Advertisment

ମସଜିଦ୍‌ ଯାଇ ମୌଲବୀଙ୍କୁ ଭେଟିଲେ ମୋହନ ଭାଗବତ, ଘଣ୍ଟାଏ ଚାଲିଲା ଆଲୋଚନା

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ। ମୁସଲିମ ନେତାଙ୍କ ସହ ଆଲୋଚନା ପରେ ମୋହନ ଭାଗବତ ଦିଲ୍ଲୀରେ ଏକ ମସଜିଦ୍‌ ପରିଦର୍ଶନ କରିଛନ୍ତି। ଏଥିସହ ମସଜିଦ୍‌ର ମୁଖ୍ୟ ମୌଲବୀଙ୍କ ସହ  ଆଲୋଚନା କରିଛନ୍ତି। ସର୍ବଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ତଥା ମୌଲବୀ ଉମର ଅମହମ୍ମଦ  ଇଲିୟାସିଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଇଲିୟାସିଙ୍କ ପୁଅ  […]

ଅଦ୍ୟତନ ହୋଇଛି
ଟ୍ୱିଟରରେ ଯୋଡ଼ି ହେଲେ ମୋହନ ଭାଗବତ

rss

Advertisment

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ। ମୁସଲିମ ନେତାଙ୍କ ସହ ଆଲୋଚନା ପରେ ମୋହନ ଭାଗବତ ଦିଲ୍ଲୀରେ ଏକ ମସଜିଦ୍‌ ପରିଦର୍ଶନ କରିଛନ୍ତି। ଏଥିସହ ମସଜିଦ୍‌ର ମୁଖ୍ୟ ମୌଲବୀଙ୍କ ସହ  ଆଲୋଚନା କରିଛନ୍ତି। ସର୍ବଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ତଥା ମୌଲବୀ ଉମର ଅମହମ୍ମଦ  ଇଲିୟାସିଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି।

Advertisment

ଏ ସମ୍ପର୍କରେ ଇଲିୟାସିଙ୍କ ପୁଅ  ସୁହାବି ଇଲିୟାସି କହିଛନ୍ତି ଯେ,  ଉଭୟଙ୍କ ସାକ୍ଷାତ ଦେଶକୁ ଏକ ଉତ୍ତମ ବାର୍ତ୍ତା ଦେଉଛି। ଆମ ନିମନ୍ତ୍ରଣ ରକ୍ଷା କରି ସେମାନେ ଆସିଥିବାରୁ ବେଶ ଖୁସି ଲାଗୁଛି ବୋଲି ଇଲିୟାସି କହିଛନ୍ତି। ନିକଟରେ ମୋହନ ଭାଗବତ ମୁସଲମାନ ବୁଦ୍ଧିଜୀବୀମାନଙ୍କୁ ଭେଟିଥିଲେ। ସାମ୍ପ୍ରଦାୟିକ ସଦଭାବନା ବୃଦ୍ଧି ଦିଗରେ ଏହି ଭେଟଘାଟ ବେଶ ସହାୟ ହେବ ବୋଲି କୁହାଯାଇଛି । କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପରେ ଦେଶରେ ସାମ୍ପ୍ରଦାୟିକ ମାହୋଲ ବିଗିଡ଼ି ଯାଇଥିଲା।

ଏହା ପରେ ଏହି ଭେଟଘାଟ  ଏକ ସକରାତ୍ମକ ସଙ୍କେତ ଦେଉଛି। ନିକଟରେ ବାରାଣସି ଜ୍ଞାନବ୍ୟାପି ମସଜିଦକୁ ନେଇ ମୋହନ ଭାଗବତ ଏକ ବିବୃତି ଦେଇଥିଲେ । ସେ କହିଥିଲେ ଯେ,  ଆମେ ପ୍ରତି ମସଜିଦରେ ଶିବ ଲିଙ୍ଗ ଦେଖିବାକୁ ଚାହୁଁ।  ଆରଏସଏସ ହେଉଛି ବିଜେପି ବିଚାରଧାରାର ସମର୍ଥକ।  କିନ୍ତୁ ଭାରତର ବୈଚାରିକ ବିଚାରଧାରା ସମବାଦରେ ଆରଏସଏସ ବିଶ୍ୱାସ କରେ ବୋଲି  ଆରଏସଏସ ମୁଖପାତ୍ର  ସୁନିଲ ଆମ୍ବେକର କହିଛନ୍ତି। ସୁନିଲ ଆହୁରି କହିଛନ୍ତି ଯେ, ଆରଏସ୍‌ଏସ୍‌ ସର୍ସଙ୍ଘଚାଳକ ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ଭେଟୁଛନ୍ତି। ଏହା ହେଉଛି ନିରବଚ୍ଛିନ୍ନ ସାମଗ୍ରିକ ଆଲୋଚନା ଅଂଶବିଶେଷ। ମଙ୍ଗଳବାର ମୋହନ ଭାଗବତ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ୍‌ ଜଙ୍ଗ୍‌ ଏବଂ ପୂର୍ବତନ ନିର୍ବାଚନ କମିସନର୍‌ ଏସ୍‌ୱାଇ କୁରୈଶିଙ୍କ ସମେତ ୫ଜଣ ବିଶିଷ୍ଟ ମୁସଲ୍‌ମାନଙ୍କୁ ଭେଟି ସାମ୍ପ୍ରଦାୟିକ ସଦ୍‌ଭାବ ବିଷୟରେ ଆଲୋଚନା କରିଥିଲେ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ମତାନ୍ତର କ୍ଷେତ୍ର ଖୋଜି ବାହାର କରିବା ସହ ତାହାର ସମାଧାନ ନିମନ୍ତେ ଉପାୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe