Advertisment

ବେଲ୍‌ ସତ୍ତ୍ୱେ ଜେଲ୍‌ରେ ରାତି କାଟିବେ ରାଣା ଦମ୍ପତି

ମୁମ୍ବାଇ: ହନୁମାଳ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡ଼ିବ। ଏହି ବିବାଦ ଘଟଣାରେ ଉଭୟଙ୍କୁ ଆଜି ଜାମିନ ମିଳିଛି। ହେଲେ କାଗଜପତ୍ର କାମ ବିଳମ୍ବ ହୋଇଥିବାରୁ ସେମାନେ ସନ୍ଧ୍ୟା ସୁଦ୍ଧା ଜେଲ୍‌ରୁ ବାହାରି ପାରି ନାହାନ୍ତି। ତେଣୁ ଉଭୟଙ୍କୁ ଆଜି ରାତିରେ ଜେଲରେ ହିଁ ରହିବାକୁ ହେବ। ଆସନ୍ତାକାଲି ସେମାନେ ଜେଲକୁ ମୁକୁଳିବେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବେଲ୍‌ ସତ୍ତ୍ୱେ ଜେଲ୍‌ରେ ରାତି କାଟିବେ ରାଣା ଦମ୍ପତି

Rana

ମୁମ୍ବାଇ: ହନୁମାଳ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡ଼ିବ। ଏହି ବିବାଦ ଘଟଣାରେ ଉଭୟଙ୍କୁ ଆଜି ଜାମିନ ମିଳିଛି। ହେଲେ କାଗଜପତ୍ର କାମ ବିଳମ୍ବ ହୋଇଥିବାରୁ ସେମାନେ ସନ୍ଧ୍ୟା ସୁଦ୍ଧା ଜେଲ୍‌ରୁ ବାହାରି ପାରି ନାହାନ୍ତି। ତେଣୁ ଉଭୟଙ୍କୁ ଆଜି ରାତିରେ ଜେଲରେ ହିଁ ରହିବାକୁ ହେବ। ଆସନ୍ତାକାଲି ସେମାନେ ଜେଲକୁ ମୁକୁଳିବେ ବୋଲି ଜଣାପଡ଼ିଛି।

Advertisment

ସାଂସଦ ଓ ବିଧାୟକ ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ। ଏଥିସହ ଲୋକଙ୍କୁ ମଧ୍ୟ ଉସକାଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ପୁଲିସ୍ ନୋଟିସ ଦେଇଥିଲେ ମଧ୍ୟ ରାଣା ଦମ୍ପତି ଏହାକୁ ବେଖାତିର କରିଥିଲେ। ଫଳରେ ପୁଲିସ୍ ଉଭୟଙ୍କୁ ଏପ୍ରିଲ ୨୩ରେ ଗିରଫ କରିଥିଲା

ଆଜି ବୋରିଭାଲି କୋର୍ଟ ଉଭୟଙ୍କୁ ଜାମିନ ଦେଇଥିଲେ। ଏହାରେ ନିୟମ ଅନୁସାରେ ୫.୩୦ ସୁଦ୍ଧା ସମସ୍ତ କାଗଜପତ୍ର କାମ ଶେଷ କରିବାର ଥିଲା। କିନ୍ତୁ ୫.୩୦ ପୂର୍ବରୁ ରିଲିଜ୍‌ ଅର୍ଡର ରାଣା ଦମ୍ପତିଙ୍କ ଓକିଲ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇ ପାରିନାହାନ୍ତି। ତେଣୁ ଆସନ୍ତାକାଲି ଯାଏ ତାଙ୍କ ଖଲାସ ଅବଧି ଘୁଞ୍ଚିଛି। ଆସନ୍ତାକାଲି ଦିନ ୧୨ ସୁଦ୍ଧା ଉଭୟଙ୍କ ରିଲିଜ୍‌ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବ। ଏହାପରେ ଅର୍ଥାତ ଦିନ ୧ଟା ବେଳକୁ ଉଭୟ ଜେଲରୁ ବାହାରିବେ।

Advertisment

ଆଜି କୋର୍ଟ ଉଭୟଙ୍କୁ ୫୦ ହଜାର ଟଙ୍କାର ସ୍ୟୁରିଟି ବଣ୍ଡ ବଳରେ ଜାମିନ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ରାଣା ଦମ୍ପତି ପ୍ରମାଣ ନଷ୍ଟ କରିବାକୁ କୌଣସି ପ୍ରକାରର ଉଦ୍ୟମ କରିବେ ନାହିଁ। ମାମଲା ବିଷୟରେ ମିଡିଆରେ କୌଣସି ପ୍ରକାରର ବୟାନ ରଖିବେ ନାହିଁ କିମ୍ବା ପୁଣିଥରେ ସମାନ କାଣ୍ଡ ଘଟାଇବେ ନାହିଁ। ଯଦି ସେମାନେ ସର୍ତ୍ତ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ଜାମିନକୁ ରଦ୍ଦ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

Maharashtra Govt Maharashtra Police