Advertisment

ପ୍ରେମିକକୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକା ଦେଲା ଶାରୀରିକ ସମ୍ପର୍କର ଅଫର

ନାଗପୁର: ପ୍ରେମିକକୁ ହତ୍ୟା ପାଇଁ ପ୍ରେମିକା ସାଜିଲା ସଇତାନ। ଆଉ ହତ୍ୟା ପାଇଁ  ସୁପାରୀ କିଲରକୁ ଦେଲା ଅଫର। ପ୍ରେମିକକୁ ହତ୍ୟା କଲେ ୧.୫ ଲକ୍ଷ ଟଙ୍କା ସହ ଶାରୀରିକ ସମ୍ପର୍କ ରଖିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି। ଆଉ ପ୍ରତିଶ୍ରୁତି ମୁତାବକ ସୁପାରୀ କିଲର ହତ୍ୟା କଲା। ହେଲେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ପୁଲିସ ବାନ୍ଧି ନେଲା। ଆଉ ଅଧା ରହିଗଲା ସୁପାରୀ କିଲରର ଶାରୀରିକ ସମ୍ପର୍କ ସ୍ୱପ୍ନ। ନାଗପୁର ଅଞ୍ଚଳର ଚନ୍ଦୁ ମହାପୁର। ଯିଏ […]

ଅଦ୍ୟତନ ହୋଇଛି
ପ୍ରେମିକକୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକା ଦେଲା ଶାରୀରିକ ସମ୍ପର୍କର ଅଫର

representative-image

Advertisment

ନାଗପୁର: ପ୍ରେମିକକୁ ହତ୍ୟା ପାଇଁ ପ୍ରେମିକା ସାଜିଲା ସଇତାନ। ଆଉ ହତ୍ୟା ପାଇଁ  ସୁପାରୀ କିଲରକୁ ଦେଲା ଅଫର। ପ୍ରେମିକକୁ ହତ୍ୟା କଲେ ୧.୫ ଲକ୍ଷ ଟଙ୍କା ସହ ଶାରୀରିକ ସମ୍ପର୍କ ରଖିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି। ଆଉ ପ୍ରତିଶ୍ରୁତି ମୁତାବକ ସୁପାରୀ କିଲର ହତ୍ୟା କଲା। ହେଲେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ପୁଲିସ ବାନ୍ଧି ନେଲା। ଆଉ ଅଧା ରହିଗଲା ସୁପାରୀ କିଲରର ଶାରୀରିକ ସମ୍ପର୍କ ସ୍ୱପ୍ନ।

Advertisment

ନାଗପୁର ଅଞ୍ଚଳର ଚନ୍ଦୁ ମହାପୁର। ଯିଏ ଜୀବନଠୁ ଅଧିକ ଭଲ ପାଉଥିଲେ ୨୦ ବର୍ଷୀୟ ଯୁବତୀଙ୍କୁ। ଯୁବତୀ ମଧ୍ୟ ଚନ୍ଦୁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଚନ୍ଦୁ ନିଜର ବୈବାହିକ ସମ୍ପର୍କ ବିଷୟରେ ପ୍ରେମିକାଙ୍କୁ କହିନଥିଲେ। ତେବେ କୌଣସି ପ୍ରକାରେ ପ୍ରେମିକା ଜାଣିବାକୁ ପାଇଲେ ତାଙ୍କ ପ୍ରେମିକ ଜଣେ ବିବାହିତ। ଏକଥା ଜାଣିବା ପରେ ପତ୍ନୀଙ୍କ ସହ ସମ୍ପର୍କ ତୁଟାଇବାକୁ ଚନ୍ଦୁଙ୍କୁ ବାଧ୍ୟ କରିଥିଲେ ତାଙ୍କ ପ୍ରେମିକା। ହେଲେ ଚନ୍ଦୁ ଏଥିରେ ରାଜି ହୋଇନଥିଲେ। ଏହାପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ପ୍ରେମିକା। ଆଉ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ କରିଥିଲେ ଷଡ଼ଯନ୍ତ୍ର।

ଏଥିରେ ମୋହରା ବନାଇଲେ ଚନ୍ଦୁର ସାଙ୍ଗ ତଥା ଦୂର ସମ୍ପର୍କୀୟ ଭରତ ଗୁଜରକୁ। ଚନ୍ଦୁକୁ ହତ୍ୟା କଲେ ୧.୫ ଲକ୍ଷ ଟଙ୍କା ଦେବା ସହିତ ଶାରୀରିକ ସମ୍ପର୍କ ରଖିବ ବୋଲି ଭରତକୁ ଯୁବତୀ ଜଣଙ୍କ ପ୍ରତିଶ୍ରୁତି ଦେଇଥିଲେ। ଚନ୍ଦୁ ସହିତ ଭରତର ଆର୍ଥିକ ବିବାଦ ଥିବାରୁ ସେ ଯୁବତୀଙ୍କ ଅଫରରେ ରାଜି ହୋଇଯାଇଥିଲା।

Advertisment

ଯୋଜନା ଅନୁଯାୟୀ ଚନ୍ଦୁ ମହପୁରକୁ ଡାକିଥିଲା ଭରତ ଗୁଜର। ଆଉ ଏକାଠି ହୋଇ ମଦ ପିଇଥିଲେ। ମଦ ନିଶାରେ ଚୁର ହେବା ପରେ ଚନ୍ଦୁର ମୁଣ୍ଡକୁ ପ୍ରବଳ ଆଘାତ ଦେଇଥିଲା ଭରତ। ପରେ ଗଳା କାଟି ହତ୍ୟାକରିଥିଲା। ଏହାପରେ ମୃତ ଦେହକୁ ସାଲାଇମେଣ୍ଡା ସ୍ଥିତ ଏକ ପରିତ୍ୟକ୍ତ କ୍ରସର ଖାଦାନରେ ୨୦୦ ଫୁଟ ତଳକୁ ପକାଇ ଦେଇଥିଲା।

ଦୁର୍ଭାଗ୍ୟକୁ ବାଇକରେ ଉଭୟ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା। ଆଉ ତାପରେ ସେ ଧରାପଡ଼ିଥିଲା। ଅଧା ରହିଯାଇଥିଲା ୧.୫ ଲକ୍ଷ ଟଙ୍କା ଓ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ।

ପୁଲିସ ଏହି ମାମଲାରେ ସଂପୃକ୍ତ ଯୁବତୀ ଏବଂ ତାଙ୍କ ବାପାମାଆ ଓ ଗୁଜରକୁ ଗିରଫ କରିଛି।

Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe