Advertisment

ଟିକାୟତଙ୍କ ହୁଙ୍କାର, ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ନେତାଙ୍କ ପ୍ରଦର୍ଶନ ଜାରି ରହିଛି। ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହାକୁ ଲକ୍ଷ୍ୟ କରି ଶାସକ ଦଳ ବିଜେପିରେ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖି ପଶ୍ଚିମ ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ଚାଷୀ ମାନେ ମହା ପଞ୍ଚାୟତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରା ଦେଇଥିଲେ। ମୁଜାଫରନଗର ସହରର ଜିଆଇସି […]

ଅଦ୍ୟତନ ହୋଇଛି
ଟିକାୟତଙ୍କ ହୁଙ୍କାର, ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି

rakesh

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ନେତାଙ୍କ ପ୍ରଦର୍ଶନ ଜାରି ରହିଛି। ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହାକୁ ଲକ୍ଷ୍ୟ କରି ଶାସକ ଦଳ ବିଜେପିରେ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖି ପଶ୍ଚିମ ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ଚାଷୀ ମାନେ ମହା ପଞ୍ଚାୟତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରା ଦେଇଥିଲେ। ମୁଜାଫରନଗର ସହରର ଜିଆଇସି ଗ୍ରାଉଣ୍ଡରେ ଏହି ସମାବେଶରେ ବହୁ ଚାଷୀ ସଂଗଠନର ନେତା ଉପସ୍ଥିତ ଥିଲେ।

Advertisment

ଜନସମାବେଶକୁ ଦେଖି ରାକେଶ ଟିକାୟତ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲେ। ରାକେଶ ଟିକାୟତ ଏହି ଅବସରରେ ତିନି କୃଷି ଆଇନ ସମେତ ଘରୋଇକରଣ, ବେରୋଜଗାରୀ ଭଳି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସରକାରଙ୍କ ଏସବୁ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ହେଲେ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ହେବ। ଏଭଳି ହେଲେ ସରକାର ମୁଣ୍ଡ ନୁଆଁଇବେ ବୋଲି ଟିକାୟତ କହିଛନ୍ତି।

'ଦେଶ ସେତେବେଳେ ବଞ୍ଚିବ ଯେତେବେଳେ ସମ୍ବିଧାନ ବଞ୍ଚିବ। ସରକାର ରେଳ, ତେଲ ଏବଂ ବିମାନବନ୍ଦର ବିକ୍ରି କରିସାରିଛନ୍ତି। ସରକାରଙ୍କୁ ଏହି ଅଧିକାର କିଏ ଦେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଆଗାମୀ ଦିନରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମହାପଞ୍ଚାୟତରେ ସ୍ଲୋଗାନ ଦେବାର ଅର୍ଥ ଆନ୍ଦୋଳନ ଏବେ ଦିଗହରା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe