Advertisment

ଦିଲ୍ଲୀରେ ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ଚିନ୍ତା। ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଛନ୍ତି। ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି  ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର।  ପରବର୍ତ୍ତୀ ଆଦେଶ ଆସିବା ପର୍ଯନ୍ତ ଏହି ନିୟମ ବଳବତ୍ତର ରହିବ। ଜିଆରଏପି ଷ୍ଟେଜ୍‌ ୩ ଅଧୀନ ଦିଲ୍ଲୀରେ ଏହି କଟକଣା ଲଗାଯାଇଛି।  ଦିଲ୍ଲୀ ସମେତ […]

author-image
Tapas Behera
ଅଦ୍ୟତନ ହୋଇଛି
ଦିଲ୍ଲୀରେ ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍‌

Delhi

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ଚିନ୍ତା। ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଛନ୍ତି। ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି  ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର।  ପରବର୍ତ୍ତୀ ଆଦେଶ ଆସିବା ପର୍ଯନ୍ତ ଏହି ନିୟମ ବଳବତ୍ତର ରହିବ। ଜିଆରଏପି ଷ୍ଟେଜ୍‌ ୩ ଅଧୀନ ଦିଲ୍ଲୀରେ ଏହି କଟକଣା ଲଗାଯାଇଛି।  ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଏହି ନିମୟ କାଏମ ରହିବ।  ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣରେ ସୁଧାର ଦେଖିବାକୁ ମିଳିଥିବା ବେଳେ, ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଛି ।

Advertisment

ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ ୩୯୦ ରହିଥିଲା । ଏହା ଛଡ଼ା ଦିଲ୍ଲୀ ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ଟି ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍‌ କରିଛି । କେନ୍ଦ୍ରୀୟ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଶାଦିପୁରରେ ୪୩୫, ଦ୍ୱାରକା ଏନଏସଆଇଟିରେ ୪୨୮, ଡିଟିୟୁରେ ୪୨୧, ପଞ୍ଜାବୀବାଗରେ ୪୧୮, ନେହେରୁ ନଗରରେ ୪୦୪, ପଟପଡ଼ଗଞ୍ଜରେ ୪୦୧, ଅଶୋକ ବିହାରରେ ୪୨୨, ସୋନିଆ ବିହାରରେ ୪୧୨, ଜାହାଙ୍ଗିରପୁରରେ ୪୩୦, ରୋହିଣୀରେ ୪୦୯, ବିବେକ ବିହାରରେ ୪୩୦, ନରେଲାରେ ୪୨୬, ବଜିୟପୁରରେ ୪୩୦, ବଓ୍ୱାନା​‌ରେ ୪୧୬ ଓ ମୁଣ୍ଡକାରେ ଏକ୍ୟୁଆଇ ୪୧୨ ଥିବା ସୂଚନା ଦିଆଯାଇଛି ।