Advertisment

ଲ୍ୟାଣ୍ଡିଂର ୭ ମିନିଟ ପୂର୍ବରୁ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିବୃତି ରଖିଛନ୍ତି। ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟରଟି କେତେବଳେ ଏୟାରବେସ୍‌ରୁ ଉଡାଣ ଭରିଥିଲା ଏବଂ କ’ଣ ଘଟିଥିଲା, ସେ ନେଇ ଗୃହରେ ସବୁ ତଥ୍ୟ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସିଡିଏସ୍‌ ବିପିନ୍‌ ରାୱତ ସୁଲୁର୍ ଏୟାର ବେସ୍‌ରୁ ୧୧ଟା ୪୮ ମିନିଟ୍‌ରେ ହେଲିକପ୍ଟରରେ ଉଡ଼ାଣ ଭରିଥିଲେ। ୧୨ଟା ୮ରେ ହେଲିକପ୍ଟର ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। […]

ଅଦ୍ୟତନ ହୋଇଛି
ଲ୍ୟାଣ୍ଡିଂର ୭ ମିନିଟ ପୂର୍ବରୁ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା

Rajnath on bipin rawat

Advertisment

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିବୃତି ରଖିଛନ୍ତି। ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟରଟି କେତେବଳେ ଏୟାରବେସ୍‌ରୁ ଉଡାଣ ଭରିଥିଲା ଏବଂ କ'ଣ ଘଟିଥିଲା, ସେ ନେଇ ଗୃହରେ ସବୁ ତଥ୍ୟ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

Advertisment

ସିଡିଏସ୍‌ ବିପିନ୍‌ ରାୱତ ସୁଲୁର୍ ଏୟାର ବେସ୍‌ରୁ ୧୧ଟା ୪୮ ମିନିଟ୍‌ରେ ହେଲିକପ୍ଟରରେ ଉଡ଼ାଣ ଭରିଥିଲେ। ୧୨ଟା ୮ରେ ହେଲିକପ୍ଟର ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ୧୨ଟା ୧୫ରେ ୱିଲିଙ୍ଗଟନ୍‌ରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଥିଲା। ତେବେ ଲ୍ୟାଣ୍ଡିଂର ୭ ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କହିଛନ୍ତି ରାଜନାଥ ସିଂହ।

ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସିଡିଏସ୍‌ ବିପିନ୍‌ ରାୱତ ଓ ତାଙ୍କ ପତ୍ନୀ ଥିଲେ। ସେପଟେ ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହ ଗୁରୁତର ଅଛନ୍ତି। ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିର ଅଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ଚେଷ୍ଟା ଚାଲିଛି ବୋଲି ସଂସଦରେ କହିଛନ୍ତି ରାଜନାଥ ସିଂହ।

Advertisment

ସେ କହିଛନ୍ତି, ସ୍ଥାନୀୟ ଲୋକେ ନିଆଁ ଜଳୁଥିବା ନେଇ ସୂଚନା ଦେଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ମୃତକଙ୍କ ପାର୍ଥୀବ ଶରୀର ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଅଣାଯିବ। ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେବେ। ଗତକାଲି ତଦନ୍ତକାରୀ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ଣ୍ଣ ସାମରିକ ସମ୍ମାନ ସହିତ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କର ମଧ୍ୟ ସମ୍ମାନର ସହିତ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

Army Chopper Crash CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe