Advertisment

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଏ କି ଆଚରଣ ଦିଦି?: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ଜଣେ ଜିଲ୍ଲାପାଳ କିଛି ଜାଣି ନାହାନ୍ତି କହି ତାଙ୍କ ପ୍ରତିବଦଳରେ କହିବାର ଅର୍ଥ କ’ଣ? ଜଣେ ଜିଲ୍ଲପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ରୋକିବା କଣ ଠିକ୍? ଏଭଳି କିଛି ପ୍ରଶ୍ନ ଦିଦିଙ୍କୁ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କ ସହ ବୈଠକ କରୁଥିଲେ। ଏହି ବୈଠକରେ ମମତା ଉପସ୍ଥିତ ଥିଲେ। ବୈଠକ ପରେ ମମତା କହିଥିଲେ ଏହି […]

ଅଦ୍ୟତନ ହୋଇଛି
ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଏ କି ଆଚରଣ ଦିଦି?: ରବିଶଙ୍କର ପ୍ରସାଦ

modi-mamata-ravi-shankar

Advertisment

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ଜଣେ ଜିଲ୍ଲାପାଳ କିଛି ଜାଣି ନାହାନ୍ତି କହି ତାଙ୍କ ପ୍ରତିବଦଳରେ କହିବାର ଅର୍ଥ କ’ଣ? ଜଣେ ଜିଲ୍ଲପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ରୋକିବା କଣ ଠିକ୍? ଏଭଳି କିଛି ପ୍ରଶ୍ନ ଦିଦିଙ୍କୁ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।

Advertisment

ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କ ସହ ବୈଠକ କରୁଥିଲେ ଏହି ବୈଠକରେ ମମତାଉପସ୍ଥିତ ଥିଲେ। ବୈଠକ ପରେ ମମତା କହିଥିଲେ ଏହି ବୈଠକ ସୁପର ଫ୍ଲପ୍ ଥିଲା। ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି ବୋଲି ମମତା କହିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ନିଜକୁ ତାଙ୍କ ଆଗରେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

ପରେ ଏହାର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଦେଶର କିଛି ଜିଲ୍ଲାପାଳଙ୍କ ସହ ଏକ ବୈଠକ ଡକାଇ ଥିଲେ। ଆଉ ସେମାନଙ୍କ ଜିଲ୍ଲାରେ ଚାଲିଥିବା ଭଲ କାମ ଉପରେ ଆଲୋଚନା କରିଥିଲେ। ହେଲେ ଏହି ସମୟରେ ମମତାଙ୍କ ଆଚାରଣ ଓ ବ୍ୟବହାର ଗ୍ରହଣୀୟ ନଥିଲା। ଉତ୍ତର ୨୪ ପାରଗନାର ଜିଲ୍ଲାପାଳଙ୍କୁ କହିବାକୁ ସୁଯୋଗ ନଦେଇ ସେ କଣ ଜାଣିଛନ୍ତି ବୋଲି କହି ମମତା କହିବା ଆରମ୍ଭ କରିିଥିଲେ ବୋଲି ରବିଶଙ୍କର କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ମମତା ବାନାର୍ଜୀ ଯୋଗ ଦେଇନଥିଲେ। ୨୦୧୪, ୨୦୧୫,୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇଟି ବୈଠକକୁ ଆସିନଥିଲେ ମମତା।

ସେ କହିଛନ୍ତି ଯେ ଆଜି ଯେତେବେଳେ ଦେଶ କରୋନା ବିରୋଧରେ ଲଢ଼େଇ କରୁଛି ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିଭାଗ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ତେଣୁ ସେ କାହିଁକି ଜଣେ ଜିଲ୍ଲାପାଳଙ୍କ ସହ କଥା ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର। ଏବେ ରାଜନୀତିରୁ ଉପରକୁ ଉଠି କାମ କରିବାର ସମୟ ଆସିଛି। ଗଣତାନ୍ତ୍ରିକ ବ୍ୟବସ୍ଥାର ମମତା ଯେଉଁଭଳି ଆଚରଣ ଦେଖାଇଛନ୍ତି ତାହା ଗ୍ରହଣୀୟ କି ବୋଲି ପ୍ରଶ୍ନ କରିଛନ୍ତି।

Mamata Banerjee West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe