Advertisment

ୟୁକେ ଉପରେ କଟକଣା ଜାରି କଲା ରୁଷ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଲଢ଼େଇ ଉଗ୍ରରୂପ ଧାରଣ କରିଥିବା ବେଳେ ରୁଷ ଆଉ ଏକ କଠୋର ପଦକ୍ଷେପ  ନେଇଛି। ରୁଷର ବେସାମରିକ କର୍ତ୍ତୃପକ୍ଷ ୟୁକେର ବିମାନ ଗୁଡ଼ିକୁ ନିଜ ଦେଶରେ ବ୍ୟାନ୍‌ କରିଦେଇଛନ୍ତି। ୟୁକେ ପକ୍ଷରୁ ରୁଷକୁ ଏରୋଫ୍ଲଟ୍‌ ବିମାନ ବାତିଲ କରାଯାଇଥିବାରୁ ପ୍ରତି ଜବାବ ସୂରୁପ ଏଭଳି ନିଷ୍ପତ୍ତି ନେଇଛି ରୁଷ୍। ମୁଖ୍ୟତଃ ୟୁକେ ଫ୍ଲାଇଟ୍‌ ଗୁଡ଼ିକୁ ରୁଷ ଏୟାର ସ୍ପେଶ୍‌ରେ ବ୍ୟାନ୍‌ କରାଯାଇଛି। ରୁଷର ବେସାମରିକ କର୍ତ୍ତୃପକ୍ଷ  କହିଛନ୍ତି ଯେ, ୟୁକେରୁ ରୁଷ ଅଭିମୁଖେ […]

ଅଦ୍ୟତନ ହୋଇଛି
ୟୁକେ ଉପରେ କଟକଣା ଜାରି କଲା ରୁଷ

Flight

Advertisment

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଲଢ଼େଇ ଉଗ୍ରରୂପ ଧାରଣ କରିଥିବା ବେଳେ ରୁଷ ଆଉ ଏକ କଠୋର ପଦକ୍ଷେପ  ନେଇଛି। ରୁଷର ବେସାମରିକ କର୍ତ୍ତୃପକ୍ଷ ୟୁକେର ବିମାନ ଗୁଡ଼ିକୁ ନିଜ ଦେଶରେ ବ୍ୟାନ୍‌ କରିଦେଇଛନ୍ତି। ୟୁକେ ପକ୍ଷରୁ ରୁଷକୁ ଏରୋଫ୍ଲଟ୍‌ ବିମାନ ବାତିଲ କରାଯାଇଥିବାରୁ ପ୍ରତି ଜବାବ ସୂରୁପ ଏଭଳି ନିଷ୍ପତ୍ତି ନେଇଛି ରୁଷ୍। ମୁଖ୍ୟତଃ ୟୁକେ ଫ୍ଲାଇଟ୍‌ ଗୁଡ଼ିକୁ ରୁଷ ଏୟାର ସ୍ପେଶ୍‌ରେ ବ୍ୟାନ୍‌ କରାଯାଇଛି।

Advertisment

ରୁଷର ବେସାମରିକ କର୍ତ୍ତୃପକ୍ଷ  କହିଛନ୍ତି ଯେ, ୟୁକେରୁ ରୁଷ ଅଭିମୁଖେ ଚଳାଚଳ କରୁଥିବା  ଟ୍ରାଞ୍ଜିଟ୍‌ ଫ୍ଲାଇଟ୍‌ ସହ ସସସ୍ତ ପ୍ରକାର ବିମାନ ଉପରେ ରୋକ୍‌ ଲଗାଯାଇଛି। ତେବେ ଏହା ଏକ ବନ୍ଧୁ ସମ୍ପର୍କ ଛିନ୍ନ କରିବା ଭଳି ନିଷ୍ପତ୍ତି ବୋଲି ବ୍ରିଟେନ୍‌ କହିଛି। ପୂର୍ବରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ରୁଷ ଉପରେ ଆର୍ଥିକ ସମେତ ଅନ୍ୟକଟକଣା ଜାରି କରିଛନ୍ତି।

ଅନ୍ୟପଟେ ଯୁଦ୍ଧରେ ୟୁକ୍ରେନ୍‌ର ୧୮ଟି ଯୁଦ୍ଧ ଟ୍ୟାଙ୍କ ନଷ୍ଠ କରାଯାଇଥିବା ରୁଷ ଦାବି କରିଛି। ସେହିପରି ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ଯୁଦ୍ଧରେ ନିଜର ୪୫୦ ସୈନ୍ୟଙ୍କୁ ହରାଇଥିବା ୟୁକେ କହିଛି। ଏହାରି ଭିତରେ ରୁଷ ସୈନ୍ୟ ଦଳ ୟୁକ୍ରେନ୍‌ର ରାଜଧାନୀ କିଭ୍ ନିକଟବର୍ତ୍ତୀ ହୋଇଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀ ସୈନ୍ୟ ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରୁଥିବା

Advertisment

ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ ଜଳ, ସ୍ଥଳ ଓ ଆକାଶରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରମୁଖ ସହରରେ ବିସ୍ଫୋରଣ ଏବଂ ଗୁଳିଗୋଳା ଫୁଟିବାରୁ ପ୍ରାୟ ୧ ଲକ୍ଷ ଜନତା ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ‌ଅନେକେ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟ ମିଳୁଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe