Advertisment

ଶ୍ୱଶୁର ମୁଲାୟମ ସିଂହଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ

ପାଟନା: ଦିବଙ୍ଗତ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ ଯାଦବ। ମୌନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ସପା ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଦଳ ପାର୍ଥୀ ଭାବେ ଘୋଷଣା କରିଛି। ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ। ୮ ତାରିରେ ଫଳାଫଳ […]

ଅଦ୍ୟତନ ହୋଇଛି
‘ମୁଲାୟମ ସିଂହଙ୍କ ଆସନରେ ବିଜେପି ଜିତିବ, ଡିମ୍ପଲ ହାରିବେ’

dimple-yadav

Advertisment

ପାଟନା: ଦିବଙ୍ଗତ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ ଯାଦବ। ମୌନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ସପା ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଦଳ ପାର୍ଥୀ ଭାବେ ଘୋଷଣା କରିଛି।

Advertisment

ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ। ୮ ତାରିରେ ଫଳାଫଳ ଆସିବ।

ଦୀର୍ଘ ତିନି ବର୍ଷ ପରେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ଡିମ୍ପଲ ଯାଦବ। ୨୦୧୯ରେ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହି ଆସନରୁ ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ। ୪୪ ବର୍ଷୀୟ ଡିମ୍ପଲ ଏବେ ୫ମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ଶ୍ୱଶୁରଙ୍କ ଆସନରୁ ସେ ଲୋକସଭା ଉପ-ନିର୍ବାଚନ ଲଢ଼ିବେ।

Advertisment

ମୌନପୁରୀ ଆସନ ସମତେ ଡିସେମ୍ବର ୫ ତାରିଖରେ ୫ ରାଜ୍ୟର ୫ ବିଧାନସଭା ଆସନ ପାଇଁ ମତଦାନ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ଆୟୋଗ ୟୁପି ରାମପୁର ସଦର ବିଧାନସଭା ଉପ-ନିର୍ବାଚନର ବିଜ୍ଞପ୍ତିକୁ ସ୍ଥଗିତ ରଖିଛନ୍ତି।

ସୂଚନା ମୁତାବକ, ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ମାସରେ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଥିଲା।

https://twitter.com/samajwadiparty/status/1590594995454898176?s=20&t=hycL0A1XYawHF4R5jrL4mg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe