Advertisment

ୟୁକ୍ରେନ ବିବାଦର ସମାଧାନ ପାଇଁ ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ହମଲା ବଢ଼ୁଥିବାରୁ ପୁଣିଥରେ ପୂରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଛି। ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିଶ୍ୱର ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରାଯାଉଛି। ରୁଷ ଗୋଟିଏ ଦିନରେ ୭୫ରୁ ଅଧିକ ମିଶାଇଲ ମାଡ଼ କରିବାରୁ ୟୁକ୍ରେନର ରାଜଧାନୀ କିଭ ସମେତ ଏକାଧିକ ସହର ଛାରଖାର ହୋଇଯାଇଛି। ଏହି ହମଲାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ବିବାଦ […]

ୟୁକ୍ରେନ ବିବାଦର ସମାଧାନ ପାଇଁ ହାତ ବଢ଼ାଇଲା ଭାରତ

Kiyv

Advertisment

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ହମଲା ବଢ଼ୁଥିବାରୁ ପୁଣିଥରେ ପୂରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଛି। ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିଶ୍ୱର ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରାଯାଉଛି। ରୁଷ ଗୋଟିଏ ଦିନରେ ୭୫ରୁ ଅଧିକ ମିଶାଇଲ ମାଡ଼ କରିବାରୁ ୟୁକ୍ରେନର ରାଜଧାନୀ କିଭ ସମେତ ଏକାଧିକ ସହର ଛାରଖାର ହୋଇଯାଇଛି। ଏହି ହମଲାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି।

Advertisment

ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ହାତ ବଢ଼ାଛି ଭାରତ। ୟୁକ୍ରେନରେ ଚାଲିଥିବା ବିବାଦର ସମାଧାନ ପାଇଁ ଭାରତ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ଆଜି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୟୁକ୍ରେନରେ ଜାରି ରହିଥିବା ଭୟଙ୍କର ପରିସ୍ଥିତିକୁ ନେଇ ଭାରତ ବେଶ ଚିନ୍ତିତ। ବିଶେଷ କରି ଭିତ୍ତିଭୂମି ଓ ସାଧାରଣ ଲୋକଙ୍କୁ କରାଯାଉଥିବା ଟାର୍ଗେଟ ବେଶ ଚିନ୍ତାଜନକ। ଆମେ ପୁଣିଥରେ କହିବାକୁ ଚାହୁଁଛୁ ଯେ ବିବାଦକୁ ବଢ଼ାଇଲେ କାହାର ବି ସ୍ୱାର୍ଥ ସାଧନ ହେବନି।

ଆମେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରୁଛୁ ଓ ଦୁଇ ପକ୍ଷଙ୍କୁ କୂଟନୀତିକ ଆଲୋଚନାକୁ ଫେରିବାକୁ ପରାମର୍ଶ ଦେଉଛୁ। ବିବାଦର ସମାଧାନ ପାଇଁ ଭାରତ ସବୁ ପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ରହିଛି। ଜାତିସଂଘର ଚାର୍ଟର, ଅନ୍ତର୍ଜାତୀୟ ଆଇନକୁ ସମସ୍ତେ ମାନିବା ଦରକାର। ସବୁ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ମିଳିବା ଉଚିତ। ଭାରତ ବିବାଦ ଆରମ୍ଭରୁ ଏହି ସମ୍ପର୍କରେ କହି ଆସୁଥିବା ବିବୃତିରେ କୁହାଯାଇଛି।

Advertisment

ରୁଷର ଆଜି ମିଶାଇଲ ମାଡ଼ ସମ୍ପର୍କରେ ୟୁକ୍ରେନ ଆର୍ମି ତଥ୍ୟ ସାର୍ବଜନୀନ କରିଛି। ୟୁକ୍ରେନ ସେନା କହିଛି ଯେ ଆଜି ରୁଷ ପକ୍ଷରୁ ୮୪ଟି କ୍ରୁଜ ମିଶାଇଲ ଦ୍ୱାରା କିଭ୍‌ ସମେତ ଏକାଧିକ ସ୍ଥାନରେ ହମଲା କରାଯାଇଛି। ଏଥିରେ ୧୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି।

ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନୟସ ଶ୍ୟାମଗଲ କହିଛନ୍ତି, ୮ଟି ରିଜନରେ ଥିବା ୧୧ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥା ରୁଷର ମିଶାଇଲ ମାଡ଼ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। କିଭରେ ମିଶାଇଲ ମାଡ଼ ଯୋଗୁ ବିଜୁଳି, ପାଣି ଓ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe