Advertisment

ଆସୁଛି ବାତ୍ୟା! ୧୩ ଜିଲ୍ଲା ପାଇଁ ଜାରି ହେଲା ରେଡ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା […]

author-image
Hemant Lenka
ଆସୁଛି ବାତ୍ୟା! ୧୩ ଜିଲ୍ଲା ପାଇଁ ଜାରି ହେଲା ରେଡ ଆଲର୍ଟ

IMD

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି।

Advertisment

ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ଆଗକୁ ବଢ଼ିବା ସହ ଆହୁରି ଘନୀଭୂତ ହେବ। ଏହା ବାତ୍ୟାର ରୂପ ନେଲା ବେଳକୁ ତାମିଲାଡୁ ଓ ଏହାର ଆଖପାଖ ଅଞ୍ଚଳରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବ।

ବାତ୍ୟାର ପ୍ରଭାବରେ ତାମିଲନାଡୁର ଭିଲ୍ଲୁପୁରମ, ଚେଙ୍ଗଲପାଟ୍ଟୁ, କୁଡାଲୋର, କାଞ୍ଚିପୁରମ, ତିରୁଭାଲ୍ଲୁର, ଆରିୟାଲୁର, ପେରାମବାଲୁର, ଚେନ୍ନାଇ, କାଲ୍ଲାକୁରିଚି, ମାୟିଲାଦୁଥୁରାଇ, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ପ୍ରବଳ ବର୍ଷା ସହ ପବନ ବହିବ। ତେଣୁ ଏହି ସବୁ ଜିଲ୍ଲାରୁ ଭାରତୀୟ ପାଣିପାଗ ରେଡ ଆଲର୍ଟରେ ରଖିଛି।

Advertisment

ବର୍ତ୍ତମାନ ଅବାପାତ ରୂପ ଧାରଣ କରିଥିବା ସମ୍ଭାବ୍ୟ ବାତ୍ୟା କ୍ରମଶଃ ଶକ୍ତିଶାଳୀ ହେବ। ଏହାପରେ ଏହା ବାତ୍ୟାର ରୂପ ନେଇ ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ଆନ୍ଧ୍ର ଉପକୂଳରେ ପହଞ୍ଚିବ।

ଏହାର ପ୍ରଭାବ ଡିସେମ୍ବର ୭ରୁ ଦେଖିବାକୁ ମିଳିବ। ତାମିଲନାଡୁ, ପୁଡୁଚେରୀ ଓ କାରାଇକଲ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ମଝିରେ ମଝିରେ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ମାରିବାର ଆଶଙ୍କା ରହିଛି।

ବାତ୍ୟା ଆସୁଥିବାରୁ ତାମିଲନାଡୁରେ ୬ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ଏହି ଟିମ ଗୁଡିକ ଚେନ୍ନାଇ, ମାୟିଲାଦୁଥୁରାଇ, କୁଡାଲୋର, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ରହିଛନ୍ତି। ସେହିପରି ତାମିଲନାଡୁ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲି ସ୍ଥିତି ଉପରେ ନଜର ରଖିଛନ୍ତି।