Advertisment

କରୋନା ଫାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: କରୋନା କବଳରେ ପ୍ରତିରକ୍ଷା ମନ୍ତ୍ରୀ। ସାରା ବିଶ୍ୱକୁ କଲବଲ କରୁଥିବା କରୋନା କବଳରୁ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବାଦ୍‌ ପଡିନାହାନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ୭୦ ବର୍ଷୀୟ ପ୍ରତିରକ୍ଷାମନ୍ତ୍ରୀଙ୍କ  ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଗତ ଏକ ସପ୍ତାହ […]

ଅଦ୍ୟତନ ହୋଇଛି
ସୀମାରେ ଭିତ୍ତିଭୂମି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଆର୍‌ଓକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶ

Rajnath singh

Advertisment

ନୂଆଦିଲ୍ଲୀ: କରୋନା କବଳରେ ପ୍ରତିରକ୍ଷା ମନ୍ତ୍ରୀ। ସାରା ବିଶ୍ୱକୁ କଲବଲ କରୁଥିବା କରୋନା କବଳରୁ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବାଦ୍‌ ପଡିନାହାନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Advertisment

୭୦ ବର୍ଷୀୟ ପ୍ରତିରକ୍ଷାମନ୍ତ୍ରୀଙ୍କ  ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ନିଜକୁ ଆଇସୋଲେଟ କରିବା ସହ କରୋନା ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି।

https://twitter.com/rajnathsingh/status/1480489587088584706?s=20

ଭାରତରେ ଗତ କିଛି ହେଲା କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ରାଜନାଥ ସିଂହଙ୍କ ପୂର୍ବରୁ ରବିବାର ଦିନ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ମନ୍ତ୍ରୀ ଆଉ ନେତା ମଧ୍ୟ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

Advertisment

ଚାରିଆଡେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ଜାରି ରହିଛି ଆତଙ୍କ। ଏହି କାରଣ ଯୋଗୁଁ ଲୋକଙ୍କୁ ସୁରକ୍ଷିତ ରହିବା ଏବଂ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। କୁହାଯାଉଛି ଯେ, ଭାରତରେ ଫେବ୍ରୁଆରୀ ମାସ ଆଡକୁ କରୋନା ଚରମ ସୀମାରେ ପହଞ୍ଚିବ। ପିକ୍‌ ମୋଡରେ ରହିବ କରୋନା। ଏହାପରେ ଧୀରେ ଧୀରେ କମିବ।

ସୂଚନା ମୁତାବକ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷ ମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ। ସୋମବାର ଦିନ ୧,୭୯,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ବର୍ତ୍ତମାନ ଯାଏଁ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପି ସାରିଲାଣି। ଏବେ ସୁଦ୍ଧା ଓମିକ୍ରନର ୪,୦୩୩ ମାମଲା ସାମ୍ନାକୁ ଆସିଛି।

https://twitter.com/PandaJay/status/1480492532287303680?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe