Advertisment

ଖୁସବୁଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗିଲେ ଡିଏମକେ ନେତା

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଡିଏମକେ ନେତା ସାଇଦାଇ ସିଦ୍ଦିବ ଆଜି ନିଜର ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗିଛନ୍ତି। ସେ ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ପ୍ରଥମେ ଡିଏମକେର ବରିଷ୍ଠ ନେତା କାନିମୋଝୀ ଟ୍ୱିଟର ଯୋଗେ କ୍ଷମା ମାଗିଥିଲେ। ଏହାପରେ ସିଦ୍ଦିକ ମଧ୍ୟ ନିଜର ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ମଧ୍ୟ […]

ଅଦ୍ୟତନ ହୋଇଛି
ଖୁସବୁଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗିଲେ ଡିଏମକେ ନେତା

BJP

Advertisment

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଡିଏମକେ ନେତା ସାଇଦାଇ ସିଦ୍ଦିବ ଆଜି ନିଜର ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗିଛନ୍ତି। ସେ ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ପ୍ରଥମେ ଡିଏମକେର ବରିଷ୍ଠ ନେତା କାନିମୋଝୀ ଟ୍ୱିଟର ଯୋଗେ କ୍ଷମା ମାଗିଥିଲେ।

Advertisment

ଏହାପରେ ସିଦ୍ଦିକ ମଧ୍ୟ ନିଜର ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ “ଖୁସବୁଙ୍କ ସମେତ କୌଣସି ନେତ୍ରୀଙ୍କୁ ଆଘାତ ଦେବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ମୁଁ ମୋର ବୟାନ ପାଇଁ କ୍ଷମା ମାଗୁଛି।” ସିଦ୍ଦିକ କ୍ଷମା ମାଗିବା ସହ ବିଜେପି ନେତାମାନେ ଦେଉଥିବା ବିବାଦୀୟ ଓ ଅପମାନବୋଧ ବୟାନକୁ ନେଇ କେହି କାହିଁକି ପ୍ରଶ୍ନ ଉଠାଉ ନାହାନ୍ତି ବୋଲି ସେ ପଚାରିଛନ୍ତି।

Advertisment

ସେ କହିଛନ୍ତି, “ବିଜେପିର ତାମିଲନାଡୁ ମୁଖ୍ୟ ଆନ୍ନାମାଲାଇ ଡିଏମକେର ମନ୍ତ୍ରୀମାନଙ୍କୁ ଘୁଷୁରୀ ଓ ପଶୁ କହିଛନ୍ତି। ସେ ସାମ୍ବାଦିକମାନଙ୍କୁ ମାଙ୍କଡ଼ ସହ ତୁଳନା କରିଛନ୍ତି। କାହିଁକି ବିଜେପି ନେତାମାନେ ଏହା ଉପରେ କିଛି ବି କହୁ ନାହାନ୍ତି?”

ପୂରା ବିବାଦ ସିଦ୍ଦିକ ଦେଇଥିବା ଗୋଟିଏ ବୟାନରୁ ସୃଷ୍ଟି ହୋଇଥିଲା। ସେ ନିଜର ଭାଷଣ ଦ୍ୱାରା ଅଭିନେତ୍ରୀରୁ ବିଜେପି ନେତ୍ରୀ ବନିଥିବା ନମିତା, ଖୁସବୁ ସୁନ୍ଦର, ଗୌତମୀ ଓ ଗାୟତ୍ରୀ ରଘୁରାମଙ୍କୁ ଟାର୍ଗେଟ କରିଛନ୍ତି। ଗୋଟିଏ ସାଧାରଣ ସଭାରେ ସେ କହିଥିଲେ ଯେ “ଏହି ୪ ନେତ୍ରୀ ହେଉଛନ୍ତି ଆଇଟମ। ଖୁସବୁ କହୁଛନ୍ତି ତାମିଲନାଡୁରେ ପଦ୍ମ ଫୁଟିବ। ହେଲେ ମୁଁ କହିବାକୁ ଚାହେଁ ଯେ ଅମିତ ଶାହଙ୍କ ପଛ ପଟ ମୁଣ୍ଡରେ ଚୁଟି ଉଠିଗଲେ ମଧ୍ୟ ତାମିଲନାଡୁରେ ପଦ୍ମ ଫୁଟିବାର କୌଣସି ସୁଯୋଗ ନାହିଁ।

ଆପଣମାନେ ଜାଣିଛନ୍ତି କି ମୋ ଭାଇ ଇଲ୍ଲାୟା ଅରୁଣ କେତେ ଥର ଖୁସବୁଙ୍କ ସହ ମିଶିଛନ୍ତି? ମୋର କହିବାର ଅର୍ଥ ଖୁସବୁ ଡିଏମକେରେ ଥିବା ବେଳେ ମୋ ଭାଇ କେତେଥର ତାଙ୍କ ସହ ମିଟିଂ କରିଛନ୍ତି। ପ୍ରାୟ ୬ଥର ସେ ଖୁସବୁଙ୍କୁ ନେଇଛନ୍ତି ଓ ଆରଏ ପୁରମରେ ମିଟିଂ କରିଛନ୍ତି।”

ଏପରି ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦକୁ ନେଇ ଖୁସବୁ ଓ ବିଜେପି ଡିଏମକେକୁ ଟାର୍ଗେଟ କରିଥିଲା। ସେ ମହିଳାଙ୍କ ଗାରିମାକୁ ଅପମାନିତ କରିବା ଭଳି କଥା କହିଛନ୍ତି ବୋଲି ଖୁସବୁ ଅଭିଯୋଗ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe