Advertisment

ଏୟାର ଇଣ୍ଡିଆକୁ କିଣିବା ପରେ ପୁରୁଣା ଫଟୋ ଶେୟାର କଲେ ରତନ ଟାଟା

ନୂଆଦିଲ୍ଲୀ: ଦୀର୍ଘ ୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ ପୁଣି ଥରେ ଫେରି ପାଇଛି ଟାଟା ଗ୍ରୁପ୍‌। ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଯେଉଁ ନିଲାମ ଡାକିଥିଲେ ସେଥିରେ ଟାଟା ସନ୍ସ ବାଜିମାତ କରିଛି। ଏୟାର ଇଣ୍ଡିଆ ଉପରେ ୬୦ ହଜାରରୁ ଅଧିକ କୋଟିର ଋଣ ରହିଛି। ତଥାପି ଟାଟା ସନ୍ସ ଏହି ସରକାର ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କିଣିଛି। ଟାଟା ଏୟାର ଇଣ୍ଡିଆକୁ କିଣିଥିବାରୁ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା […]

ଅଦ୍ୟତନ ହୋଇଛି
ଏୟାର ଇଣ୍ଡିଆକୁ କିଣିବା ପରେ ପୁରୁଣା ଫଟୋ ଶେୟାର କଲେ ରତନ ଟାଟା

Tata

Advertisment

ନୂଆଦିଲ୍ଲୀ: ଦୀର୍ଘ ୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ ପୁଣି ଥରେ ଫେରି ପାଇଛି ଟାଟା ଗ୍ରୁପ୍‌। ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଯେଉଁ ନିଲାମ ଡାକିଥିଲେ ସେଥିରେ ଟାଟା ସନ୍ସ ବାଜିମାତ କରିଛି। ଏୟାର ଇଣ୍ଡିଆ ଉପରେ ୬୦ ହଜାରରୁ ଅଧିକ କୋଟିର ଋଣ ରହିଛି। ତଥାପି ଟାଟା ସନ୍ସ ଏହି ସରକାର ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କିଣିଛି।

Advertisment

ଟାଟା ଏୟାର ଇଣ୍ଡିଆକୁ କିଣିଥିବାରୁ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିଥିବାରୁ ସେ ଏୟାକୁ ସ୍ୱାଗତ ଜଣାଇଛନ୍ତି। ଏଥିସହ ଏୟାର ଇଣ୍ଡିଆ ବିମାନରୁ କିଛି ମହିଳାଙ୍କ ସହ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ଓହ୍ଲାଉଥିବାରୁ ଗୋଟିଏ ପୁରୁଣା ଫଟୋକୁ ରତନ ଟାଟା ଶେୟାର କରିଛନ୍ତି।

Advertisment


ସେ ଲେଖିଛନ୍ତି, ଏୟାର ଇଣ୍ଡିଆ ବିଡ୍ ଟାଟା ଗ୍ରୁପ୍ ଜିତିବା ଗୋଟିଏ ଭଲ ଖବର। ଏୟାର ଇଣ୍ଡିଆ ପୁର୍ନଗଠନ କରିବାକୁ ସମୟ ଲାଗିବ। ଏହାକୁ ଆମେ ସ୍ୱୀକାର କରୁଛୁ। ତଥାପି ବିମାନ ଚଳାଚଳ ସେବାରେ ଟାଟା ଗ୍ରୁପ୍‌ର ଉପସ୍ଥିତି ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ଆମର ଆଶା ରହିଛି।

ଜେଆରଡି ଟାଟାଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆ ଗୋଟିଏ ସମୟରେ ବିମାନ ସେବା କ୍ଷେତ୍ରରେ ଅନେକ ଖ୍ୟାତି ଅର୍ଜନ କରିଥିଲା। ଏୟାର ଇଣ୍ଡିଆ ବିଶ୍ୱର ଅନ୍ୟତମ ମର୍ଯ୍ୟାଦାଜନକ ବିମାନ ସେବା ସଂସ୍ଥାର ମାନ୍ୟତା ପାଇଥିଲା। ଟାଟା ଗ୍ରୁପ୍‌ ଏବେ ପୁଣିଥରେ ସେହି ଖ୍ୟାତି ଓ ସମ୍ମାନକୁ ହାସଲ କରିବା ପାଇଁ ପ୍ରୟାସ କରିବ। ଆଜି ଯଦି ଜେଆରଡି ଟାଟା ଆମ ମାନଙ୍କ ପାଖରେ ରହିଥାଆନ୍ତେ, ତା’ହେଲେ ସେ ବହୁତ ଖୁସି ପ୍ରକାଶ କରିଥାଆନ୍ତେ।

ସରକାର କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଘରୋଇ ସଂସ୍ଥା ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ୱେଲ କମ ବ୍ୟାକ ଏୟାର ଇଣ୍ଡିଆ ବୋଲି ରତନ ଟାଟା ଗୋଟିଏ ବିବୃତିରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe