'ମୁଁ ଆଉ କାଲିଠୁ ଗଣମାଧ୍ୟମ ସାମ୍ନାକୁ ଆସିବିନି'

ମୁମ୍ବାଇ: ‘ମୁଁ ସ୍ୱାମୀ କୌଣସି ଟଙ୍କା କାରବାର କରି ନାହାନ୍ତି। ତାଙ୍କୁ ଅଯଥା ଫସାଇବାକୁ ଚେଷ୍ଟା ଚାଲିଛି। ସେ ବଲିଉଡକୁ ଟାର୍ଗେଟ୍‌ କରୁନାହାନ୍ତି। ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଅପରାଧୀଙ୍କୁ ଧରନ୍ତି। ୧୫ ବର୍ଷର କ୍ୟାରିଅର ଭିତରେ ତାଙ୍କ ଉପରେ ଏଭଳି ଅଭିଯୋଗ ପ୍ରଥମ ଥର ପାଇଁ ଲାଗିଛି। ମୁଁ ଆଉ କାଲିଠୁ ଗଣମାଧ୍ୟମ ସାମ୍ନାକୁ ଆସିବି ନାହିଁ।’ ଆଜି କିଛି ଏଭଳି କହି ବର୍ଷିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ […]

Kranti-1

Madhupriya Mistry
  • Published: Tuesday, 26 October 2021
  • , Updated: 26 October 2021, 03:36 PM IST

ମୁମ୍ବାଇ: 'ମୁଁ ସ୍ୱାମୀ କୌଣସି ଟଙ୍କା କାରବାର କରି ନାହାନ୍ତି। ତାଙ୍କୁ ଅଯଥା ଫସାଇବାକୁ ଚେଷ୍ଟା ଚାଲିଛି। ସେ ବଲିଉଡକୁ ଟାର୍ଗେଟ୍‌ କରୁନାହାନ୍ତି। ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଅପରାଧୀଙ୍କୁ ଧରନ୍ତି। ୧୫ ବର୍ଷର କ୍ୟାରିଅର ଭିତରେ ତାଙ୍କ ଉପରେ ଏଭଳି ଅଭିଯୋଗ ପ୍ରଥମ ଥର ପାଇଁ ଲାଗିଛି। ମୁଁ ଆଉ କାଲିଠୁ ଗଣମାଧ୍ୟମ ସାମ୍ନାକୁ ଆସିବି ନାହିଁ।' ଆଜି କିଛି ଏଭଳି କହି ବର୍ଷିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତୀ ରାଡେକର।

ଆର୍ଯ୍ୟନ୍‌ ଖାନ୍ ଡ୍ରଗ୍ସ କେସ୍‌ ମାମଲାରେ ତଦନ୍ତ କରୁଥିବା ଏନ୍‌ସିବି ଜୋନ୍‌ଲ ହେଡ୍‌ ସମୀର ୱାଙ୍ଖଡେଙ୍କ ଉପରେ ଅନେକ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଫିଲ୍ମ ଜଗତର ଲୋକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି। ଏବେ ପତ୍ନୀ କ୍ରାନ୍ତୀ ସ୍ୱାମୀ ସମୀରଙ୍କ ସମର୍ଥନରେ ବାହାରିଛନ୍ତି।

କ୍ରାନ୍ତୀ କହିଛନ୍ତି, ସେ ବଲିଉଡକୁ  ଟାର୍ଗେଟ କରୁନାହାନ୍ତି, ସେ ମାସ ମାସ ଧରି ଅପରେସନରେ ଗୋଆ ଯାଆନ୍ତି। ଗୋଆରେ କୌଣସି ସେଲେବ୍ରିଟି ନାହାନ୍ତି। ସେ ଅପରାଧୀଙ୍କୁ ଧରନ୍ତି।

କ୍ରାନ୍ତି ଆହୁରି କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ଏହି ମାମଲାରେ ଆଗ୍ରହ ପ୍ରକାଶ କରନ୍ତି, ସେତେବେଳେ ଏସବୁ କାହିଁକି ଘଟୁଛି। ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ତେବେ ଏଥିରେ କାହିଁକି? ତାଙ୍କର ୧୫ ବର୍ଷର ଚାକିରି କ୍ୟାରିଅରରେ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି।

https://twitter.com/ANI/status/1452901762587758597?s=20

ସମୀର ୱାଙ୍ଖଡେଙ୍କ ବିରୋଧରେ ହୋଇଥିବା ଟାଙ୍କା କାରବାର ମାମଲାରେ କ୍ରାନ୍ତି କହିଛନ୍ତି, ସମୀର ତାଙ୍କ ବିରୋଧରେ କୌଣସି ତଦନ୍ତକୁ କେବେବି ଅସ୍ୱୀକାର କରିନାହାଁନ୍ତି। ସେ ଏଥିପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି। ଯଦି ତୁମେ ଭାବୁଛ ସେ ଭୁଲ୍, ଏହାର ପ୍ରମାଣ ସମସ୍ତଙ୍କ ସାମ୍ନାକୁ ଆଣ। ସେ କେଉଁଠାରୁ ଟଙ୍କା ନେଇଛନ୍ତି ତାହା। ଆପଣଙ୍କ ପାଖରେ କୌଣସି ଫୋନ୍ ଚାଟ୍ ଅଛି କିମ୍ବା କୌଣସି ଷ୍ଟିଙ୍ଗ୍ ଅପରେସନ୍ ଯେଉଁଥିରେ ସେ କହିଛନ୍ତି ଯେ ମୁଁ ୮କୋଟି କିମ୍ବା ୧୮ କୋଟି କିମ୍ବା ୨୫କୋଟି ଟଙ୍କା ଚାହୁଁଛି? ବୋଲି କ୍ରାନ୍ତୀ ପ୍ରଶ୍ନ ପଚାରିଛନ୍ତି।'

ସେ ଆହୁରି ମଧ୍ୟ କହିଛନ୍ତି, 'ଜଣେ ସଚ୍ଚୋଟ ଅଧିକାରୀଙ୍କ ପ୍ରତି ଏହା ଅପମାନ, ଯିଏ ରକ୍ତ ଓ ଝାଳ ବୁହାଇ ଦେଶ ସେବା କରୁଛି। ଆମ ଜୀବନ ପ୍ରତି ବିପଦ ରହିଛି। ମୋତେ ଏବଂ ମୋର ପିଲାଙ୍କୁ ଧମକ ଦିଆଯାଇଛି। ଫେକ୍‌ ଆକାଉଣ୍ଟ ଜରିଆରେ ମେସେଜ ଆସୁଛି।'

https://twitter.com/ANI/status/1452907239719591938?s=20

ସେପଟେ ସମୀର ୱାଙ୍ଖଡେଙ୍କ ଭଉଣୀ ଯାସମମିନ ମଧ୍ୟ ଭାଇଙ୍କ ଉପରେ ଅଭିଯୋଗ ଲଗାଇଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି। ସେ ସମ୍ବାଦିକ ସମ୍ମିଳନୀ କରି ଜଣେ ପ୍ରଶାସନିକ ଅଧିକାରୀଙ୍କ ଜନ୍ମପ୍ରମାଣ ପତ୍ର ଦେଖାଇବାକୁ ନୱାବ ମଲିକ କିଏ ବୋଲି ପ୍ରଶ୍ନ ପଚାରିଛନ୍ତି।

ସୂଚନା ମୁତାବକ ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌ ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାଭି, ଶ୍ୟାମ୍‌ ଏବଂ ଏନ୍‌ସିବି ଅଧିକାରୀ ସମୀରଙ୍କ ଭିତିରେ ୧୮ କୋଟି ଟଙ୍କାର ଡିଲ୍‌ ଅଭିଯୋଗ ଆଣିଥିଲେ। ସେପଟେ ଗତକାଲି ଏନ୍‌ସିପି ନେତା ନୱାବ ମଲିକ ସମୀରଙ୍କ ଜନ୍ମପ୍ରମାଣ ପତ୍ର ଶେୟାର କରି ସେ ମୁସ୍‌ଲିମ୍‌ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ନକଲି ପ୍ରମାଣପତ୍ର ଦେଖି ଜଣେ ଦଳିତଙ୍କ ଚାକିରୀ ହଡପ କରିନେଇଥିବା ଅଭିଯୋଗ ଆଣିଥିଲେ।

https://twitter.com/ANI/status/1452910415768215552?s=20

Related story