Advertisment

'ନିଲମ୍ୱିତ ଟିଏମସି ସାଂସଦ କବାଟ କାଚ ଭାଙ୍ଗିବା ଦୁର୍ଭାଗ୍ୟଜନକ'

ନୂଆଦିଲ୍ଲୀ: ବୁଧବାର ବିଶୃଙ୍ଖଳିତ ଆଚରଣ ପାଇଁ ୬ ଟିଏମସି ସାଂସଦ ରାଜ୍ୟସଭାରୁ ନିଲମ୍ୱିତ ହୋଇଥିଲେ। ସେଥିମଧ୍ୟରୁ ଅର୍ପିତା ଘୋଷ ନାମକ ସାଂସଦ ସଂସଦ ପରିସରରେ ଥିବା ଏକ କବାଟର କାଚ ଭାଙ୍ଗିଛନ୍ତି। ଆଜି ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଏହା କହିଛନ୍ତି। ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ହରିବଂଶ କହିଛନ୍ତି, ବୁଧବାର ନିଲମ୍ୱିତ ଟିଏମସି ସାଂସଦ ଅର୍ପିତା ଘୋଷ ସଂସଦ ପରିସରରେ ଥିବା ଏକ କବାଟର କାଚ ଭାଙ୍ଗିଛନ୍ତି। ଜଣେ […]

ଅଦ୍ୟତନ ହୋଇଛି
'ନିଲମ୍ୱିତ ଟିଏମସି ସାଂସଦ କବାଟ କାଚ ଭାଙ୍ଗିବା ଦୁର୍ଭାଗ୍ୟଜନକ'

Rajya Sabha deputy chairman

Advertisment

ନୂଆଦିଲ୍ଲୀ: ବୁଧବାର ବିଶୃଙ୍ଖଳିତ ଆଚରଣ ପାଇଁ ୬ ଟିଏମସି ସାଂସଦ ରାଜ୍ୟସଭାରୁ ନିଲମ୍ୱିତ ହୋଇଥିଲେ। ସେଥିମଧ୍ୟରୁ ଅର୍ପିତା ଘୋଷ ନାମକ ସାଂସଦ ସଂସଦ ପରିସରରେ ଥିବା ଏକ କବାଟର କାଚ ଭାଙ୍ଗିଛନ୍ତି। ଆଜି ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଏହା କହିଛନ୍ତି। ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Advertisment

ହରିବଂଶ କହିଛନ୍ତି, ବୁଧବାର ନିଲମ୍ୱିତ ଟିଏମସି ସାଂସଦ ଅର୍ପିତା ଘୋଷ ସଂସଦ ପରିସରରେ ଥିବା ଏକ କବାଟର କାଚ ଭାଙ୍ଗିଛନ୍ତି। ଜଣେ ମହିଳା କର୍ମଚାରୀଙ୍କ ସହିତ ଏହି ସମୟରେ ସେ ହାତାହାତି ମଧ୍ୟ ହୋଇଛନ୍ତି। ମହିଳା କର୍ମଚାରୀ ଜଣଙ୍କ ଏ ନେଇ ଟିଏମସି ସାଂସଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।  ଏବେ ଏହି ମାମଲାର ଅନୁଧ୍ୟାନ ହେଉଛି। ଏହା ଦୁର୍ଭାଗ୍ୟଜନକ।

ଏହାପରେ ଟିଏମସି ସାଂସଦ ସୁଖେନ୍ଦୁ ରୟ କହିଛନ୍ତି, ସାଂସଦ ଜଣଙ୍କ ଗତକାଲି ପାଇଁ ନିଲମ୍ୱିତ ହୋଇଥିଲେ। ହେଲେ ସଂସଦ ବି ଗତକାଲି ପାଇଁ ସ୍ଥଗିତ ରହିଥିଲା। ତେଣୁ ସେ ସଂସଦ ଭିତରକୁ ଆସିବା ପାଇଁ ଚାହୁଁଥିଲେ ଏଥିରେ ଅସୁବିଧା କେଉଁଠି ରହିଲା ବୋଲି ସେ କହିଛନ୍ତି।

Advertisment

ଜବାବରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାର ନେତା ପୀୟୁଷ ଗୋୟେଲ କହିଛନ୍ତି, ସଂସଦ ପରିସରରେ ସଫେଇ କାର୍ଯ୍ୟ ଚାଲିଥିଲା। ତେଣୁ କର୍ମଚାରୀ ଜଣଙ୍କ ସଂସଦ ଭିତରକୁ ନଯିବାକୁ କହିଥିଲେ। ହେଲେ ଯାହା ବି ଟିଏମସି ସାଂସଦ ଜଣଙ୍କ କରିଛନ୍ତି ତାହା ଦୁର୍ଭାଗ୍ୟଜନକ।

ସେହିପରି କଂଗ୍ରେସ ଦଳର ନେତା ମଲିକାର୍ଜୁନ ଖାଡଗେ କହିଛନ୍ତି, ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରୁଛନ୍ତି। ଏହା କିଛି ଖରାପ ନୁହେଁ। ଏହା ବି ଗଣତନ୍ତ୍ରର ଗୋଟିଏ ପ୍ରକ୍ରିୟା। ଏହା ଗଣତନ୍ତ୍ରର ଏକ ଅଧୀକାର। ଗୃହର ପୂର୍ବତନ ସଦସ୍ୟ ସ୍ୱର୍ଗତ ଅରୁଣ ଜେଟଲୀ କହିଥିଲେ ବିରୋଧ କରିବା ଗଣତନ୍ତ୍ରର ଏକ ପ୍ରକ୍ରିୟା ବୋଲି ଖାଡଗେ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ପେଗାସସ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରୁଥିଲେ ଟିଏମସିର ୬ ସାଂସଦ। ଏହାପରେ ଗୃହର ଅଧ୍ୟକ୍ଷ ନିଜ ଚେୟାରରୁ ଉଠି ସମସ୍ତଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ କହିଥିଲେ। ଧାରା ୨୫୫ ଅନୁଯାୟୀ ଗୃହର ଅଧ୍ୟକ୍ଷଙ୍କୁ ପ୍ଲାକାର୍ଡ ଦେଖାଇ ହୋ ହାଲ୍ଲା କରୁଥିବା ସାଂସଦଙ୍କୁ ନିଲମ୍ଵନ କରିଥିଲେ ଭେଙ୍କେୟା ନାଇଡୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe