥାନର ଝୁନଝୁନୁ ଜିଲ୍ଲାର। ଆବେଦନକାରୀଙ୍କ ଓକିଲ କହିଥିଲେ, ଉଭୟ ପ୍ରାପ୍ତ ବୟସ୍କ। ଏବେ ସେମାନେ ଲିଭ୍ ଇନ୍ ରିଲେସନଶିପରେ ରହୁଛନ୍ତି। ଆବେଦନକାରୀ କହିଛନ୍ତି, ମହିଳା ଜଣଙ୍କ ବିବାହିତ ହେଲେ ତାଙ୍କ ସ୍ୱାମୀଙ୍କ ନିଷ୍ଠୁର ନିର୍ଯାତନା ଅସହ୍ୟ ହେବାରୁ ଘର ଛାଡ଼ି ଅଲଗା ରହୁଛନ୍ତି। ଏହାପରେ ମହିଳାଙ୍କ ସ୍ୱାମୀଙ୍କ ପକ୍ଷ ରଖୁଥିବା ଓକିଲ କହିଥିଲେ, ଆବେଦନକାରୀ ଯେଉଁ ସମ୍ପର୍କ ରଖିଛନ୍ତି ତାହା ଅବୈଧ। ତେଣୁ ଏହି ତଥାକଥିତ ଦମ୍ପତିଙ୍କୁ ପୁଲିସ ସୁରକ୍ଷା ଦେବାର ଆବଶ୍ୟକତା ନାହିଁ ବୋଲି ଆବେଦନକାରୀ କହିଛନ୍ତି ବୋଲି ଜାତୀୟ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସରେ ଏକ ରିପୋର୍ଟ ପ୍ରକାଶ କରିଛି।

ଏହାପରେ କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ତଥ୍ୟ ଏବଂ ପ୍ରମାଣରୁ ଏହା ସ୍ପଷ୍ଟ ହୋଇଛି ଯେ ଆବେଦନକାରୀ ଜଣଙ୍କ ବିବାହିତା। ସେ ଛାଡ଼ପତ୍ର ନଦେଇ ଅନ୍ୟ ଜଣଙ୍କ ସହ ଲିଭ୍ ଇନ୍ ରିଲେସିନଶିପରେ ରହୁଛନ୍ତି। ତେଣୁ ଏହି ସମ୍ପର୍କ ଅବୈଧ।

Advertisment

କୋର୍ଟ କହିଛନ୍ତି ଯଦି ଏପରି ଅବୈଧ ସମ୍ପର୍କକୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ ତାହେଲେ ଏହାର ଅର୍ଥ ପରୋକ୍ଷରେ ବୁଝାଇବ ଅବୈଧ ସମ୍ପର୍କକୁ ସୁରକ୍ଷା ଯୋଗାଇ ଦିଆଯାଉଛି। ତେବେ କୋର୍ଟ କହିଛନ୍ତି ଯଦି ଆବେଦନକାରୀଙ୍କ ସହିତ କୌଣସି ଅପରାଧ ହୁଏ ତାହେଲେ ସେ ସ୍ଥାନୀୟ ଥାନାରେ ଏତଲା ଦେଇ ଆଇନଗତ ସହାୟତା ନେଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe