Advertisment

ରିୟାଙ୍କ ଜାମିନ୍ ଆବେଦନ ଖାରଜ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଶେଷରେ ଗିରଫ ହୋଇଛନ୍ତି। ଡ୍ରଗ୍ସ କାରବାର ଲିଙ୍କ୍ ନେଇ ତିନି ଦିନର ମାରାଥନ୍ ଜେରା ପରେ ମଙ୍ଗଳବାର ଏନସିବି ରିୟାଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରିୟା ଉପସ୍ଥିତ ହୋଇଥିଲେ। ତେବେ ରିୟାଙ୍କ ଓକିଲଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ କିନ୍ତୁ ମାଜିଷ୍ଟ୍ରେଟ୍ ଖାରଜ କରିଛନ୍ତି । ସୂଚନାଯୋଗ୍ୟ, […]

ରିୟାଙ୍କ ଜାମିନ୍ ଆବେଦନ ଖାରଜ

rhea

Advertisment

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଶେଷରେ ଗିରଫ ହୋଇଛନ୍ତି। ଡ୍ରଗ୍ସ କାରବାର ଲିଙ୍କ୍ ନେଇ ତିନି ଦିନର ମାରାଥନ୍ ଜେରା ପରେ ମଙ୍ଗଳବାର ଏନସିବି ରିୟାଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରିୟା ଉପସ୍ଥିତ ହୋଇଥିଲେ। ତେବେ ରିୟାଙ୍କ ଓକିଲଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ କିନ୍ତୁ ମାଜିଷ୍ଟ୍ରେଟ୍ ଖାରଜ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ରିୟା ଗିରଫ ହେବା ସମୟରେ ଗଣମାଧ୍ୟମ ସାମ୍ନାରେ ହାତ ହଲାଇ ନିଜର ସାହସ ଏବଂ ଧର୍ଯ୍ୟ ଦେଖାଇଥିଲେ । ସେପଟେ ରିୟାଙ୍କୁ ଗିରଫ କରାଯିବା ପରେ ପରେ ତାଙ୍କ ଓକିଲଙ୍କ ପକ୍ଷରୁ ବୟାନ ଜାରି କରାଯାଇଥିଲା । ସେ କହିଛନ୍ତି, ଏହା ଆଇନର ଉପହାସ ଅଟେ । ସନ୍ଧ୍ୟାରେ ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହାଜର ମଧ୍ୟ ହୋଇଛନ୍ତି । ହେଲେ ଜାମିନ୍ ଆବେଦନ ଖାରଜ କରିଦିଆଗଲା । ସେହିପରି ଲଗାତର ତିନି ଦିନର ମାରାଥନ ଜେରା ପରେ ଏନସିବି କୌଣସି ଡ୍ରଗ୍ସ ଜବତ ନ କରି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି ବୋଲି ତାଙ୍କ ଓକିଲ ନିଜ ବୟାନରେ କହିଛନ୍ତି ।

ଏନେଇ ଏନସିବି କହିଛି ଯେ, କେତେକ ସମୟରେ ରିୟା ମଧ୍ୟ ଡ୍ରଗ୍ସ ସେବନ କରିଥିବା ଖୋଦ୍ ସ୍ୱୀକାର କରିଛନ୍ତି । ସେ ତାଙ୍କ ଭାଇ ଶୌଭିକ୍ ଏବଂ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମ ମୁତାବକ, ଏନସିବି ସୂତ୍ରରୁ ଜଣାପଡ଼ିଛି ଯେ, ରିୟା ସିଗାରେଟରେ ଗଞ୍ଜେଇ ସେବନ କରୁଥିଲେ । ସେ କୌଣସି ଡ୍ରଗ ପେଡଲରଙ୍କ ସହ ସିଧାସଳଖ ଯୋଗାଯୋଗରେ ନ ଥିଲେ । ହେଲେ ଲକଡାଉନ ସମୟରେ ଯେତେବେଳେ ଡ୍ରଗ୍ସ ମିଳିପାରିଲା ନାହିଁ, ସେତେବେଳେ ଭାଇ ଶୌଭିକଙ୍କୁ କହି ରିୟା ଡ୍ରଗ୍ସ ଆଣୁଥିଲେ ।

ରିୟା ଏନସିବିକୁ କହିଛନ୍ତି ଯେ, ସୁଶାନ୍ତ ବହୁ ପୂର୍ବରୁ ଡ୍ରଗ୍ସ ସେବନ କରୁଥିଲେ । ଆଉ ସୁଶାନ୍ତ କହିବାରୁ ହିଁ ସେ ଡ୍ରଗ୍ସ ଆଣୁଥିଲେ । ତେବେ ରିୟା ଏବଂ ଶୌଭିକଙ୍କୁ ସାମ୍ନା ସାମ୍ନି ଜେରା କରିବାରୁ ରିୟା କାନ୍ଦି ପକାଇଥିଲେ । ଏନସିବି ଅନୁଯାୟୀ, ରିୟାଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି, ଯେଉଁଥିରୁ ଡ୍ରଗ୍ସ କାରବାର ସହ ଜଡ଼ିତ ଅନେକ ତଥ୍ୟ ଓ ପ୍ରମାଣ ହସ୍ତଗତ ହୋଇଛି ।

Sushant Singh Rajput CBI Rhea Chakraborty Bihar Police NCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe