Advertisment

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ଉଚିତ୍: ମୋହନ ଭାଗବତ

ନାଗପୁର: ଦେଶରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ନେଇ ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ। ଆଜି ବିଜୟାଦଶମୀ ଉପଲକ୍ଷେ ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ଉଚିତ ବୋଲି କହିଛନ୍ତି।  ସେହିପରି ଜନସଂଖ୍ୟାରେ ଧର୍ମଭିତ୍ତିକ ଅସନ୍ତୁଳନ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।  ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି। ଏହି ଅବସରେ ମୋହନ […]

ଅଦ୍ୟତନ ହୋଇଛି
ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ଉଚିତ୍: ମୋହନ ଭାଗବତ

Mohan-Bhagabat

Advertisment

ନାଗପୁର: ଦେଶରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ନେଇ ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ। ଆଜି ବିଜୟାଦଶମୀ ଉପଲକ୍ଷେ ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ଉଚିତ ବୋଲି କହିଛନ୍ତି।  ସେହିପରି ଜନସଂଖ୍ୟାରେ ଧର୍ମଭିତ୍ତିକ ଅସନ୍ତୁଳନ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।  ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି।

Advertisment

ଏହି ଅବସରେ ମୋହନ ଭାଗବତ ପୂର୍ବ ତିମୋର, କୋସୋଭୋ ଏବଂ ଦକ୍ଷିଣ ସୁଦାନର ଉଦାହଣ ଦେଇଛନ୍ତି। ଜନସଂଖ୍ୟାରେ ଧର୍ମଭିତ୍ତିକ ଅସନ୍ତୁଳନ ଯୋଗୁ ଏହି ଦେଶଗୁଡ଼ିକର ଉତ୍ପତ୍ତି ହେଲା ବୋଲି ସେ କହିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ସହ ଧର୍ମଭିତ୍ତିକ ଜନସଂଖ୍ୟା ସନ୍ତୁଳନ ରହିବା ଜରୁରୀ ବୋଲି ସେ କହିଛନ୍ତି।

ମୋହନ ଭାଗବତ କହିଛନ୍ତି, ଆମର ଜନସଂଖ୍ୟା ଅଧିକ। ଏହା ଏକ ବାସ୍ତବତା। ଜନସଂଖ୍ୟା ସାଧନ ଆବଶ୍ୟକ କରେ। ଯଦି ସାଧନ ନଥିବ ଓ ଜନସଂଖ୍ୟା ବଢ଼ି ଚାଲିଥିବା, ତା’ହେଲେ ଏହା ବୋଝ ସଦୃଶ ମନେ ହେବ। ଜନସଂଖ୍ୟାକୁ ନେଇ ଆଉ ଏକ ବିଚାର ରହିଛି। ଜନସଂଖ୍ୟାକୁ ସମ୍ପତ୍ତି ଭାବେ ମଧ୍ୟ ବିବେଚନା କରାଯାଏ। ଚୀନ ଏବେ ନିଜ ଜନସଂଖ୍ୟା ନୀତି ବଦଳାଇ ଦେଇଛି। ଦେଶରେ ଜନସଂଖ୍ୟା ବୃଦ୍ଧି ପାଇଁ ଚୀନ ଲୋକଙ୍କୁ ପ୍ରୋତ୍ସାହିତ କରୁଛି।  ତେଣୁ ସବୁ ବିଚାରକୁ ମୁଣ୍ଡରେ ରଖି ଏକ ଜନସଂଖ୍ୟା ନୀତି ଆଣିବା ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ।

Advertisment

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ ଆହୁରି କହିଛନ୍ତି, ମହିଳାଙ୍କ ବିନା ଦେଶର ଅଗ୍ରଗତି ହେବ ନାହିଁ। ସେମାନଙ୍କୁ ସଶକ୍ତ କରିବା ଜରୁରୀ। ସମସ୍ତ କ୍ଷେତ୍ରରେ ମହିଳାଙ୍କ ସମାନତା ବଜାୟ ରହିବା ଉଚିତ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe