/odisha-reporter/media/post_attachments/uploads/2021/05/tmc-1.jpg)
tmc
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଆଗୁଆ ରହିଛି। ଯଦିଓ ଫଳାଫଳ ଆସିନାହିଁ ହେଲେ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ମମତା ପୁଣିଥରେ ସରକାର ଗଢ଼ିବାକୁ ଯାଉଛନ୍ତି। ତେବେ କୋଭିଡ୍ କଟକଣା ପାଇଁ ନିର୍ବାଚନ କମିଶନ ବିଜୟ ରାଲି ଉପରେ ରୋକ୍ ଲଗାଇଥିଲେ। ହେଲ କୋଲକାତାରେ ଟିଏମସି ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଦଳୀୟ କର୍ମୀ ଓ ସମର୍ଥକ ରାସ୍ତା ଉପରକୁ ଆସି ଦଳୀୟ ପତାକା ଉଡ଼ାଇ ବାଜା ବଜାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି। ଟିଏମସି କର୍ମୀ ମାନେ କୋଲକାତା ସ୍ଥିତି ବିଜେପି ପାର୍ଟି ଅଫିସ ଆଗରେ ସେଲିବ୍ରେସନ ଆରମ୍ଭ କରିଛନ୍ତି।
https://twitter.com/ANI/status/1388773033880420357?s=20
https://twitter.com/ANI/status/1388749913463296001?s=20
ଏବେ ଏହାକୁ ନେଇ ନର୍ବାଚନ କମିଶନ ବିଧାନସଭା ନର୍ବାଚନ ହେଉଥିବା ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫ ମୁଖ୍ୟ ଶାସନ ସଚିବଙ୍କୁ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଦଳ କୋଭିଡ୍ ଆଇନ୍ ଉଲ୍ଲଂଘନ କରିବ ସେମାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ଭିଡ ହଟାଇବାକୁ ନିର୍ବାଚନ କମିଶନ କହିଛନ୍ତି। ସେହିପରି ତାମିଲନାଡୁରେ ଡିଏମକେ ଏଆଇଏମଡିଏମକେ ଠାରୁ ଆଗୁଆ ରହିଛି। ଦଳୀୟ କର୍ମୀ ସେଲିବ୍ରେସନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ନିର୍ବାଚନ କମିଶନ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଡିଏମକେ କର୍ମୀ ରାସ୍ତାରୁ ପଳାଇଥିଲେ ବୋଲି ଜଣାପଡ଼ିଛି।
https://twitter.com/ANI/status/1388754424844087298?s=20
ଏପ୍ରିଲ ୨୭ରେ ବିଜୟ ରାଲି ଉପରେ ରୋକ୍ ଲଗାଇଥିଲେ। ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିବା ପରେ ବିଜୟ ରାଲି ଉପରେ ରୋକ୍ ଲଗାଇଥିଲେ ନିର୍ବାଚନ କମିଶନ। ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପଛରେ ବିଜେପି ବୋଲି ଟିଏମସି କହିଥିଲା। ହେଲେ ଏବେ ନିଜ ଦଳ ନିର୍ବାଚନ କମିଶନଙ୍କ ଗାଇଡ ଲାଇନକୁ ଖୋଲା ଖୋଲି ଉଲ୍ଲଂଘନ କରିଥିବା ଦେଖିବାକୁ ମିିଳିଛି। ଯାହାକି ଟିଏମସିର ଡବଲ ଚେହେରାକୁ ସାମ୍ନାକୁ ଆଣିଛି। ଦେଶରେ ସର୍ବାଧିକ କୋଭିଡ ସଂକ୍ରମିତ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ରହିଛି। ଆଉ ଯେଉଁ ଚାରି ସ୍ଥାନରୁ କୋଭିଡର ଟ୍ରିପିଲ ମ୍ୟୁଟେସନ ବାହାରିଛି ସେଥିମଧ୍ୟରେ ପଶ୍ଚିମବଙ୍ଗ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
