Advertisment

ସରକାରୀ ତାଲିବାନୀ ଦେଶକୁ ନିୟନ୍ତ୍ରଣରେ ରଖିଛନ୍ତି: ରାକେଶ ଟିକାୟତ

ନୂଆଦିଲ୍ଲୀ: ସରକାରୀ ତାଲିବାନୀ ଦେଶକୁ ନିୟନ୍ତ୍ରଣରେ ରଖିଛନ୍ତି। ଦେଶରେ ସରକାରୀ ତାଲିବାନର ଜଣେ କମାଣ୍ଡର ଅଛନ୍ତି। ଏହି କମାଣ୍ଡର ଚାଷୀଙ୍କ ଉପରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ନେତା ରାକେଶ ଟିକାୟତ ହରିଆଣା କର୍ଣ୍ଣଲର ଏସଡିଏମ ଆୟୁଷ ସିହ୍ନାଙ୍କର ଏକ ଭାଇରାଲ ଭିଡିଓରେ  ପ୍ରତିକ୍ରିୟା ପ୍ରକାଶ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି। ଭାଇରାଲ ଭିଡିଓରେ ଆଇଏଏସ ଜଣଙ୍କ ଜଣେ ପୁଲିସ କର୍ମଚାରୀଙ୍କୁ ଚାଷୀଙ୍କ ମୁଣ୍ଡ ଉପରେ ଲାଠି ଚାର୍ଜ କରିବାକୁ କହୁଥିବା ଦେଖିବାକୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଦେଶବ୍ୟାପୀ ହେବ ଚାଷୀ ଆନ୍ଦୋଳନ, ସାମିଲ ହେବ ୪୦ ଲକ୍ଷ ଟ୍ରାକ୍ଟର

Rakesh

ନୂଆଦିଲ୍ଲୀ: ସରକାରୀ ତାଲିବାନୀ ଦେଶକୁ ନିୟନ୍ତ୍ରଣରେ ରଖିଛନ୍ତି। ଦେଶରେ ସରକାରୀ ତାଲିବାନର ଜଣେ କମାଣ୍ଡର ଅଛନ୍ତି। ଏହି କମାଣ୍ଡର ଚାଷୀଙ୍କ ଉପରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ନେତା ରାକେଶ ଟିକାୟତ ହରିଆଣା କର୍ଣ୍ଣଲର ଏସଡିଏମ ଆୟୁଷ ସିହ୍ନାଙ୍କର ଏକ ଭାଇରାଲ ଭିଡିଓରେ  ପ୍ରତିକ୍ରିୟା ପ୍ରକାଶ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି। ଭାଇରାଲ ଭିଡିଓରେ ଆଇଏଏସ ଜଣଙ୍କ ଜଣେ ପୁଲିସ କର୍ମଚାରୀଙ୍କୁ ଚାଷୀଙ୍କ ମୁଣ୍ଡ ଉପରେ ଲାଠି ଚାର୍ଜ କରିବାକୁ କହୁଥିବା ଦେଖିବାକୁ ମିିଳିଛି।

Advertisment

ରାକେଶ ଟିକାୟତ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗତକାଲି ଜଣେ ଅଧିକାରୀ (ପୁଲିସ କର୍ମଚାରୀ) ଚାଷୀଙ୍କ ମୁଣ୍ଡରେ ଆଘାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଆମକୁ ଖଲିସ୍ତାନୀ ବୋଲି ଡାକନ୍ତି। ଯଦି ତୁମେ ଆମକୁ ଖାଲିସ୍ତାନୀ ଏବଂ ପାକିସ୍ତାନୀ ବୋଲି କହୁଛ, ତାହେଲେ ଆମେ କହିବୁ ଯେ ଆପଣ ମାନେ 'ସରକାରୀ ତାଲିବାନୀ' ଦେଶକୁ ନିୟନ୍ତ୍ରଣ କରିଛି।

ଟିକାୟତ କହିଛନ୍ତି, 'ଯେଉଁ ଅଧିକାରୀମାନେ ଚାଷୀଙ୍କ ମୁଣ୍ଡ କାଟିବା କଥା କହୁଛନ୍ତି ସେମାନଙ୍କୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବା ଉଚିତ୍। ଟିକାୟତ ରବିବାର କର୍ଣ୍ଣେଲର ଏକ ଡାକ୍ତରଖାନା ପରିଦର୍ଶନ କରି କିଛି ଆହତ ଚାଷୀଙ୍କୁ ଭେଟିଥିଲେ। ଏହି ସମୟରେ ପୁଲିସ ଦ୍ୱାରା ହୋଇଥିବା ଲାଠି ଚାର୍ଜକୁ ସେ ନିନ୍ଦା କରିଥିଲେ। ଟିକାୟତ କହିଛନ୍ତି ଯେ କର୍ଣ୍ଣେଲରେ ଚାଷୀଙ୍କ ଉପରେ ହୋଇଥିବା ଷଡଯନ୍ତ୍ର ପଛରେ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପାଇଁ ହୋଇଛି। ଚାଷୀଙ୍କ ସ୍ୱରକୁ ଦମନ କରିବା ପାଇଁ ସରକାର ଲାଠି ବ୍ୟବହାର କରୁଛନ୍ତି।

Advertisment

ଶନିବାର କର୍ଣ୍ଣେଲରେ କେନ୍ଦ୍ର ତଥା ରାଜ୍ୟର ଶାସକ ଦଳ ବିଜେପିର ଏକ ବୈଠକ ବସିଥିଲା। ଏହାକୁ ବିରୋଧ କରିବା ସମୟରେ ହରିଆଣା କ୍ୟାଡରର ୨୦୧୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆୟୁଷ ସିହ୍ନାଙ୍କ ଏକ ଭିଡିଓ ରେକର୍ଡିଂ ହୋଇଥିଲା। ଯେଉଁଥିରେ ସେ ପୁଲିସ କର୍ମଚାରୀଙ୍କୁ କହିଛନ୍ତି ଯେ ସମସ୍ତଙ୍କ ମୁଣ୍ଡ ଉପରେ ଲାଠିରେ ମାଡ଼ ମାରିବ ପାଇଁ। ଆମ ପାଖରେ ସମସ୍ତ ପ୍ରକାର କ୍ଷମତା ରହିଛି,  ଏମାନଙ୍କ ପାଇଁ ଆମେ ଗତ ଦୁଇ ଦିନ ହେବ ଶୋଇନାହୁଁ। କିନ୍ତୁ ଏମାନେ ଏଠାରେ ଆସି ଶୋଇ ପଡ଼ୁଛନ୍ତି। କୌଣସି ବ୍ୟକ୍ତି ମୋ ପାଖକୁ ଆସିବା ଉଚିତ୍ ନୁହେଁ | ଯଦି ସେ ଆସନ୍ତି, ତା’ର ମୁଣ୍ଡ ଫଟେଇବା ଠିକ୍ ହେବ। ହେଲେ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ କେବଳ ଲାଠି ଚାର୍ଜର ମାଡ଼ କଥା କେବଳ ଉଲ୍ଲେଖ ରହିଛି।

ଏହି ଭିଡିଓ ଭାଇରାଲ ଭିଡିଓ ନେଇ ହରିଆଣା ଉପମୁଖ୍ୟମନ୍ତ୍ରୀ କହିଛନ୍ତି, 'ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ଚାଷୀଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର ନିନ୍ଦନୀୟ। ସେମାନଙ୍କ ବିରୋଧରେ ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।