Advertisment

ସଚିନ ବାଜେ କହିଲେ, ମୋତେ ‘ବଳି ବୋଦା’ ବନାଯାଇଛି

ମୁମ୍ୱାଇ: ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାକୁ ଆଜି ମାସେ ପୂରଣ ହୋଇଛି। ଅନ୍ୟପଟେ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କୁ ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି। ଆଉ ଏପ୍ରିଲ ୩ ଯାଏ ସଚିନ ବାଜେଙ୍କ ଏନ୍‌ଆଇଏ ହେପାଜତ ଅବଧିକୁ ବଢ଼ାଇ ଦେଛନ୍ତି କୋର୍ଟ। କୋର୍ଟରେ ନିଜ ପକ୍ଷ ରଖିବା ବେଳେ ସଚିନ ନିଜକୁ ନିରୀହ ବୋଲି କହିଛନ୍ତି।  ଏହି ମାମଲାରେ ସେ ‘ବଳି ବୋଦା’ ପାଲଟିଛନ୍ତି ବୋଲି କହିଛନ୍ତି। ସଚିନ୍ […]

ଅଦ୍ୟତନ ହୋଇଛି
ସଚିନ ବାଜେ କହିଲେ, ମୋତେ ‘ବଳି ବୋଦା’ ବନାଯାଇଛି

sachin-culprit

Advertisment

ମୁମ୍ୱାଇ: ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାକୁ ଆଜି ମାସେ ପୂରଣ ହୋଇଛି। ଅନ୍ୟପଟେ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କୁ ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି। ଆଉ ଏପ୍ରିଲ ୩ ଯାଏ ସଚିନ ବାଜେଙ୍କ ଏନ୍‌ଆଇଏ ହେପାଜତ ଅବଧିକୁ ବଢ଼ାଇ ଦେଛନ୍ତି କୋର୍ଟ।

Advertisment

କୋର୍ଟରେ ନିଜ ପକ୍ଷ ରଖିବା ବେଳେ ସଚିନ ନିଜକୁ ନିରୀହ ବୋଲି କହିଛନ୍ତି।  ଏହି ମାମଲାରେ ସେ ‘ବଳି ବୋଦା’ ପାଲଟିଛନ୍ତି ବୋଲି କହିଛନ୍ତି।

ସଚିନ୍ କହିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଅନ୍ୟ ଜଣଙ୍କ ଦ୍ୱାରା ଏଭଳି ଭାବେ ରଖି ତାକୁ ନିଜେ ଠାବ କରି ଆହୁରି ଲୋକପ୍ରିୟ ହେବା ଥିଲା ତାଙ୍କର ଲକ୍ଷ୍ୟ। ଅପରାଧ ଘଟାଇବା ତାଙ୍କର ଆଦୌ ଉଦ୍ଦେଶ୍ୟ ନଥିଲା। ଅନ୍ୟପକ୍ଷରେ ଏନ୍‌ଆଇଏ କହିଛି ଯେ ସଚିନ ବାଜେ କେଉଁ ଉଦ୍ଦେଶ୍ୟରେ ଗାଡ଼ିଟିକୁ ଆଣ୍ଟିଲିଆ ଆଗରେ ରଖିଥିଲେ, ତା’ର ତଦନ୍ତ ଚାଲିଛି।

Advertisment

ସେ କହିଛନ୍ତି, ବିସ୍ଫୋରକ ଭର୍ତ୍ତି ଗାଡ଼ି ଆଣ୍ଟିଲିଆ ଆଗରେ ରଖିଥିବା କଥା ମୁଁ ସ୍ୱୀକାର କରିଛି ବୋଲି କୁହାଯାଉଛି। କିନ୍ତୁ ମୁଁ ସେମିତି କୌଣସି କଥାକୁ ସ୍ୱୀକାର କରିନାହିଁ।

କୋର୍ଟଙ୍କୁ ସଚିନ୍ ଆହୁରି କହିଛନ୍ତି ଯେ ଏହି ମାମଲାର ତଦନ୍ତ ସେ ମାତ୍ର ଦେଢ଼ ଦିନ ପାଇଁ କରିଥିଲେ। ଖାଲି ସେ ନୁହେଁ ଏଟିଏସ ଏବଂ ମୁମ୍ୱାଇ ପୁଲିସ ମଧ୍ୟ ତଦନ୍ତ କରୁଥିଲା। ଏପରିକି ସେ ନିଜେ ଏନଆଇଏ ପାଖକୁ ଯାଇଥିଲେ। ହେଲେ ଏନଆଇଏ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିଥିଲା। ଅନ୍ୟପକ୍ଷରେ କୋର୍ଟରେ ଏନଆଇଏ ସଚିନ ବାଜେଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଥିବା କହିଛି।

ସୂଚନାଯୋଗ୍ୟ, ସଚିନଙ୍କୁ ମାର୍ଚ୍ଚ ୧୩ ତାରିଖରେ ଗିରଫ କରିବା ପରେ ମାର୍ଚ୍ଚ ୨୫ ଯାଏଁ ଏନ୍‌ଆଇଏ ତାଙ୍କୁ ନିଜ ହେପାଜତରେ ରଖିଥିଲା। ଆଜି ଏହି ଅବଧି ଶେଷ ହେବା ପରେ ଏନଆଇଏ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ପୁଣି ଥରେ ହାଜର କରିଥିଲା। ତା’ସହିତ ସଚିନ୍‌ଙ୍କୁ ପୁଣି ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନ୍‌ଆଇଏ। ତେବେ କୋର୍ଟ ଏପ୍ରିଲ୍‌ ୩ ତାରିଖ ଯାଏ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ତେବେ ୟା ମଧ୍ୟରେ ସଚିନ ବାଜେଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲଗାଇଛି।

Sachin Vaze
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe