Advertisment

'ରାକେଶ ଟିକାୟତ ୧୦୦% ବେଇମାନ, ଆତଙ୍କ ସୃଷ୍ଟି କରୁଛନ୍ତି'

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ନାଁରେ ରାକେଶ ଟିକାୟତ ଆତଙ୍କ ସୃଷ୍ଟି କରୁଛନ୍ତି। ସେ ଜଣେ ୧୦୦% ବେଇମାନ। ଆଜି ଏଭଳି କହି ଭାରତୀୟ କିଷାନ ୟୁନିଅନର ଅଧ୍ୟକ୍ଷ ଭାନୁ ପ୍ରତାପ ସିଂହ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରେ ବର୍ଷିଛନ୍ତି। ଦିଲ୍ଲୀ ସୀମାରେ ରାକେଶ ଟିକାୟତ ଆତଙ୍କ ସୃଷ୍ଟି କରିବା ସହିତ ଲୋକଙ୍କୁ ମାରପିଟ୍ କରୁଥିବା ଭାନୁ ପ୍ରତାପ କହିଛନ୍ତି। ରାକେଶ ଟିକାୟତଙ୍କ ସଂଗଠନର କୌଣସି ବ୍ୟକ୍ତି ଅନୁଶାସନ ଜାଣି ନାହାନ୍ତି ବୋଲି ଭାନୁ ପ୍ରତାପ କହିଛନ୍ତି। […]

ଅଦ୍ୟତନ ହୋଇଛି
ଆଲୋଚନା ପାଇଁ ପ୍ରସ୍ତାବ ଦେଇଛୁ, ଉତ୍ତର ଆସିନି: ରାକେଶ ଟିକାୟତ

Rakesh-Tikait

Advertisment

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ନାଁରେ ରାକେଶ ଟିକାୟତ ଆତଙ୍କ ସୃଷ୍ଟି କରୁଛନ୍ତି। ସେ ଜଣେ ୧୦୦% ବେଇମାନ। ଆଜି ଏଭଳି କହି ଭାରତୀୟ କିଷାନ ୟୁନିଅନର ଅଧ୍ୟକ୍ଷ ଭାନୁ ପ୍ରତାପ ସିଂହ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରେ ବର୍ଷିଛନ୍ତି। ଦିଲ୍ଲୀ ସୀମାରେ ରାକେଶ ଟିକାୟତ ଆତଙ୍କ ସୃଷ୍ଟି କରିବା ସହିତ ଲୋକଙ୍କୁ ମାରପିଟ୍ କରୁଥିବା ଭାନୁ ପ୍ରତାପ କହିଛନ୍ତି। ରାକେଶ ଟିକାୟତଙ୍କ ସଂଗଠନର କୌଣସି ବ୍ୟକ୍ତି ଅନୁଶାସନ ଜାଣି ନାହାନ୍ତି ବୋଲି ଭାନୁ ପ୍ରତାପ କହିଛନ୍ତି।

Advertisment

ୟୁପିର ମୁଜାଫରନଗରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହେଉଥିବା ବେଳେ ସେ କହିଛନ୍ତି, ଆମ ସଂଗଠନର କୌଣସି ସଦସ୍ୟ ଆତଙ୍କ ସୃଷ୍ଟି କରନ୍ତି ନାହିଁ। ସମସ୍ତେ ନିଜ ନିଜର ଲକ୍ଷ୍ମଣ ରେଖା ଜାଣବି ସହିତ ଅନୁଶାସନ ଜାଣିଛନ୍ତି। ସଚ୍ଚୋଟ ଭାବରେ କାମ କରନ୍ତି। ଯାହାକି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ରାକେଶ ଟିକାୟତଙ୍କ ସଦସ୍ୟ କରୁ ନାହାନ୍ତି। ଆତଙ୍କ ସୃଷ୍ଟି କରିବା ରାକେଶଙ୍କ ସଂଗଠନର ଉଦ୍ଦେଶ୍ୟ। ହେଲେ ଆମର ଏପରି ଉଦ୍ଦେଶ୍ୟ କେବେ ନାହିଁ କି ଆଗକୁ ରହିବ ନାହିଁ।

ଅନେକ ସମୟରେ ପ୍ରତିପକ୍ଷ ସଂଗଠନ କହୁଛି ଲକ୍ଷ୍ନୌକୁ ଦିଲ୍ଲୀ କରିଦେବେ, ସଂସଦରେ ଗହମ ଭର୍ତ୍ତି କରିଦେବେ। ହେଲେ ସେମାନେ ବୋଧହୁଏ ଜାଣି ନାହାନ୍ତି ସଂସଦ ତିଆରି ହୋଇନି ଗହମ ରଖିବାକୁ। ବରଂ ଏଠାରେ ସାଂସଦ ମନେ କାମ କରନ୍ତି। ଆଉ ଏହି ସଂସଦରୁ ଆଇନ୍ ତିଆରି ହୁଏ।

Advertisment

ଭାନୁ ପ୍ରତାପ କହିଛନ୍ତି, ରାକେଶ ଟିକାୟତ ଆନ୍ଦୋଳନ ନାଁରେ ଦିଲ୍ଲୀରେ ଆତଙ୍କ ସୃଷ୍ଟି କରୁଛନ୍ତି। ତାଙ୍କ କାମରେ ସଚ୍ଚୋଟ ଭାବର ଅଭାବ ରହିଛି। ସେ ଜଣେ ଶତ ପ୍ରତିଶତ ବେଇମାନ ଲୋକ। ଭାନୁ ପ୍ରତାପ କହିଛନ୍ତି, ନୂଆ କୃଷି ଆଇନରେ କୌଣସି ଅସୁବିଧା ନାହିଁ। ତାଙ୍କର ଦାବି ରହିଛି ଯେ ସରକାର କିସାନ ଆୟୋଗ ଗଠନ କରନ୍ତୁ। ଏଥିପାଇଁ ଚାଷୀ ନେତାଙ୍କ ସହ ସରକାର ଆଲୋଚନା କରିବା ଦରକାର।

ଅନ୍ୟପଟେ ରାକେଶ ଟିକାୟତ ଆଜି କହିଛନ୍ତି, କେନ୍ଦ୍ରର ମୋଦି ସରକାର ଏବେ କମ୍ପାନୀ ଦ୍ୱାରା ପରିଚାଳିତ। ଦେଶରେ ଏବେ ରାଜନୀତିକ ଦଳ ସରକାର ଚଳାଉ ନାହାନ୍ତି ବରଂ କମ୍ପାନୀ ସରକାର ଚଳାଉଛନ୍ତି। ନିର୍ବାଚନ ବେଳେ ବିଜେପି ନେତା ନାରା ଦେଉଛନ୍ତି ଅବ୍ କି ବାର ମୋଦି ସରକାର। ବେଲେ ଅସଲରେ ଏହା କମ୍ପାନୀ ସରକାର ବୋଲି ରାକେଶ ଟିକାୟତ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe