Advertisment

ସଞ୍ଜୟ ରାଉତଙ୍କୁ ଭଲ କରି ଶୁଣେଇଲା କଂଗ୍ରେସ

ମୁମ୍ୱାଇ: ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ୧୦୦ କୋଟି ଟଙ୍କା ମାସିକ ବଟି ଆଦାୟ କରୁଥିବା ଅଭିଯୋଗ ଏବଂ ଅମ୍ୱାନୀଙ୍କ ଘର ଆଗରେ ନିଲମ୍ୱିତ ଏପିଆଇ ବୋମା ଭର୍ତ୍ତି କାର ରଖିବା ମାମଲାରେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ଏହାରି ଭିତରେ କିନ୍ତୁ ୟୁପିଏର ଅଧ୍ୟକ୍ଷ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ହେବା ଦରକାର ବୋଲି ଶିବସେନା ନେତା ସଞ୍ଜୟ କହିଥିଲେ। ଆଉ ଏହାକୁ ନେଇ ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ସଭାପତି ତଥା […]

ଅଦ୍ୟତନ ହୋଇଛି
ସଞ୍ଜୟ ରାଉତଙ୍କୁ ଭଲ କରି ଶୁଣେଇଲା କଂଗ୍ରେସ

Sanjay

Advertisment

ମୁମ୍ୱାଇ: ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ୧୦୦ କୋଟି ଟଙ୍କା ମାସିକ ବଟି ଆଦାୟ କରୁଥିବା ଅଭିଯୋଗ ଏବଂ ଅମ୍ୱାନୀଙ୍କ ଘର ଆଗରେ ନିଲମ୍ୱିତ ଏପିଆଇ ବୋମା ଭର୍ତ୍ତି କାର ରଖିବା ମାମଲାରେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ଏହାରି ଭିତରେ କିନ୍ତୁ ୟୁପିଏର ଅଧ୍ୟକ୍ଷ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ହେବା ଦରକାର ବୋଲି ଶିବସେନା ନେତା ସଞ୍ଜୟ କହିଥିଲେ। ଆଉ ଏହାକୁ ନେଇ ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ବାଚସ୍ପତି ନାନା ପୋଟୋଲ ସଞ୍ଜୟଙ୍କୁ ଭଲ କରି ଶୁଣାଇଛନ୍ତି।

Advertisment

ନାନା ପୋଟୋଲେ କହିଛନ୍ତି, ସଞ୍ଜୟ ରାଉତ ଏବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ମୁଖପାତ୍ର ପାଲଟିଛନ୍ତି। ଯେହେତୁ ୟୁପିଏରେ ଶିବସେନା ନାହିଁ ତେଣୁ ଶିବସେନା ନେତା ସଞ୍ଜୟ ରାଉତ ଏଭଳି ମନ୍ତବ୍ୟରୁ ନିବୃତ ରହିବା ଦରକାର ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି।

ଏବେ ଏହାକୁ ନେଇ ବିଜେପି ମଧ୍ୟ ଶିବସେନାକୁ କଡ଼ା ଜବାବ ଦେଇଛି। ନାଁ ନେଇ ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଟିମର ୧୬ ନମ୍ୱର ପ୍ଲେୟାର କହୁଛି କିଏ ହେବ ଦଳର ଅଧିନାୟକ। ଯିଏ ଟିମରେ ନାହିଁ ସେ ମତାମତ ରଖିବାର କୌଣସି ଯଥାର୍ଥ ନାହିଁ ବୋଲି ଫଡ଼ନାଭିସ କହିଛନ୍ତି।

Advertisment

ନିକଟରେ ସଞ୍ଜୟ ରାଉତ କହିଥିଲେ, ସାରା ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ଏଭଳି ସ୍ଥିତିରେ ଏନଡିଏକୁ କାଉଣ୍ଟର କରିବା ପାଇଁ ମଜବୁତ ସଂଗଠନର ଆବଶ୍ୟକ ରହିଛି। ଏଥିପାଇଁ ୟୁପିଏ ହିଁ ନେତୃତ୍ୱ ନେଇପାରିବ। ହେଲେ ଏହି ୟୁପିଏର ଅଧ୍ୟକ୍ଷ ଶରଦ ପାଓ୍ୱାର ହେବା ଦରକାର। ସୋନିଆ ଗାନ୍ଧୀ ୟୁପିଏର ଅଧ୍ୟକ୍ଷା ରହିଛନ୍ତି। କଂଗ୍ରେସ ସହିତ ଅନ୍ୟାନ୍ୟ ଦଳକୁ ଏକାଠି କରି ଆଗକୁ ନେବା ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନାହିଁ ଆଉ ଏବେର ସ୍ଥିତିରେ କଂଗ୍ରେସ ମଧ୍ୟ ଦୁର୍ବଳ ହୋଇଗଲାଣି। ତେଣୁ ୟୁପିଏକୁ ଆଗକୁ ବଢ଼ିବାକୁ ହେଲେ ଶରଦ ପାଓ୍ୱାର ନେତୃତ୍ୱ ନେବା ଦରକାର।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ତିନି ଦଳ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରି ସରକାର ଗଢ଼ିଛନ୍ତି। ବିଜେପି ଛାଡ଼ି ଶିବସେନା ଏହି ଦୁଇ ଦଳ ସହ ମେଣ୍ଟ କରିଛି। ଆଉ ଏହି ମେଣ୍ଟ ପଛର ଅସଲ ନାୟକ ହେଉଛନ୍ତି ଶରଦ ପାଓ୍ୱାର। ଯେବେଠୁ ଶିବସେନା ଏହି ମେଣ୍ଟରେ ସାମିଲ ହୋଇଛି ସେବେଠୁଁ ସଞ୍ଜୟ ରାଉତ ଶରଦ ପାଓ୍ୱାରଙ୍କୁ ୟୁପିଏ ଅଧ୍ୟକ୍ଷା କରିବାକୁ ଦାବି କରୁଛନ୍ତି।

Sanjay Rout Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe