Advertisment

ଯୁଦ୍ଧକୁ ବିରାମ ଦେଲା ରୁଷ, ସ୍ଥାନାନ୍ତର ସରିଲେ ପୁଣି ଆକ୍ରମଣ !

ନୂଆଦିଲ୍ଲୀ: ଯୁଦ୍ଧ ବିରତି ଘୋଷଣା କଲା ରୁଷ। ଦୀର୍ଘ ୧୨ ଦିନ ଧରି ଭୟଙ୍କର ହମଲା ଜାରି ରଖିବା ପରେ ଆଜି ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଛି। କିଭ୍‌, ମାରିୟୁପୋଲ, ଖାରକିଭ୍ ଏବଂ ସମିରେ ମସ୍କୋ ସମୟ ସକାଳ ୧୦ଟାରୁ (ଦିନ ୧୨ଟା ୩୦ଭାରତୀୟ ସମୟ)ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧକୁ ବିରାମ ଦିଆଯାଛି। ଯୁଦ୍ଧ ଯୋଗୁ ଏସବୁ ସ୍ଥାନରୁ ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଛି। ଆକ୍ରମଣରେ ୟୁକ୍ରେନର ସାଧାରଣ ନାଗରିକଙ୍କ ମୃତ୍ୟୁ […]

ଅଦ୍ୟତନ ହୋଇଛି
ଯୁଦ୍ଧକୁ ବିରାମ ଦେଲା ରୁଷ, ସ୍ଥାନାନ୍ତର ସରିଲେ ପୁଣି ଆକ୍ରମଣ !

Ukraine1

Advertisment

ନୂଆଦିଲ୍ଲୀ: ଯୁଦ୍ଧ ବିରତି ଘୋଷଣା କଲା ରୁଷ। ଦୀର୍ଘ ୧୨ ଦିନ ଧରି ଭୟଙ୍କର ହମଲା ଜାରି ରଖିବା ପରେ ଆଜି ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଛି। କିଭ୍‌, ମାରିୟୁପୋଲ, ଖାରକିଭ୍ ଏବଂ ସମିରେ ମସ୍କୋ ସମୟ ସକାଳ ୧୦ଟାରୁ (ଦିନ ୧୨ଟା ୩୦ଭାରତୀୟ ସମୟ)ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧକୁ ବିରାମ ଦିଆଯାଛି। ଯୁଦ୍ଧ ଯୋଗୁ ଏସବୁ ସ୍ଥାନରୁ ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଛି। ଆକ୍ରମଣରେ ୟୁକ୍ରେନର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟୁଛି।  ତେଣୁ ଉକ୍ତ ଅଞ୍ଚଳରେ ୱାର ଜୋନ୍‌ରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମାନିବିକ କରିଡର ଲାଗି ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଇଛି ।

Advertisment

ଦୁଇ ଦିନ ପୂର୍ବେ ଭଭୟ ଦେଶର ବୁଝାମଣା ପରେ ସାମୟିକ ଭାବେ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲା।  ହେଲେ ସମସ୍ତ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ବହୁ ସମସ୍ୟା ଉପୁଜିଥିଲା। ଫଳରେ ଏହି ପ୍ରକ୍ରିୟା ସରି ନଥିବା ବେଳେ ପୁଣି ରୁଷ ପକ୍ଷରୁ ହମଲା ଆରମ୍ଭ ହୋଇ ଯାଥିଲା। ଗତକାଲି ଆକ୍ରମଣରେ ୟୁକ୍ରେନର ୨ ସାଧାରଣ  ନାକରିକଙ୍କ ମୃତ୍ୟୁ  ଘଯିଛି। ଗତକାଲି ରୁଷ ପକ୍ଷରୁ ଏକ ଆବାସିକ ଘର ଉପରେ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ୟୁକ୍ରେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୁକ୍ରେନ୍‌ର କ୍ରାମାଟୋରସ୍କରେ ଏହି ଆକ୍ରମଣ କରାଯାଇଛି। ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଥିବା ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ୟୁକ୍ରେନରେ ଫସିଥିବା ଆଉ କିଛି ଭାରତୀଙ୍କ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe