Advertisment

କଷ୍ଟମ୍ସ, ଟ୍ୟାକ୍ସ, ଡ୍ରଗ୍ସ: ସମୀର ୱାଙ୍ଖଡେ ଓ ତାଙ୍କର ୧୩ ‘ବଲିଉଡ ହିଟ୍ସ’

ମୁମ୍ବାଇ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ଘଟଣାରେ ଗିରଫ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ୨୦୦୮ ବ୍ୟାଚ୍‌ର ଏହି ଆଇଆରଏସ୍‌ ଅଫିସର ଜଣଙ୍କ ଏନସିବିର ଜୋନାଲ ନିର୍ଦ୍ଦେଶ ହେବା ପୂର୍ବରୁ କଷ୍ଟମ ଓ ସିର୍ଭିସ ଟିକସ ଅଧିକାରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହି ସମୟରେ ସେ ଅନେକ ବଲିଉଡର ବଡ଼ବଡ଼ ସେଲେବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ସମୀରଙ୍କ […]

ଅଦ୍ୟତନ ହୋଇଛି
କଷ୍ଟମ୍ସ, ଟ୍ୟାକ୍ସ, ଡ୍ରଗ୍ସ: ସମୀର ୱାଙ୍ଖଡେ ଓ ତାଙ୍କର ୧୩ ‘ବଲିଉଡ ହିଟ୍ସ’

sameer1

Advertisment

ମୁମ୍ବାଇ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ଘଟଣାରେ ଗିରଫ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ୨୦୦୮ ବ୍ୟାଚ୍‌ର ଏହି ଆଇଆରଏସ୍‌ ଅଫିସର ଜଣଙ୍କ ଏନସିବିର ଜୋନାଲ ନିର୍ଦ୍ଦେଶ ହେବା ପୂର୍ବରୁ କଷ୍ଟମ ଓ ସିର୍ଭିସ ଟିକସ ଅଧିକାରୀ ଭାବେ କାର୍ଯ୍ୟ କରି ସାରିଛନ୍ତି।

Advertisment

ଏହି ସମୟରେ ସେ ଅନେକ ବଲିଉଡର ବଡ଼ବଡ଼ ସେଲେବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ସମୀରଙ୍କ ଅପରେସନରେ ୧୩ ବଲିଉଡ ଷ୍ଟାର ଧରା ପଡ଼ିଥିଲେ। କାହାକୁ ଫାଇନ ଦେବାକୁ ପଡ଼ିଛି ତ ଆଉ କାହାକୁ ଜେରାର ସମ୍ମୁଖୀନ ହେବାକୁ ମଧ୍ୟ ସମନ କରାଯାଇଛି।

ସମୀରଙ୍କ ୧୩ଟି ହାଇ-ପ୍ରୋଫାଇଲ୍ ମାମଲା ବିଷୟରେ ଆପଣମାନଙ୍କୁ କହିବୁ। ଏଥିରେ ଶାହରୁଖଙ୍କ ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମାଙ୍କ ଭଳି ବଡ଼ବଡ଼ ସେଲେବ୍ରିଟି ରହିଛନ୍ତି।

Advertisment

୧-ଶାହରୁଖ ଖାନ: ଜୁଲାଇ ୨୦୧୧ରେ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ବିମାନବନ୍ଦର କଷ୍ଟମ ବିଭାଗର ଏକ ଟିମ୍ ଶାହରୁଖ ଖାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଅତିରିକ୍ତ ଲଗେଜ୍ ଆଣିଥିବାରୁ ଶାହରୁଖ ଖାନଙ୍କୁ ୧.୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ସେ ହଲାଣ୍ଡ ଓ ଲଣ୍ଡନରେ ଛୁଟି କାଟିବା ପରେ ମୁମ୍ବାଇରେ ପହଞ୍ଚିଥିଲେ। ଏହି ସମୟରେ ସମୀର ୱାଙ୍ଖଡେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

[caption id="" align="aligncenter" width="773"]Shah Rukh Khan spotted at Mumbai International airport on his arrival from London on July 14, 2011 ଲଣ୍ଡନରୁ ଫେରିବା ସମୟରେ ଶାହରୁଖ(ଫାଇଲ ଫଟୋ)[/caption]

୨- ମିନିଶା ଲାମ୍ବା: ଅଭିନେତ୍ରୀ ମିନିଶା ଲାମ୍ବା କାନ୍ସରୁ ଗୋଟିଏ ଏମିରେଟ୍ସ ବିମାନ ଯୋଗେ ପହଞ୍ଚିବା ପରେ ତାଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ୨୦୧୧ ମସିହା ମେ’ ମାସରେ ଏପରି ଘଟିଥିଲା। ତାଙ୍କୁ ତତ୍କାଳୀନ ଆସିଷ୍ଟାଣ୍ଟ କମିଶନର (କଷ୍ଟମ୍ସ) ସମୀର ୱାଙ୍ଖଡେଙ୍କ ଟିମ୍ ଅଟକ ରଖିଥିଲା। ତାଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାରର ହୀରା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ମିଳିଥିଲା। ଦୀର୍ଘ ୧୬ ଘଣ୍ଟାର ଜେରା ପରେ ମିନିଶାଙ୍କୁ କଷ୍ଟମ୍ସ ବିଭାଗ ଛାଡ଼ିଥିଲା।

[caption id="" align="aligncenter" width="1200"]Minissha divorce | Bollywood actress Minissha Lamba announces divorce with husband Ryan Tham ଅଭିନେତ୍ରୀ ମିନିଶା ଲାମ୍ବା (ଫାଇଲ ଫଟୋ)[/caption]

୩-ଅନୁଷ୍କା ଶର୍ମା:ଜୁନ୍ ୨୦୧୧ରେ ଆସିଷ୍ଟାଣ୍ଟ କମିଶନର (କଷ୍ଟମ୍ସ) ସମୀରଙ୍କ ଟିମ୍ ମୁମ୍ବାଇ ବିମାନବନ୍ଦରରେ ଅନୁଷ୍କା ଶର୍ମାଙ୍କୁ ଅଟକାଇ ତାଙ୍କ ଠାରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ହୀରା ବ୍ରେସଲେଟ୍, ହାର, କାନଫୁଲ ଓ ଦୁଇଟି ଦାମୀ ଘଣ୍ଟା ପାଇଥିଲା। ତାଙ୍କୁ ୧୧ ଘଣ୍ଟାର ପଚରାଉଚରା ପରେ ବିମାନବନ୍ଦର ଛଡ଼ା ଯାଇଥିଲା।

[caption id="" align="aligncenter" width="887"]All the striking outfits that spotlight Anushka Sharma's wedding guest style | Vogue India ଅଭିନେତ୍ରୀ ଅନୁଷ୍କା ଶର୍ମା (ଫାଇଲ ଫଟୋ)[/caption]

୪- କ୍ୟାଟ୍ରିନା କୈଫ:ସେପ୍ଟେମ୍ବର୨୦୧୨ରେ ମୁମ୍ବାଇ ବିମାନବନ୍ଦରରେ ସମସ୍ୟାରେ ପଡ଼ିଥିଲେ କ୍ୟାଟ୍ରିନା। ସେ ଗୋଟିଏ କ୍ୟାଥେ ପ୍ୟାସିଫିକ ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିବା ପରେ କୌଣସି ଲଗେଜ ନ ନେଇ ଟର୍ମିନାଲରୁ ବାହାରି ଯାଇଥିଲେ। ତେବେ ତାଙ୍କର ଦୁଇ ଆସିଷ୍ଟାଣ୍ଟ ପି ଛାଦା ଓ ଅରୁଣ ଶର୍ମା ଲଗେଜ୍ ଆଣିବାକୁ ପୁଣି ଟର୍ମିନାଲ୍ ଭିତରକୁ ଯାଇଥିଲେ। ଏହି ସମୟରେ ସମୀର ୱାଙ୍ଖଡେଙ୍କ ଟିମ ସେମାନଙ୍କୁ ଅଟକ ରଖିଥିଲା।

[caption id="" align="aligncenter" width="899"]Katrina Kaif begins her reading sessions for Sriram Raghavan's next | Filmfare.com ଅଭିନେତ୍ରୀ କ୍ୟାଟ୍ରିନା କୈଫ (ଫାଇଲ ଫଟୋ)[/caption]

ଅଧିକାରୀମାନେ କ୍ୟାଟ୍ରିନାଙ୍କ ଲଗେଜରୁ ଗୋଟିଏ ଆପଲ୍ ଆଇପ୍ୟାଡ୍, ଅଘୋଷିତ ୩୦ ହଜାର ନଗଦ ଟଙ୍କା ଓ ଦୁଇ ବୋତଲ ହ୍ୱିସ୍କି ପାଇଥିଲେ। ଏହା ପରେ ତତ୍କାଳୀନ ଡେପୁଟି କମିଶନର (କଷ୍ଟମ୍ସ) ସମୀର ୱାଙ୍ଖଡେ ତାଙ୍କୁ ପଚରାଉଚରା କରିଥିଲେ। ବୈଦେଶିକ ବିନିମୟ ରେଗୁଲେସନ ଆଇନ ଅନୁଯାୟୀ କ୍ୟାଟ୍ରିନାଙ୍କ ଉପରେ ୧୨ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।

[caption id="" align="aligncenter" width="878"]Ranbir Kapoor comes to the rescue of injured make-up man on set ଅଭିନେତା ରଣବୀର କପୁର (ଫାଇଲ ଫଟୋ)[/caption]

୫- ରଣବୀର କପୁର: ମେ ୨୦୧୩ରେ ରଣବୀର କପୁର ଲଣ୍ଡନରୁ ବ୍ରିଟିଶ ଏୟାରୱେଜ୍ ବିମାନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ତାଙ୍କ ଉପରେ ସମୀର ୱାଙ୍ଖଡେ ୬୦ ହଜାର ଫାଇନ ଲଗାଇଥିଲେ। ଅଧିକାରୀ ଓ ବିମାନବନ୍ଦର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ୟାସେଜକୁ ରଣବୀର ବ୍ୟବହାର କରିଥିଲେ। ଏଥିପାଇଁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ସମୟରେ ରଣବୀର କପୁରଙ୍କ ଲଗେଜ୍ ଯାଞ୍ଚ କରାଯାଇଥିଲା। ଏହା ମଧ୍ୟରୁ ଅଘୋଷିତ ଦାମୀ ଫରଫିମ୍ୟୁ, ଡ୍ରେସ ଓ ଚପଲ ମିଳିଥିଲା। ଏଥିପାଇଁ ୱାଙ୍ଖଡେ ତାଙ୍କ ଉପରେ ଜୋରିମାନା ଲାଗୁ କରିଥିଲେ। ସେ ୪୦ ମିନିଟ ଅଟକ ରହିବା ପରେ ବିମାନବନ୍ଦରରୁ ଯାଇଥିଲେ।

[caption id="" align="aligncenter" width="759"]Singer Mika Singh released in UAE | Entertainment News,The Indian Express ଗାୟକ ମିକା ସିଂହ (ଫାଇଲ ଫଟୋ)[/caption]

୬- ମିକା ସିଂହ: ଫେବୃଆରୀ ୨୦୧୩ରେ ଗାୟକ ମିକା ସିଂହ ବ୍ୟାଙ୍କକରୁ ପହଞ୍ଚିବା ପରେ ତାଙ୍କ ପାଖରୁ ୯ ଲକ୍ଷରୁ ଅଧିକ ଟଙ୍କାର ଅଘୋଷିତ ଅର୍ଥ ମିଳିଥିଲା। ସେ କାହାକୁ କିଛି ନ କହି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା। ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ କଷ୍ଟମ୍ସ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଦ୍ୱାରା ମିକାଙ୍କୁ ଅଟକ ରଖାଯାଇଥିଲା। ମିକାଙ୍କ ବ୍ୟାଗରେ ଦୁଇଟି ମଦ ବୋତଲ, ଚଷମା ଓ ସେଣ୍ଟ ମିଳିଥିଲା।

[caption id="" align="aligncenter" width="750"]Bipasha Basu opens up about career comeback and her views on nepotism | Bollywood – Gulf News ଅଭିନେତ୍ରୀ ବିପାଶା ବସୁ[/caption]

୭-ବିପାଶା ବସୁ:୨୦୧୧ରେ ଅଭିନେତ୍ରୀ ବିପାଶା ବସୁ ଲଣ୍ଡନରୁ ମୁମ୍ବାଇ ଆସିବା ପରେ ତାଙ୍କୁ ସମୀର ୱାଙ୍ଖଡେଙ୍କ ଟିମ୍ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ ପାଖରୁ ୬୦ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷ ଠାବ ହୋଇଥିଲା। ସେ ଏଗୁଡ଼ିକ ନିଜ ସହ ଆଣିଥିଲେ ମଧ୍ୟ ଘୋଷଣା କରିନଥିଲେ। ଏଥିପାଇଁ ତାଙ୍କୁ ୧୨ ହଜାର ଟଙ୍କାର ଫାଇନା ଦେବାକୁ ପଡ଼ିଥିଲା।

[caption id="" align="aligncenter" width="990"]Anurag Kashyap on his journey as an actor-director - Telegraph India ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ[/caption]

୮- ଅନୁରାଗ କଶ୍ୟପ:ଅଗଷ୍ଟ ୨୦୧୩ରେ ସମୀର ୱାଙ୍ଖଡେ ସର୍ଭିସ ଟ୍ୟାକ୍ସ ବିଭାଗର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ସର୍ଭିସ ଟ୍ୟାକ୍ସ ଫାଙ୍କି ଥିବାରୁ ତାଙ୍କ ଉପରେ ୫୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ବିଭାଗର ସମନକୁ ସେ ନ ମାନିବାରୁ ସମୀର ୱାଙ୍ଖଡେଙ୍କ ପରାମର୍ଶକ୍ରମେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ୨୦୧୩ ମସିହା ଡିସେମ୍ବରରେ ସିଲ୍ କରାଯାଇଥିଲା।

[caption id="" align="aligncenter" width="904"]Vivek Oberoi reacts to rumours of ill-health after Tamil actor Vivek's death | english.lokmat.com ଅଭିନେତା ବିବେକ ଓବେରୋଇ (ଫାଇଲ ଫଟୋ)[/caption]

୯-ବିବେକ ଓବେରୋଇ:ସେପ୍ଟେମ୍ବର ୨୦୧୩ରେ ଅଭିନେତା ବିବେକ ଓବରୋଇଙ୍କୁ ସର୍ଭିସ ଟ୍ୟାକ୍ସ ବିଭାଗ ସମନ କରିଥିଲା। ଏହି ସମୟରେ ସମୀର ୱାଙ୍ଖଡେ ଉକ୍ତ ଅଫିସରେ ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଥିଲେ। ସେ ପ୍ରଯୋଜକଙ୍କ ଠାରୁ ପାଇଥିବା ଟଙ୍କା ଉପରେ ୪୦ ଲକ୍ଷର ସର୍ଭିସ ଟ୍ୟାକ୍ସ ଫାଙ୍କିଥିବାରୁ ଏପରି ଜେରାର ସମ୍ମୁଖୀନ ହୋଇଥିଲେ।

[caption id="" align="aligncenter" width="897"]publive-image ଏନସିବି ଅଫିସରେ ରିୟା ଚକ୍ରବର୍ତ୍ତୀ[/caption]

୧୦- ରିୟା ଚକ୍ରବର୍ତ୍ତୀ:ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୨୦୨୦ ମସିହା ସେପ୍ଟେମ୍ବର ୮ରେ ଗିରଫ କରାଯାଇଥିଲା। ଏହି ସମୟରେ ସମୀର ୱାଙ୍ଖଡେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଡ୍ରଗ୍ସ କାରବାର ସହ ରିୟାଙ୍କ ଲିଙ୍କ ଥିବା ଅଭିଯୋଗରେ ଏନସିବି ତାଙ୍କୁ ଗିରଫ କରିଥିଲା।

[caption id="" align="aligncenter" width="715"]Deepika Padukone, Shraddha Kapoor, Sara Ali Khan deny taking drugs, claim 'maal' is cigarette | Celebrities News – India TV ସାରା, ଦୀପିକା ଓ ଶ୍ରଦ୍ଧା[/caption]

୧୧- ଦୀପିକା, ଶ୍ରଦ୍ଧା ଓ ସାରା:ହ୍ୱାଟସ୍ ଆପ୍ ଚାଟକୁ ଆଧାର କରି ଏହି ତିନି କଳାକାରଙ୍କୁ ଏନସିବି କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଡ୍ରଗ୍ସ ସେବନ ଓ କାରବାର ସହ ଏମାନଙ୍କର କି ପ୍ରକାରର ସମ୍ପର୍କ ରହିଛି, ସେକଥା ଜାଣିବା ପାଇଁ ସମୀର ୱାଙ୍ଖଡେ ସମସ୍ତଙ୍କୁ ଜେରା କରିଥିଲେ।

[caption id="" align="aligncenter" width="838"]publive-image ଅଭିନେତା ଅରମାନ କୋହଲି ଗିରଫ ହୋଇ ଏନସିବି ଅଫିସକୁ ଯାଉଛନ୍ତି[/caption]

୧୨- ଅରମାନ କୋହଲି:ଅଭିନେତା ଅରମାନ କୋହଲିଙ୍କୁ ୨୦୨୧ ମସିହା ଅଗଷ୍ଟରେ ଗିରଫ କରାଯାଇଥିଲା। ସେ ଡ୍ରଗ୍ସ ସେବନ ଓ ଚାଲାଣ କରୁଥିବାରୁ ଗିରଫ ହୋଇଛନ୍ତି। ଗିରଫ ପୂର୍ବରୁ ଅରମାନଙ୍କ ଘରେ ହୋଇଥିବା ରେଡର ନେତୃତ୍ୱ ସମୀର ୱାଙ୍ଖଡେ ହିଁ ନେଇଥିଲେ।

[caption id="" align="aligncenter" width="875"]Aryan Khan 18 Days Prison Transformation Turns SRK Son Into Weak And Dark Circles Under Eyes Have A Look On Shah Rukh Khan Son Aryan Mannat To Jail Transformation | Aryan Khan ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ (ଫାଇଲ ଫଟୋ)[/caption]

୧୩- ଆର୍ଯ୍ୟନ୍ ଖାନ୍:ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଅକ୍ଟୋବର ୨ରେ ଅଟକ ରଖିଥିଲା। ଏହାର ପରଦିନ ତାଙ୍କୁ ଡ୍ରଗ୍ସ ସେବନ ଓ ଚାଲାଣ ଘଟଣାରେ ଗିରଫ କରାଯାଇଥିଲା। ମୁମ୍ବାଇ କ୍ରୁଜ୍ ପାର୍ଟିରେ ହୋଇଥିବା ରେଡର ନେତୃତ୍ୱ ଏନସିବିର ସମୀର ୱାଙ୍ଖଡେ ନେଇଥିଲେ। ପୂରା ଘଟଣାର ତଦନ୍ତ ନିଜେ ସମୀର କରୁଛନ୍ତି। ଆର୍ଯ୍ୟନ ଗିରଫ ହେବା ପରେ ଅଭିନେତା ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ସମୀର ସମନ କରି ଦୁଇଥର ଜେରା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe