/odisha-reporter/media/post_attachments/uploads/2021/10/Randeep-Surjewala-2.jpg)
Randeep-Surjewala
ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ କରିବାକୁ ଯାଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ନିଜେ ଫସିଗଲେ। ପୂରାଣର ଭୁଲ ତଥ୍ୟ ଦେଇ ଅକଳରେ ପଡ଼ିଗଲେ ସୁର୍ଯ୍ୟେୱାଲା। ନିଜ ଅଜାଣତବସତଃ ତାଙ୍କ ତୁଣ୍ଡରୁ ଖସିଯାଇଥିବା ତଥ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଘେରୁଥିବା ସୁର୍ଯ୍ୟେୱାଲା ମହାଭାରତରେ ଦ୍ରୌପଦୀଙ୍କ ବଦଳରେ ସୀତାଙ୍କର ବସ୍ତ୍ର ହରଣ ହୋଇଥିବା କହିଥିଲେ। ଯାହାକୁ ନେଇ ବିଜେପି ତାଙ୍କୁ କଡ଼ା ସମଲୋଚନା କରିଛି । କେନ୍ଦ୍ରର ବିଜେପି ସରକାର କ୍ଷମତାରେ ରହିବା ପାଇଁ କେମିତି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଗୁଡ଼ିକର ଦୂରୋପଯୋଗ କରୁଛି ସେ ବିଷୟରେ କହିଥିଲେ ସୁର୍ଯ୍ୟେୱାଲା
ନିଜ ସ୍ୱାର୍ଥ ପାଇଁ ବିଜେପି କେନ୍ଦ୍ରୀୟ ସଂସ୍ଥା ଇଡି, ସିବିଆଇ, ଆୟକର ବିଭାଗକୁ ବ୍ୟବହାର କରୁଛି ତାହା ଦର୍ଶାଇଥିଲେ। ଏମିତି ଅନୀତି କରି ବିଜେପି ଗଣତନ୍ତ୍ରକୁ ବିପନ୍ନ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସତ୍ୟ, ଗଣତନ୍ତ୍ର, ଆଇନ ଏବଂ ନୈତିକତା ଜିତେ। ବିଜେପି ଗଣତନ୍ତ୍ରର ଚିର ହରଣ କରିବା ପାଇଁ ଚହୁଁଛି। ଯେମିତି ମହାଭାରତରେ ‘ସୀତା’ଙ୍କ ଚୀର ହରଣ ହୋଇଥିଲା । ତେବେ ମହାଭାରତରେ ବସ୍ତ୍ରହରଣ ଚରିତ୍ରରେ ‘ଦ୍ରୌପଦୀ’ଙ୍କ ବଦଳରେ ଭୁଲବସତଃ ସୀତାଙ୍କ ନାମ କହୀଥିଲେ ସେ । ଯାହାକୁ ନେଇ ବିଜେପି ତାଙ୍କୁ କଟାକ୍ଷ ଓ ସମାଲୋଚନା କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
