Advertisment

ପାଓ୍ୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରିବାକୁ ସଞ୍ଜୟଙ୍କ ଦାବି, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷ ଭାବରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଦାୟିତ୍ୱ ଦିଆଯାଉ। ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣିଥରେ ପାଓ୍ୱାରଙ୍କ ପାଇଁ ଏଭଳି ଓକିଲାତି କରିଛନ୍ତି। ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ପାଓ୍ୱାର ୟୁପିଏ ଅଧ୍ୟକ୍ଷ ହେଲେ ସାରା ଦେଶରେ ୟୁପିଏର ଅଂଶୀଦାର ଦଳ ମଜବୁତ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି। ଶିବସେନା ପାଓ୍ୱାରଙ୍କ ବାବଦରେ କହିଛନ୍ତି, ସାରା ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ଏଭଳି ସ୍ଥିତିରେ ଏନଡିଏକୁ କାଉଣ୍ଟର କରିବା ପାଇଁ ମଜବୁତ […]

ଅଦ୍ୟତନ ହୋଇଛି
ପାଓ୍ୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରିବାକୁ ସଞ୍ଜୟଙ୍କ ଦାବି, ଜବାବ ରଖିଲା କଂଗ୍ରେସ

sharad-pawar-sanjay-rout

Advertisment

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷ ଭାବରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଦାୟିତ୍ୱ ଦିଆଯାଉ। ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣିଥରେ ପାଓ୍ୱାରଙ୍କ ପାଇଁ ଏଭଳି ଓକିଲାତି କରିଛନ୍ତି। ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ପାଓ୍ୱାର ୟୁପିଏ ଅଧ୍ୟକ୍ଷ ହେଲେ ସାରା ଦେଶରେ ୟୁପିଏର ଅଂଶୀଦାର ଦଳ ମଜବୁତ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି।

Advertisment

ଶିବସେନା ପାଓ୍ୱାରଙ୍କ ବାବଦରେ କହିଛନ୍ତି, ସାରା ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ଏଭଳି ସ୍ଥିତିରେ ଏନଡିଏକୁ କାଉଣ୍ଟର କରିବା ପାଇଁ ମଜବୁତ ସଂଗଠନର ଆବଶ୍ୟକ ରହିଛି। ଏଥିପାଇଁ ୟୁପିଏ ହିଁ ନେତୃତ୍ୱ ନେଇପାରିବ। ହେଲେ ଏହି ୟୁପିଏର ଅଧ୍ୟକ୍ଷ ଶରଦ ପାଓ୍ୱାର ହେବା ଦରକାର। ସୋନିଆ ଗାନ୍ଧୀ ୟୁପିଏର ଅଧ୍ୟକ୍ଷା ରହିଛନ୍ତି। କଂଗ୍ରେସ ସହିତ ଅନ୍ୟାନ୍ୟ ଦଳକୁ ଏକାଠି କରି ଆଗକୁ ନେବା ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନାହିଁ ଆଉ ଏବେର ସ୍ଥିତିରେ କଂଗ୍ରେସ ମଧ୍ୟ ଦୁର୍ବଳ ହୋଇଗଲାଣି। ତେଣୁ ୟୁପିଏକୁ ଆଗକୁ ବଢ଼ିବାକୁ ହେଲେ ଶରଦ ପାଓ୍ୱାର ନେତୃତ୍ୱ ନେବା ଦରକାର ବୋଲି ସଞ୍ଜୟ ରାଉତ କହିଛନ୍ତି।

ସଞ୍ଜୟ ରାଉତ ଏଭଳି ପ୍ରତିକ୍ରିୟା ରଖିବା ପରେ ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ନାସିର ହୁସେନ। ସେ କହିଛନ୍ତି ୟୁପିଏର ଅଧ୍ୟକ୍ଷା ଏବେ ସୋନିଆ ଗାନ୍ଧୀ। ଏଯାବତ ଏହି ପଦବୀ ଖାଲି ହୋଇନାହିଁ। ସୋନିଆଙ୍କ ନେତୃତ୍ୱରେ ୟୁପିଏ ଆଗକୁ ବଢ଼ୁଛି ଆହୁରି ବଢ଼ିବ ବୋଲି ସେ କହିଛନ୍ତି।

Advertisment

ସେହିପରି ଆରଜେଡି ନେତା ତଥା ସାଂସଦ ମନୋଜ ଝା କହିଛନ୍ତି, ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିବାର ସମୟ ଆସିନାହିଁ। ଏବେ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଗଲେ ବିଶ୍ୱାସଭାଜନ ହୋଇପାରିବା ସେ ବାବଦରେ ଆଲୋଚନା କରିବା ଦରକାର ବୋଲି ମନୋଜ କହିଛନ୍ତି।

ସେହିପରି ବିଜେପି ସାଂସଦ ମୀନାକ୍ଷୀ ଲେଖି ଏବଂ ଶିବ ପ୍ରତାପ ଶୁକ୍ଳା କହିଛନ୍ତି, କଂଗ୍ରେସର ସହଯୋଗୀ ଦଳ ଏବେ କହିଲେଣି କଂଗ୍ରେସର ସ୍ଥିତି ଆଉ ନାହିଁ। ୟୁପିଏର ସ୍ଥିତି କଣ ସଂସଦରେ ଜଣାପଡ଼ୁଛି। ଯାହା ବି ଅଛି ଅଂଶୀଦାର ଦଳର ସାଂସଦମାନଙ୍କୁ ନେଇ ୟୁପିଏ ଚାଲିଛି ବୋଲି ସେ କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦିଙ୍କ କାମ ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଯେପର୍ଯ୍ୟନ୍ତ ମୋଦି ସରକାର ରହିଛି ସେଯାଏ ୟୁପିଏର ନେତୃତ୍ୱ ଯିଏବି ନେଉ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe