Advertisment

ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରୋ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ମହିଳା ବୋଲି ଜଣାପଡିଛି। ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୨ ହଜାର ଫୁଟ ଉପରେ ୪୮ ଜଣ ପର୍ଯ୍ୟଟକ ଝୁଲି ରହିବା ପରେ ସେମାନଙ୍କ ମଧ୍ୟରୁ ୪ଟି ଟ୍ରଲିରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେବି […]

ଅଦ୍ୟତନ ହୋଇଛି
ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

ropeway accident

Advertisment

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରୋ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ମହିଳା ବୋଲି ଜଣାପଡିଛି।

Advertisment

ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୨ ହଜାର ଫୁଟ ଉପରେ ୪୮ ଜଣ ପର୍ଯ୍ୟଟକ ଝୁଲି ରହିବା ପରେ ସେମାନଙ୍କ ମଧ୍ୟରୁ ୪ଟି ଟ୍ରଲିରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେବି ମଝି ଆକାଶରେ ୩୦ରୁ ଅଧିକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି। ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଛି। ସେନା ହେଲିକପ୍ଟର ସାହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ଉଦ୍ଧାରକାରୀ ଦଳ ଉଦ୍ୟମ କରୁଛନ୍ତି। ଏହି ଦୁର୍ଘଟଣାରେ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଉଛି। ଏହି ଦୁର୍ଘଟଣା ଉପରେ ସରକାର ପୂରା ନଜର ରଖିଛନ୍ତି।

Advertisment

ରବିବାର ରାମ ନବମୀ ଅବସରରେ ରୋପୱେରେ ବୁଲିବା ପାଇଁ  ତ୍ରିକୁଟରେ ବହୁ ଲୋକଙ୍କ ଭିଡ ଜମିଥିଲା। ଏହି ସମୟରେ ପାହଡ଼ ଶିଖରରେ ଥିବା ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ସବୁଠୁ ଉପରେ ଥିବା ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇଥିଲା। ଉକ୍ତ ସମୟରେ ସେହି ଟ୍ରଲିରେ ୫ ଯାତ୍ରୀ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଯୋଗୁ ରୋପୱେରେ ଯାଉଥିବା ଆଉ ୨୩ ଟ୍ରଲି ମଝିରେ ଅଟକି ରହିଛି। ସେଥିମଧ୍ୟରୁ ପାହାଡ଼ ପାଖପାଖି ଥିବା ୨ଟି ଟ୍ରଲି ପଥରରେ ପିଟି ହେବାରୁ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି।

ଏବେ ବି ୩୦ରୁ ଅଧିକ ପର୍ଯ୍ୟଟକ  ମଝି ଆକାଶରେ ଫସି ରହିଛନ୍ତି । ରାତି ସାରା ରୋପୱେରେ ଅଟକି ରହିଥିବାରୁ ସେମାନେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏଥିରେ ଭାରତୀୟ ବାୟୁସେନା, ଆଇଟିବିପି ଓ ଏନଡିଆରଏଫ ଟିମ୍‌ ମିଳିତ ଭାବେ ପ୍ରୟାସ କରୁଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ MI17 ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe