ବାମପନ୍ଥୀ ଓ କଂଗ୍ରେସକୁ ଆରଜେଡି-ସପାର ଚେକ୍‌, ମମତାଙ୍କୁ ଦେଲେ ସମର୍ଥନ

କୋଲକାତା: ପୁରୁଣା ସହଯୋଗୀ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟକୁ ଭୁଲି ଆରଜେଡି ଏବଂ ସମାଜବାଦୀ ପାର୍ଟି ଏବେ ବେଙ୍ଗଲରେ କ୍ଷମତାସୀନ ଟିଏମସିକୁ ସମର୍ଥନ କରିଛନ୍ତି। କଂଗ୍ରେସ ଓ ବାମପନ୍ଥୀ ବେଙ୍ଗଲରେ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଦଳ ମମତା ବାନାର୍ଜୀଙ୍କ ଟିଏମସି ଓ ବିଜେପିକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରିଛନ୍ତି। ଏଭଳି ସ୍ଥିତିରେ ଲାଲୁ ଯାଦବଙ୍କ ଆରଜେଡି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମମତାଙ୍କ ସହ ଛିଡ଼ା ହୋଇଥିବା କହିଛନ୍ତି। ଉଭୟ ଆରଜେଡି […]

Mamata

Hemant Lenka
  • Published: Tuesday, 02 March 2021
  • , Updated: 02 March 2021, 04:51 PM IST

କୋଲକାତା: ପୁରୁଣା ସହଯୋଗୀ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟକୁ ଭୁଲି ଆରଜେଡି ଏବଂ ସମାଜବାଦୀ ପାର୍ଟି ଏବେ ବେଙ୍ଗଲରେ କ୍ଷମତାସୀନ ଟିଏମସିକୁ ସମର୍ଥନ କରିଛନ୍ତି। କଂଗ୍ରେସ ଓ ବାମପନ୍ଥୀ ବେଙ୍ଗଲରେ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଦଳ ମମତା ବାନାର୍ଜୀଙ୍କ ଟିଏମସି ଓ ବିଜେପିକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରିଛନ୍ତି। ଏଭଳି ସ୍ଥିତିରେ ଲାଲୁ ଯାଦବଙ୍କ ଆରଜେଡି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମମତାଙ୍କ ସହ ଛିଡ଼ା ହୋଇଥିବା କହିଛନ୍ତି।

ଉଭୟ ଆରଜେଡି ଓ ସପା ନିଜ ନିଜ ରାଜ୍ୟରେ ବିଜେପିର ଚୀରପ୍ରତିଦ୍ୱନ୍ଦ୍ୱୀ। ବିହାର ଓ ଉତ୍ତର ପ୍ରଦେଶରେ ଏହି ଦୁଇ ଦଳ ବିଜେପି ସହ ଲଢ଼େଇ କରୁଛନ୍ତି। ବେଙ୍ଗଲରେ ଏହି ଦୁଇ ରାଜ୍ୟର ଅଧିକାଂଶ ଲୋକ ରହୁଛନ୍ତି। ବିଶେଷ କରି କୋଲକାତା ଓ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ରହୁଥିବା ବିହାର ଏବଂ ଉତ୍ତର ପ୍ରଦେଶର ଲୋକ ଭୋଟିଂ ଅଧିକାର ମଧ୍ୟ ପାଇଛନ୍ତି। ଏଭଳି ସ୍ଥିତିରେ ଆରଜେଡି ଓ ସପା ମମତାଙ୍କୁ ସମର୍ଥନ କରିବା ବେଶ ଗୁରୁତ୍ୱ ବହନ କରୁଛି।

ବିହାର ବିଧାନସଭା ବେଳେ ଆରଜେଡି ଓ କଂଗ୍ରେସ ମେଣ୍ଟ କରିଥିଲେ। ସେହିପରି ଉତ୍ତର ପ୍ରଦେଶ ବିଧାନସଭାରେ ସପା ଓ କଂଗ୍ରେସ ମିଳିତ ଭାବେ ବିଜେପି ବିରୋଧରେ ଲଢ଼େଇ କରିଥିଲେ। କିନ୍ତୁ ବେଙ୍ଗଲରେ ପୂରା ରାଜନୀତିକ ସମୀକରଣ ବଦଳି ଯାଇଛି।
ସୋମବାର ଆରଜେଡି ନେତା ତେଜସ୍ୱୀ ଯାଦବ ବେଙ୍ଗଲ ଗସ୍ତ କରି ରାଜ୍ୟ ସଚିବାଳୟରେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ମମତା ବାନାର୍ଜୀଙ୍କୁ ବେଙ୍ଗଲ ନିର୍ବାଚନରେ ପୂର୍ଣ୍ଣ ସମର୍ଥନ କରୁଥିବା କଥା କହିଥିଲେ। ଆଜି ଅଖିଲେଶ ଯାଦବ ମଧ୍ୟ ଫୋନ ଯୋଗେ ମମତାଙ୍କ ସହ କଥା ହୋଇ ସମର୍ଥନ ଜଣାଇଛନ୍ତି।

ତେଜସ୍ୱୀ ଗତକାଲି କହିଥିଲେ, ଲାଲୁଜୀଙ୍କ ନିର୍ଦ୍ଦେଶରେ ଆମେ ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। କଂଗ୍ରେସ ଓ ଲେଫ୍ଟ ଫ୍ରଣ୍ଟ ବିହାରରେ ଆମର ସହଯୋଗୀ। କିନ୍ତୁ କେରଳରେ ୟୁଡିଏଫ ଓ ଏଲଡିଏଫ ଆମ ବିରୋଧୀ। ତେଣୁ ରିଜନ ଅନୁସାରେ ସବୁ କିଛି ବ୍ୟବସ୍ଥା ହୋଇଥାଏ।

ବେଙ୍ଗଲରେ ରାଜନୀତିକ ମୂଲ୍ୟବୋଧର ଲଢ଼େଇ ହେଉଛି ବୋଲି ସେ କହିଛନ୍ତି। ତେବେ ସେ ବେଙ୍ଗଲରେ ଆରଜେଡି ଏବେ ବାମପନ୍ଥୀ ମେଣ୍ଟରୁ ଓହରି ଯାଇ ଟିଏମସି ସହ ମେଣ୍ଟ କରିଛି ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି।

Related story