Gadkari
ପୁଣେ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ସ୍) କେବେ ଜାତି ଧର୍ମକୁ ନେଇ ଭେଦଭାବ କରେ ନାହିଁ। ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ। ଥରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ରତନ ଟଟାଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହା କହିଥିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ସେହି ପୁରୁଣା ସ୍ମୃତିକୁ ଏଠାରେ ଏକ କାର୍ଯ୍ୟକ୍ରମରେ ମନେ ପକାଇଛନ୍ତି ଗଡ଼କରୀ। ପୁଣେର ସିହ୍ନାଗଡ଼ର ଏକ ସ୍ୱେଚ୍ଛାକୃତ ହସପିଟାଲକୁ ଉଦ୍ଘାଟନ କରି ଗଡ଼କରୀ ଏହା କହିଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ଥିଲା ବେଳେ ଏକ ଅନୁଭୂତିକୁ ମନେ ପକାଇ ଏଠାରେ ବଖାଣି ଥିଲେ ଗଡ଼କରୀ ।
ସେ କହିଥିଲେ, ଔରଙ୍ଗାବାଦରେ ଆରଏସଏସ ମୁଖ୍ୟ କେବି ହେଗଡ଼େୱାରଙ୍କ ନାମରେ ଏକ ହସପିଟାଲ ନିର୍ମାଣ କରାଯାଇଥିଲା। ମୁଁ ସେତେବେଳେ ରାଜ୍ୟରେ ମନ୍ତ୍ରୀ ଥିଲି। ଜଣେ ବରିଷ୍ଠ ଆରଏସଏସ ଅଧିକାରୀ ଉକ୍ତ ହସପିଟାଲର ରତନ ଟାଟାଙ୍କ ଦ୍ୱାରା ଉଦ୍ଘାଟନ ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେ ମୋର ସହାୟତା ଲୋଡ଼ିଥିଲେ। ଏହା ପରେ ସେ ରତନ ଟାଟାଙ୍କୁ ହସପିଟାଲରେ ଉଦ୍ଘାଟନ୍ ପାଇଁ ଯୋଗାଯୋଗ କରିଥିଲେ । କାରଣ ଟାଟା ମଧ୍ୟ ଟାଟା କ୍ୟାନ୍ସର ହସପିଟାଲ ମାଧ୍ୟମରେ ଗରିବଙ୍କ ସେବା କରୁଛି।
ନିମନ୍ତ୍ରଣ ରକ୍ଷ୍ୟା କରି କାର୍ଯ୍ୟକ୍ରମକୁ ରତନ ଟାଟା ଆସିଥିଲେ। ଏହି ସମୟରେ ସେ ପଚାରିଥିଲେ ଆରଏସଏସ କେବଳ କ’ଣ ହିନ୍ଦୁ ସମ୍ପ୍ରଦାୟଙ୍କୁ ସେବା ଯୋଗାଇବ। ମୁଁ ସଙ୍ଗେ ସଙ୍ଗେ କହିଥିଲି ଆପଣ ଏମିତି କାହିଁକି ଭାବୁଛନ୍ତି। ସେ ସଙ୍ଗେ ସଙ୍ଗେ କହିଥିଲେ ହସପିଟାଲିଟି ଆରଏସଏସ ସହ ଜଡ଼ିତ। ମୁଁ ତାଙ୍କୁ କହିଥିଲି ଏହି ହସପିଟାଲ ସବୁ ସମ୍ପ୍ରଦାୟକ ପାଇଁ ସମର୍ପିତ। ଆରଏସଏସ କାହା ସହ ଭେଦଭାବ କରେ ନାହିଁ ବୋଲି ମୁଁ ସେତେବେଳେ ଟାଟାକୁ ଉତ୍ତର ଦେଇଥିବା ଗଡ଼କରୀ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Gadkari.jpg)