Advertisment

ୟକ୍ରେନ୍‌ ସେନାକୁ ଅସ୍ତ୍ର ଛାଡ଼ିବା ପାଇଁ କହିଲା ରୁଷ, କଥା ମାନିଲେ ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଶକ୍ତିଶାଳୀ ରୁଷ। ୟୁକ୍ରେନ୍‌କୁ ଘେରାବନ୍ଦୀ କରି ରୁଷ ସେନା ଘନ ଘନ ବିସ୍ଫୋରଣ କରୁଛି। ତେବେ ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ ୟକ୍ରେନ୍‌ ସେନାକୁ ଆତ୍ମସମର୍ପଣ ପାଇଁ ରୁଷ ଚେତାବନୀ ଦେଇଛି । ରୁଷର ବୈଦେଶିକ ମନ୍ତ୍ରୀ ସେର୍‌ଜେଇ ଲାଭରୋ କହିଛନ୍ତି ଯେ,  ଯଦି ୟୁକ୍ରେନ ସେନା ଅସ୍ତ୍ର ଛାଡ଼ନ୍ତି ତେବେ କିଭ୍‌ ସହ ମସ୍କୋ ଆଲୋଚନା କରିବାକୁ ରାଜି ଅଛି। ସେ କହିଛନ୍ତି ଯେ, […]

author-image
Tapas Behera
ୟକ୍ରେନ୍‌ ସେନାକୁ ଅସ୍ତ୍ର ଛାଡ଼ିବା ପାଇଁ କହିଲା ରୁଷ, କଥା ମାନିଲେ ଆଲୋଚନା

rush-2

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଶକ୍ତିଶାଳୀ ରୁଷ। ୟୁକ୍ରେନ୍‌କୁ ଘେରାବନ୍ଦୀ କରି ରୁଷ ସେନା ଘନ ଘନ ବିସ୍ଫୋରଣ କରୁଛି। ତେବେ ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ ୟକ୍ରେନ୍‌ ସେନାକୁ ଆତ୍ମସମର୍ପଣ ପାଇଁ ରୁଷ ଚେତାବନୀ ଦେଇଛି । ରୁଷର ବୈଦେଶିକ ମନ୍ତ୍ରୀ ସେର୍‌ଜେଇ ଲାଭରୋ କହିଛନ୍ତି ଯେ,  ଯଦି ୟୁକ୍ରେନ ସେନା ଅସ୍ତ୍ର ଛାଡ଼ନ୍ତି ତେବେ କିଭ୍‌ ସହ ମସ୍କୋ ଆଲୋଚନା କରିବାକୁ ରାଜି ଅଛି। ସେ କହିଛନ୍ତି ଯେ, ମସ୍କୋ ନୂଆ ‘ନାଜି’ ହେବାକୁ ଲକ୍ଷ୍ୟରେ ନାହିଁ କିମ୍ବା ୟୁକ୍ରେନ୍‌ ଉପରେ ଶାସନ କରିବାର ଉଦ୍ଦେଶ୍ୟ ନାହିଁ।  ସେପଟେ ଲଢ଼େଇରୁ ଓହରିବ ନାହିଁ ବୋଲି ୟୁକ୍ରେନ୍‌ ସେନା ଦମ ଦେଖାଇଛି।

Advertisment

ଆକ୍ରମଣକାରୀ ରୁଷ ସେନା ସହ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରେ ପହଞ୍ଚି ଥିବା ରୁଷ ସେନା ବିପକ୍ଷରେ ଦ୍ୱିତୀୟ ଦିନ ପାଇଁ ମୁହାଁମୁହିଁ ଯୁଦ୍ଧ ଜାରି ରହିଛି। ଏନେଇ କିଭ୍‌ ସେନା ପକ୍ଷରୁ ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ଅକାଉଣ୍ଟରେ ପୋଷ୍ଟ କରାଯାଇଛି। ୟୁକ୍ରେନର ପ୍ରତିରକ୍ଷାମନ୍ତ୍ରୀ ନିଜ ଦେଶର ସାଧାରଣ ନାଗରିକଙ୍କୁ ଆକ୍ରମଣକାରୀଙ୍କୁ  ବିରୋଧ କରିବା ପାଇଁ ଆହ୍ୱାନ କରିଛନ୍ତି । ରୁଷ ସେନାର ଗତିବିଧି ସମ୍ପର୍କରେ ସରକାରଙ୍କୁ ତଥ୍ୟ ଦେବା ସହ ସେମାନଙ୍କୁ ଜୋଦାରଦାର ବିରୋଧ କରିବାକୁ ସେ କହିଛନ୍ତି।

କିଭ୍‌ ନିକଟରେ ଶୁକ୍ରବାର ରୁଷର ଏକ ସେନା ବିମାନକୁ ୟୁକ୍ରେନ୍‌ ମାଡ଼ରେ ଟଳିପଡ଼ିଛି। ଏହି ବିମାନଟି ଜଣକ ବାସଭବନର କୋଠା ଉପରେ କ୍ରାଶ କରିଥିଲା। ରୁଷ ସୈନ୍ୟମାନେ ୟୁକ୍ରେନ୍‌ର ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଗୁଳିଗୋଳା ମାଡ଼ କରୁଥିବା ୟୁକ୍ରେନ୍‌ କହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ପରେ ରୁଷୀୟ ସେନା ପକ୍ଷରୁ ୟୁକ୍ରେନ୍‌ ଉପରେ ଲଗାତାର ମିଶାଇଲ ମାଡ଼ ଜାରି ରହିଛି । ଗତ ଦୁଇ ଦିନ ଧରି ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଠ ହେଲାଣି।

Advertisment
Russia-Ukraine War