Advertisment

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ, ସାହସ ଅଛି ତ ମୁମ୍ବାଇ ଆସ

ମୁମ୍ବାଇ: ଥମୁନି ମହାରାଷ୍ଟ୍ର ରାଜନୀତି ଝଡ। ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କଲାଣି। ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁୱାହାଟୀରେ ଯାଇ ବସିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ରହିଛି। ଏହାରି ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କୁ ଖୋଲିଖୋଲି ଚେତାବନୀ ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ […]

ଅଦ୍ୟତନ ହୋଇଛି
ଆଜି ଇଡିରେ ହାଜର ହେବେ ସଞ୍ଜୟ ରାଓତ

sanjay-raut

Advertisment

ମୁମ୍ବାଇ: ଥମୁନି ମହାରାଷ୍ଟ୍ର ରାଜନୀତି ଝଡ। ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କଲାଣି। ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁୱାହାଟୀରେ ଯାଇ ବସିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ରହିଛି। ଏହାରି ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କୁ ଖୋଲିଖୋଲି ଚେତାବନୀ ଦେଇଛନ୍ତି।

Advertisment

ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ। ଆମ ଦଳର ଗୋଟିଏ ବାପା, ସେ ହେଉଛନ୍ତି ବାଲାସାହେବ ଠାକରେ। ତାଙ୍କ ନାଁ କାହିଁକି ବ୍ୟବହାର କରୁଛ। ତମର ଶହେ ବାପା। କିଏ ଦିଲ୍ଲୀରେ କିଏ ନାଗପୁରରେ ବସିଛନ୍ତି। କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ। ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ ବୋଲି ସଞ୍ଜୟ ରାଉତ ରୋକଠୋକ ଶୁଣାଇଛନ୍ତି।

ବାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି, ପଛରୁ ଛୁରାଘାତ କରେନି। ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ କେବଳ ଗୋଟିଏ ଇସାରାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଆମେ ଏଯାଏଁ ସଂଯମତା ବଜାୟ ରଖିଛୁ। ବିଧାୟକମାନଙ୍କୁ ଜୋରଜବରଦସ୍ତି ସେଠାରେ ରଖାଯାଇଛି। କିଛି ବିଧାୟକ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଛଡା ଯାଉନାହିଁ। ଯଦି ସାହସ ଅଛି ମୁମ୍ବାଇ ଆସ। ଇସ୍ତଫା ଦେଇ ନିର୍ବାଚନ ଲଢ଼ ବୋଲି ସଞ୍ଜୟ କହିଛନ୍ତି।

Advertisment

ଗତକାଲି ଶିବସେନା ସାଂସଦ ସଞ୍ଜୟ ରାଉତ ବାଲଠାକରେଙ୍କ ନାଁରେ ଭୋଟ ମାଗିପାରିବେନି ବୋଲି ଚେତାବନୀ ଦେଇଥିଲେ। ଆଗାମୀ କାର୍ଯ୍ୟପନ୍ଥା କ'ଣ ହେବ ସେ ନେଇ ଆଜି ଶିବସେନା ବୈଠକ ଡାକିଛି। ମୁମ୍ବାଇ ଦାଦାର ସ୍ଥିତ ଶିବସେନା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ସମସ୍ତ ପଦାଧିକାରୀଙ୍କୁ ସାମିଲ ହେବାକୁ କୁହାଯାଇଛି। ଗତକାଲି ରାତିରେ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ଗୁଜରାଟରେ ସାକ୍ଷାତ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହା ପରେ ଏକନାଥଙ୍କ ବୈଠକ ଡାକିବା ବିଜେପି ଏବଂ ବିଦ୍ରୋହୀ ବିଧାୟକ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe