Advertisment

ଯୋଗୀଙ୍କ ସୂଚନା: ରାମ ମନ୍ଦିରର ଅଧା କାମ ସରିଲାଣି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାମ ୫୦% ସରିଲାଣି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମ ମନ୍ଦିର ଟ୍ରଷ୍ଟର କହିବା କଥା ୨୦୨୪ ମସିହା ମକର ସଂକ୍ରାନ୍ତିରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା କରାଯିବ। ସେହିପରି ମନ୍ଦିରର ନିର୍ମାଣ କାମ ୨୦୨୪ ଶେଷ ବେଳକୁ ସରିବ। ୨୦୨୦ରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ନିର୍ମାଣ କରାଯାଉଛି। […]

ଯୋଗୀଙ୍କ ସୂଚନା: ରାମ ମନ୍ଦିରର ଅଧା କାମ ସରିଲାଣି

Ram-mandir

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାମ ୫୦% ସରିଲାଣି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମ ମନ୍ଦିର ଟ୍ରଷ୍ଟର କହିବା କଥା ୨୦୨୪ ମସିହା ମକର ସଂକ୍ରାନ୍ତିରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା କରାଯିବ। ସେହିପରି ମନ୍ଦିରର ନିର୍ମାଣ କାମ ୨୦୨୪ ଶେଷ ବେଳକୁ ସରିବ। ୨୦୨୦ରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ନିର୍ମାଣ କରାଯାଉଛି। ଠିକ୍‌ ୨୦୨୪ ଆରମ୍ଭ ବେଳକୁ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ଶ୍ରୀ ପଞ୍ଚଖଣ୍ଡ ପୀଠ ପକ୍ଷରୁ ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସବୁବେଳେ ନିଜର କାମ କରିଚାଲ। ଫଳ ପାଇଁ ଆଦୌ ଆଶା କରନାହିଁ। ଏହି ନୀତିରେ ମୁଁ ସବୁବେଳେ ବିଶ୍ୱାସ କରି ଆସିଛି। ଏକଥା ଭଗବାନ କୃଷ୍ଣ କହିଥିଲେ।

ରାମ ମନ୍ଦିର ନିର୍ମାଣ ପାଇଁ ୧୯୪୯ରୁ ବିପ୍ଳବ ଆରମ୍ଭ ହୋଇଥିଲା। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ କିଛି କରାଯାଇଛି। ଏହି ଉତ୍ସର୍ଗ ପାଇଁ ଆଜି ରାମ ମନ୍ଦିରର ୫୦% ନିର୍ମାଣ କାମ ଶେଷ ହୋଇପାରିଛି।”

Advertisment

ସାମାଜିକ ଓ ଧାର୍ମିକ ବିପ୍ଳବ ପାଇଁ ପୀଠର ଅବଦାନକୁ ମଧ୍ୟ ଯୋଗୀ ଆଦିତ୍ୟନାଥ ପ୍ରଶଂସା କରିଛନ୍ତି। ଏଥିସହ ପୀଠର ପୂର୍ବତନ ମୁଖ୍ୟ ଶ୍ରୀ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଯୋଗୀ ଆଦିତ୍ୟନାଥ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କର ନିକଟରେ ଦେହାନ୍ତ ହୋଇଥିଲା। ସେ ସବୁବେଳେ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ପ୍ରତିଷ୍ଠା ସ୍ୱପ୍ନ ଦେଖି ଚାଲିଥିଲେ। ଖୁବଶୀଘ୍ର ତାଙ୍କ ସ୍ୱପ୍ନ ପୂରଣ ହେବ ବୋଲି ଯୋଗୀ ଆଦିତ୍ୟନାଥ ଦମ୍ଭୋକ୍ତି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe