Advertisment

୪୦ ମାଇଲ ବ୍ୟାପୀ ଲମ୍ବିଛି ରୁଷର ସାମରିକ ଯାନ, କିନ୍ତୁ କିଭ୍‌କୁ ପଶିପାରୁନି

ନୂଆଦିଲ୍ଲୀ: ଯେତେ ଚେଷ୍ଟା କଲେ ମଧ୍ୟ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ପଶିପାରୁ ନାହିଁ ରୁଷ ସେନା। ୧୨ ଦିନ ଧରି ରୁଷ ଘମାଘୋଟ୍‌ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ରାଜଧାନୀ  କିଭ୍‌କୁ ଦଖଲ ସ୍ୱପ୍ନ ପୂରଣ ହୋଇ ପାରିନି। ପ୍ରାୟ ୪୦ ମାଇଲ ବ୍ୟାପୀ ଲମ୍ବିଥିବା ରୁଷ୍‌ର ସାମରିକ ଯାନ ଗତ କିଛି ଦିନ ହେଲା ଆଗେଇ ପାରୁନି। କିଭ୍‌ର ଉପକଣ୍ଠ ଅଞ୍ଚଳରେ ଏହି ସେନା ପହଞ୍ଚି ସାରିଥିଲେ ମଧ୍ୟ ଆଗକୁ ବଢ଼ି ପାରୁନି। ଆମେରିକାର ପ୍ରତିରକ୍ଷା […]

ଅଦ୍ୟତନ ହୋଇଛି
୪୦ ମାଇଲ ବ୍ୟାପୀ ଲମ୍ବିଛି ରୁଷର ସାମରିକ ଯାନ, କିନ୍ତୁ କିଭ୍‌କୁ ପଶିପାରୁନି  

kiv

Advertisment

ନୂଆଦିଲ୍ଲୀ: ଯେତେ ଚେଷ୍ଟା କଲେ ମଧ୍ୟ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ପଶିପାରୁ ନାହିଁ ରୁଷ ସେନା। ୧୨ ଦିନ ଧରି ରୁଷ ଘମାଘୋଟ୍‌ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ରାଜଧାନୀ  କିଭ୍‌କୁ ଦଖଲ ସ୍ୱପ୍ନ ପୂରଣ ହୋଇ ପାରିନି। ପ୍ରାୟ ୪୦ ମାଇଲ ବ୍ୟାପୀ ଲମ୍ବିଥିବା ରୁଷ୍‌ର ସାମରିକ ଯାନ ଗତ କିଛି ଦିନ ହେଲା ଆଗେଇ ପାରୁନି। କିଭ୍‌ର ଉପକଣ୍ଠ ଅଞ୍ଚଳରେ ଏହି ସେନା ପହଞ୍ଚି ସାରିଥିଲେ ମଧ୍ୟ ଆଗକୁ ବଢ଼ି ପାରୁନି। ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ବେଲାରୁଷ ସୀମାରୁ  ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି। କିଛି ଦିନ ପୂର୍ବରୁ ସାଟେଲାଇଟରୁ ଏହି ଚିତ୍ର ଆସିଥିଲା। ହେଲେ କିଛି ଦିନ ହେଲା ରୁଷ ସେନାର ଅଗ୍ରଗତି ଏକ ପ୍ରକାର ଠପ୍‌ ହୋଇଛି। ବିଭିନ୍ନ ଉପାୟରେ ରୁଷ ସେନାର ପଥକୁ ୟୁକ୍ରେନ୍‌ ସେନା ଅବରୋଧ କରିଥିବା କୁହାଯାଉଛି।

Advertisment

ତେବେ  କିଭ୍‌ ଠାରୁ କେତେ ଦୂରରେ ଅଛନ୍ତି ସେନେଇ ସଠିକ ତଥ୍ୟ ଦେଇ ହେବନି ବୋଲି ଆମେରିକାର ଅଫିସିଆଲ ପକ୍ଷରୁ କୁହାଯାଇଛି । ଆମେରିକା ଗୋଇନ୍ଦା ବିଭାଗ କହିଛି ଯେ ମସ୍କୋ ତାର ୯୫ ପ୍ରତିଶତ ସୈନ୍ୟ ୟୁକ୍ରେନ୍‌ରେ ନିୟୋଜିତ କରିଛି। ଆମେରିକାର ବୈଦେଶିକ ସଚିବ ଅଣ୍ଟୋନୀ ବ୍ଲିଙ୍କେନ୍‌ କହିଛନ୍ତି ଯେ, ୟୁକ୍ରେନର ସାଧାରଣ ନାଗରିକଙ୍କୁ  ରୁଷ ଆକ୍ରମଣ କରୁଛି। ରୁଷର ଆକ୍ରଣପରଠାରୁ ପ୍ରାୟ ୧.୫ ମିଲିଅନ ୟୁକ୍ରେନ୍‌ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଶରଣାର୍ଥୀଭାବେ ଆଶ୍ରୟ ନେଛନ୍ତି। ମାରିୟୁପୁଲରେ ୨ ଲକ୍ଷ ଲୋକ ୱାର ଜୋନ୍‌ରେ ଫସିଛନ୍ତି।  ସେମାନଙ୍କୁ ସ୍ଥାନାନ୍ତାର ପାଇଁ ବାଧାପ୍ରାପ୍ତ  ହୋଇଥିବାରୁ ରୁଷ ପକ୍ଷରୁ ଆଜି ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଅନ୍ତର୍ଜାତିକ ପ୍ରତିବନ୍ଧକ ସତ୍ତ୍ୱେ ମସ୍କୋ ଉପରେ କୌଣସି ପ୍ରଭାବ ପଡ଼ିନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଅଧିକାଂଶ ଲୋକେ ପୋର୍ଟ ସିଟିରେ ଫସିଛନ୍ତି।

ସେମାନେ ଅଣ୍ଡରଗ୍ରାଉଣ୍ଡରେ ରହୁଛନ୍ତି । ସେମାନଙ୍କ ପାଇଁ ପାଣି, ଖାଦ୍ୟ ଯୋଗାଣ ଓ ବିଜୁଳି ସବୁ କିଛି ବନ୍ଦ କରି ଦିଆଯାଇଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଛି । ଭୋକ ବିକଳରେ ଏହି ଲୋକମାନେ ଦୟନୀୟ ଜୀବନ ବିତାଉଛନ୍ତି।  ୪ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ସ୍ଥାନାନ୍ତର କାର୍ଯ୍ୟର ଦ୍ୱିତୀୟ ଦିନ ଅର୍ଥାତ ରବିବାର ରୁଷ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଫଳରେ ସ୍ଥାନାନ୍ତର କାର୍ଯ୍ୟକ୍ରମରେ ବାଧା ଉପୁଜିଥିଲା।  ଶନିବାର ମାନିବକ କରିଡର ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା ରୁଷ। ତେବେ ସାଧାରଣ ଲୋକଙ୍କୁ ଆକ୍ରମଣ କରି ୟୁକ୍ରେନ୍‌କୁ ଦଖଲ କରିବା ଲକ୍ଷ୍ୟ ନଥିବା ରୁଷ ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ସେ ଆଲୋଚନା ପାଇଁ ରାଜି ଅଛନ୍ତି।  ଯୁଦ୍ଧ ବନ୍ଦ ସେ ବି ଚାହୁଁଛନ୍ତି। କିନ୍ତୁ ୟୁକ୍ରେନ୍ ସେନା ଆତ୍ମସମର୍ପଣ କରୁ ନାହିଁ ବୋଲି ପୁଟିନ କହିଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe