Advertisment

ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ତଥାପି ଘନଉଛି ଓମିକ୍ରନ ସଙ୍କଟ

ନୂଆଦିଲ୍ଲୀ: ପୁଣିଥରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌। ଆଜି ବସିଥିବା ଆରବିଆଇ ମୁଦ୍ରା ନୀତିର ଡିସେମ୍ବର ବୈଠକରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଓମିକ୍ରନ୍‌ଙ୍କ ଚିନ୍ତା ମଧ୍ୟରେ, ଆରବିଆଇର ମୁଦ୍ରା ନୀତି ସମୀକ୍ଷା କମିଟି ବେଞ୍ଚମାର୍କ ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ରେପୋ ରେଟ୍ ପୁଣି ଥରେ ୪% ହିଁ ରଖାଯାଇଛି। ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଜର୍ଭ ରେପୋ ରେଟ୍‌ ୩.୩୫ ପ୍ରତିଶତରେ ରଖାଯାଇଛି। ରେପୋ ରେଟ୍ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ତଥାପି ଘନଉଛି ଓମିକ୍ରନ ସଙ୍କଟ

RBI governor Sashikant das

ନୂଆଦିଲ୍ଲୀ: ପୁଣିଥରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌। ଆଜି ବସିଥିବା ଆରବିଆଇ ମୁଦ୍ରା ନୀତିର ଡିସେମ୍ବର ବୈଠକରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଓମିକ୍ରନ୍‌ଙ୍କ ଚିନ୍ତା ମଧ୍ୟରେ, ଆରବିଆଇର ମୁଦ୍ରା ନୀତି ସମୀକ୍ଷା କମିଟି ବେଞ୍ଚମାର୍କ ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ରେପୋ ରେଟ୍ ପୁଣି ଥରେ ୪% ହିଁ ରଖାଯାଇଛି।

Advertisment

ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଜର୍ଭ ରେପୋ ରେଟ୍‌ ୩.୩୫ ପ୍ରତିଶତରେ ରଖାଯାଇଛି। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକୁ ସ୍ୱଳ୍ପ ମିଆଦି ଋଣ ଦେଇଥାଏ ଏବଂ ରିଜର୍ଭ ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ସେ ବ୍ୟାଙ୍କ ଠାରୁ ଋଣ ନେଇଥାଏ।

ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି, କରୋନା ପରିସ୍ଥିତି ମଧ୍ୟରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସାହାରା ଦେବା ପାଇଁ କମିଟି 'ଅକୋମୋଡାଟିଭ ଷ୍ଟାନ୍ସ'କୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସବୁଠୁ ବଡ ବିପଦରୁ ବାହାରିଛି, ଆମେ କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ।

Advertisment

ଦାଶ କହିଛନ୍ତି ଯେ ଅର୍ଥନୈତିକ ପୁନରୁଦ୍ଧାର ତ୍ୱରାନ୍ୱିତ ହେଉଛି। ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି, କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଯୋଗୁଁ ଆଗକୁ ସଙ୍କଟ ଆସିପାରେ ବୋଲି ଆଶଙ୍କା ରହିଛି।

ରିଜର୍ଭ ବ୍ୟାଙ୍କର ଏମପିସିର ଏହା ହେଉଛି କ୍ରମାଗତ ଦଶମ ବୈଠକ, ଯେଉଁଥିରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ମେ' ୨୦୨୦ଠାରୁ ରେପୋ ହାର ଐତିହାସିକ ରୂପେ ନିମ୍ନ ସ୍ତରରେ ରହିଛି। ମେ' ୨୦୨୦ ର ବୈଠକରେ ଆରବିଆଇ ରେପୋ ହାରକୁ ୪ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ଗତ ୨୧ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଅଟେ।

Omicron Virus