Advertisment

୩ ମାସ ପରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ଶେଷରେ ଜାମିନ ମିଳିଛି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଜି ଜାମିନ ଦେଇଛନ୍ତି। ଏହି ତଥାକଥିତ ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବୀଣ ରାଉତଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି। ଅଗଷ୍ଟ […]

୩ ମାସ ପରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

sanjya-raut

Advertisment

ମୁମ୍ବାଇ: ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ଶେଷରେ ଜାମିନ ମିଳିଛି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଜି ଜାମିନ ଦେଇଛନ୍ତି।

Advertisment

ଏହି ତଥାକଥିତ ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବୀଣ ରାଉତଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି। ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଇଡି ୧୦୩୪ କୋଟି ପାତ୍ରା ଚାୱାଲ ଦୁର୍ନୀତି ଘଟଣାରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା।

ଗିରଫ ପରେ ମୁମ୍ବାଇର ଅର୍ଥର ରୋଡ ଜେଲରେ ଥିବା ସଞ୍ଜୟ ରାଉତ ତାଙ୍କ ଜାମିନ ଆବେଦନରେ କହିଥିଲେ ଯେ କ୍ଷମତାର ଅପବ୍ୟବହାର ଓ ରାଜନୀତିକ ଆକ୍ରୋଶ ଯୋଗୁ ତାଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା ଯେ ମନି ଟ୍ରାଏଲରୁ ବର୍ତ୍ତିବା ପାଇଁ ସଞ୍ଜୟ ରାଉତ ପରଦା ପଛରେ ରହି ସବୁ କିଛି କରୁଥିଲେ। ସେ ହିଁ ପୂରା ଦୁର୍ନୀତିର ମାଷ୍ଟରମାଇଣ୍ଡ।

Advertisment

ଅକ୍ଟୋବର ୨୧ରେ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସଞ୍ଜୟ ରାଉତଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଶେଷରେ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି।

ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିଃ ଦ୍ୱାରା ୬୭୨ ଜଣ ଭଡ଼ାଟିଆଙ୍କ ପାଇଁ ପାତ୍ରା ଚାୱଲର ପୁନଃ ନବୀକରଣ ହେବାର ଥିଲା। ମହାରାଷ୍ଟ୍ର ହାଉସିଂ ଓ ଏରିଆ ଡେଭଲମେଣ୍ଟ ଅଥୋରିଟି(ଏମଏଚ୍‌ଏଡିଏ) ସହିତ ଏପରି କାମ କରାଯିବା ଥିଲା।

କିନ୍ତୁ ନିର୍ମାଣ ପୂର୍ବରୁ ଗୁରୁ ଆଶିଷ କଷ୍ଟ୍ରକସନ ପ୍ରାଇଭେଟ ଲିଃ ଏଫଏସ୍‌ଆଇକୁ ତୃତୀୟ ପକ୍ଷ ଡେଭଲପର୍ସକୁ ୧୦୩୪ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା। ଏହି ୧୦୩୪ କୋଟି ଟଙ୍କା ହେଉଛି ପ୍ରୋସିଡ୍ସ ଅଫ କ୍ରାଇମ(ପିଓସି)। ଏହାକୁ ବେଆଇନ ବିକ୍ରିରୁ ସଂଗ୍ରହ କରାଯାଇଥିଲା। ଏହି ୧୦୩୪ କୋଟି ପିଓସିରୁ ପ୍ରବୀଣ ରାଉତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧୨ କୋଟି ଟଙ୍କା ହାଉସିଂ ଡେଭଲପମେଣ୍ଟ ଓ ଇନଫ୍ରାଷ୍ଟ୍ରକଚର(ଏଚଡିଆଇଏଲ) ଦ୍ୱାରା ଯାଇଥିଲା ବୋଲି ଇଡି କହିଛି।

ଇଡି ଆହୁରି କହିଛି ଯେ ବର୍ତ୍ତମାନ ଯାଏ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ବେଆଇନ ଭାବେ ସଂଗ୍ରହ ହୋଇଥିବା ୧୦୩୪ କୋଟି ମଧ୍ୟରୁ ସଞ୍ଜୟ ରାଉତ ୩,୨୭,୮୫,୪୬୫ ଟଙ୍କା ନିଜର ସମ୍ପତ୍ତି ବଢ଼ାଇବାରେ ଖର୍ଚ୍ଚ କରିଛନ୍ତି। ଏଥିସହ ସେ ବିଭିନ୍ନ ମଉଜ ଟ୍ରିପ ଓ ଅନ୍ୟାନ୍ୟ ବାବଦରେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ସେପ୍ଟେମ୍ବର ୧୫ରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ଉଲ୍ଲେଖ କରାଯାଇଥିବା ଇଡି କୋର୍ଟଙ୍କୁ ଜଣାଇଥିଲା।

ଚଳିତ ବର୍ଷ ଏପ୍ରିଲ ମାସରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ ସହ ଜଡ଼ିତ ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହା ମଧ୍ୟରେ ତାଙ୍କ ପତ୍ନୀ ବର୍ଷାଙ୍କ ନାଁରେ ଥିବା ଦାଦର ସ୍ଥିତ ଫ୍ଲାଟ ଓ ଆଲିବାଗରେ ଥିବା ୮ଟି ଜମି ରହିଥିଲା। ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଜୁନ ୨୮ରେ ଇଡି ସଞ୍ଜୟ ରାଉତଙ୍କୁ ଜେରା କରିବାକୁ ସମନ କରିଥିଲା। ଏହାପରେ ତାଙ୍କୁ ଅଗଷ୍ଟ ୧ରେ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe