କମ୍ପିବ ସଂସଦର ମୌସୁମୀ ଅଧିବେଶନ, ଶାସକ-ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ବିରୋଧୀ, କଂଗ୍ରେସ, ଟିଏମସି, ଡିଏମକେ ଆଦି ଦଳର ନେତା ମାନେ ସାମିଲ ହୋଇଥିଲେ। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେହି ପ୍ରସଙ୍ଗରେ ବିତର୍କ କରିବା ପାଇଁ ସରକାର ରାଜି ବୋଲି ମୋଦି କହିଥିବା ସୂଚନା ରହିଛି। ବୈଠକରେ ମୋଦି କହିଥିଲେ […]

modi-all-party-meeting

modi-all-party-meeting

Subhransu Sekhar
  • Published: Sunday, 18 July 2021
  • Updated: 18 July 2021, 09:49 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ବିରୋଧୀ, କଂଗ୍ରେସ, ଟିଏମସି, ଡିଏମକେ ଆଦି ଦଳର ନେତା ମାନେ ସାମିଲ ହୋଇଥିଲେ। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେହି ପ୍ରସଙ୍ଗରେ ବିତର୍କ କରିବା ପାଇଁ ସରକାର ରାଜି ବୋଲି ମୋଦି କହିଥିବା ସୂଚନା ରହିଛି। ବୈଠକରେ ମୋଦି କହିଥିଲେ ବିରୋଧୀ ସମେତ ସମସ୍ତଙ୍କ ପ୍ରସ୍ତାବତ ବହୁ ମୂଲ୍ୟବାନ। ଏହି ବୈଠକରେ ୩୩ଟି ଦଳର ୪୦ ନେତା ଉପସ୍ଥିତ ଥିଲେ।

କୋଭିଡର ଦ୍ୱିତୀୟ ଲହର ବେଳେ ପ୍ରଥମ ଅଧିବେଶନରେ ଅନେକ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ବିରୋଧୀ ଯୋଜନା କରିଛନ୍ତି। ତୈଳ ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ଆଦିକୁ ପ୍ରସଙ୍ଗକୁ କରି ମୋଦି ସରକାରକୁ ସଂସଦରେ ଆଣ୍ଠେଇବାକୁ ଯୋଜନା କରିଛି ବିରୋଧୀ। ଟିକାକରଣ ଜରିଆରେ କୋଭିଡ଼ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଟିକାକରଣରେ ମାନ୍ଦାବସ୍ଥା କାହିଁକି ହେଉଛି ବୋଲି ବିରୋଧୀ ସରକାରଙ୍କ ଉତ୍ତର ମାଗିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସଂସଦ ବାହାରେ ଆନ୍ଦୋଳନରତ ଚାଷୀ ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି।

ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂସଦର ଚଳିତ ଅଧିବେଶନ ସାର୍ଥକ ହେବା ଦରକାର। ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ବୋଲି କହିଥିବା ସୂଚନା ରହିଛି।

ବିଏସପି ନେତ୍ରୀ ମାୟାବତୀ କହିଛନ୍ତି ସଂସଦରେ ସମସ୍ତ ବିରୋଧୀ ଏକାଠି ରହିବା ଦରକାର। ସରକାର ବିଭିନ୍ନ ପ୍ରସଙ୍ଗରେ ଉତ୍ତରଦାୟୀ ରହିବା ଦରକାର। ଯଦି ବିରୋଧୀ ଏକ ହେବେ ତାହେଲ ସରକାର ବାଧ୍ୟ ହେବେ ଉତ୍ତର ଦେବାକୁ। ପେଟ୍ରୋଲ, ଡିଜେଲ ଦର ପାଖରୁ ଆରମ୍ଭ କରି ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ସଂସଦରେ ତର୍କ ହେବା ଆବଶ୍ୟକ। ସମସ୍ତ ବିଏସପି ସାଂସଦଙ୍କୁ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ସେ କହିଥିବା କହିଛନ୍ତି। ଯଦି ଏହି ପ୍ରସଙ୍ଗରେ ଆଲୋଚନା ହେବ ତାହେଲେ ଦେଶବାସୀ ଦରଦାମ ବୃଦ୍ଧି ପଛର କାରଣ ଜାଣିପାରିବେ ବୋଲି ସେ କହିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭାରେ ସରକାରୀ ଦଳର ନେତା ତଥା ମନ୍ତ୍ରୀ ପୀୟୁଷ ଗୋଏଲ, ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜନ ଖାଡ଼ଗେ, ଟିଏମସି ସାଂସଦ ଡେରେକ ଓବ୍ରାଏନ ଆଦି ନେତା ଉପସ୍ଥିତ ଥିଲେ। ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଅଗଷ୍ଟ ୩ରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos