Ravi kishan
ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ଓ ଚକିତ। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗତ କାଲି ଧର୍ମା ପ୍ରଡକ୍ସନର ପ୍ରଡ୍ୟୁସର କ୍ଷୀତିଜ୍ ପ୍ରସାଦଙ୍କୁ ଏନସିବି ଗିରଫ କରିଛି। ଅନ୍ୟପଟେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନା, ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ଏନସିବି ଜେରା କରିବା ସହ ସେମାନଙ୍କ ମୋବାଇଲ ଜବତ କରିଛି। ଏହାସହ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଭିନ୍ନ ମୋଡ଼ ନେଇଛି।
ତେବେ ଡ୍ରଗ୍ସ ଲିଙ୍କ୍ ଖୁଲାସା ହେବା ପରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଗୃହରେ କହିଥିଲେ ଯେ, ଡ୍ରଗ୍ସ ଚୋରାଚାଲାଣ ଏବଂ ଯୁବପିଢ଼ିଙ୍କ ଦ୍ୱାରା ଏହାର ସେବନ ଆମ ଦେଶରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ରବିଙ୍କ ଏଭଳି ବୟାନ ପରେ ଜୟା ବଚ୍ଚନ ମଧ୍ୟ ରାଜ୍ୟସଭାରେ ଏହାକୁ ନେଇ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ, ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ ଛିଦ୍ର କରୁଛ। ଜୟାଙ୍କ ଏଭଳି ବୟାନକୁ ନେଇ ସୋଶାଲ ମିଡିଆରେ ଖୁବ୍ ସମାଲୋଚନା ଓ ତିରସ୍କାର ହୋଇଥିଲା।
ତେବେ ନିକଟରେ ରବି କିଶନଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ମୁଣ୍ଡ ଟେକିଥିବା ଡ୍ରଗ୍ସ ରାକେଟକୁ ନେଇ ରବିଙ୍କ ବୟାନ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ଏଏନଆଇ ଟ୍ୱିଟର ହ୍ୟାଣ୍ଡେଲରେ ରବି କିଶନଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି।
ଭିଡିଓରେ ରବି କହୁଛନ୍ତି ଯେ, ଦେଶର ପିଲାମାନଙ୍କ ପାଇଁ, ଭବିଷ୍ୟ ପାଇଁ, ମୋ ଭାରତ ପାଇଁ, ଫିଲ୍ମ ଇଣ୍ଡଷ୍ଟ୍ରୀର ପିଲାମାନଙ୍କ ପାଇଁ ଏବଂ ଯୁବପିଢି଼ଙ୍କ ପାଇଁ ଆଜି ଆମେ ସ୍ୱର ଶାଣିତ କରିଛି। ମୁଁ ଏନେଇ ଭବିଷ୍ୟତର ଚିନ୍ତା କରିନାହିଁ। ଯଦି ଏଥିପାଇଁ କିଏ ମାରି ବି ଦିଏ ତେବେ ଭବିଷ୍ୟତ ପାଇଁ 2-5 ଗୁଳି ଖାଇବାକୁ କୌଣସି ଚିନ୍ତା ନାହିଁ ବୋଲି ସେ କହିଛନ୍ତି।
ତେବେ ରବି କିଶନ ହତ୍ୟା ଧମକ ନେଇ ସିଧାସଳଖ କୌଣସି ତଥ୍ୟ ଦେଇ ନ ଥିବା ବେଳେ ସମୟ ଆସିଲେ ସବୁ କହିବେ ବୋଲି ଇଶାରାରେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/Untitled-1-14.jpg)