Advertisment

ସବରକରଙ୍କୁ ନେଇ ଏମଭିଏରେ ଫାଟ! ସତର୍କ କରାଇଲେ ସଞ୍ଜୟ ରାଉତ

ମୁମ୍ବାଇ: ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କୁ ନେଇ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା(ଉଦ୍ଧବ ଗୋଷ୍ଠୀ) ଓ ଏନସିପିକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ମୁକ୍ତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୟାନ ଦେଇଥିଲେ। ଏହାକୁ ବିଜେପି ବିରୋଧ କରୁଥିବା ବେଳେ ଖୋଦ୍‌ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିଥିବା ଉଦ୍ଧବ ବାଲାସାହେବ ଠାକେର(ୟୁବିଟି) ଶିବସେନା ଏହାକୁ ବିରୋଧ କରିଛି। ଏପରି କି ଶିବସେନା […]

ସବରକରଙ୍କୁ ନେଇ ଏମଭିଏରେ ଫାଟ! ସତର୍କ କରାଇଲେ ସଞ୍ଜୟ ରାଉତ

sanjya-raut

Advertisment

ମୁମ୍ବାଇ: ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କୁ ନେଇ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା(ଉଦ୍ଧବ ଗୋଷ୍ଠୀ) ଓ ଏନସିପିକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ମୁକ୍ତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୟାନ ଦେଇଥିଲେ।

Advertisment

ଏହାକୁ ବିଜେପି ବିରୋଧ କରୁଥିବା ବେଳେ ଖୋଦ୍‌ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିଥିବା ଉଦ୍ଧବ ବାଲାସାହେବ ଠାକେର(ୟୁବିଟି) ଶିବସେନା ଏହାକୁ ବିରୋଧ କରିଛି। ଏପରି କି ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ବୟାନ ମେଣ୍ଟରେ ଫାଟ ସୃଷ୍ଟି କରିପାରେ ବୋଲି ସତର୍କ କରାଇ ଦେଇଛନ୍ତି।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ କରୁଥିବା ଭାରତ ଯୋଡ଼ ଯାତ୍ରା ଲୋକପ୍ରିୟତା ହାସଲ କରୁଥିବା ଶ୍ରୀ ରାଉତ ସ୍ୱୀକାର କରିଛନ୍ତି। କିନ୍ତୁ ରାହୁଲ ଗାନ୍ଧି ମହାରାଷ୍ଟ୍ରକୁ ଆସିସବରକରଙ୍କ ସମ୍ପର୍କରେ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେବାର ନଥିଲା ବୋଲି ସେ କହିଛନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ବୟାନ ଶିବସେନା ପାଇଁ ଗ୍ରହଣୀୟ ନୁହେଁ ଓ ଏହା କଂଗ୍ରେସ ଦଳର ନେତାଙ୍କ ପାଇଁ ମଧ୍ୟ ରାଜ୍ୟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଶ୍ରୀ ରାଉତ କହିଛନ୍ତି।

Advertisment

ସଞ୍ଜୟ ରାଉତ କହିଛନ୍ତି, “ରାହୁଲ ଗାନ୍ଧିଙ୍କ ବୟାନ ପାଇଁ ଏମଭିଏରେ ଫାଟ ବା ବିବାଦ ସୃଷ୍ଟି ହୋଇପାରେ। କାରଣ ଆମ ପାଇଁ ବୀର ସବରକର ଜଣେ ସମ୍ମାନୀୟ ବ୍ୟକ୍ତି। ଶିବସେନା ସବରକରଙ୍କ ବିରୋଧରେ ଏପରି ଅପମାନ ସୂଚକ ବୟାନକୁ କେବେ ହେଲେ ଗ୍ରହଣ କରିବ ନାହିଁ। ଏହି ଠାରେ ଏହି ପ୍ରସଙ୍ଗ ଶେଷ ହେଉ।

ରାହୁଲ ଗାନ୍ଧି ମହାରାଷ୍ଟ୍ରରେ ତାଙ୍କ ଭାରତ ଯୋଡ଼ ଯାତ୍ରା ପାଇଁ ଲୋକପ୍ରିୟତା ସାଉଁଟିଛନ୍ତି। ସମଗ୍ର ଦେଶରେ ମଧ୍ୟ ଏହାକୁ ସମର୍ଥନ ମିଳୁଛି। ଭାରତ ଯୋଡ଼ ଯାତ୍ରା ମୁଦ୍ରାସ୍ଫୀତି, ବେକାରୀ, ଗଣତନ୍ତ୍ର ପାଇଁ ସୃଷ୍ଟି ହୋଇଥିବା ବିପଦ, ମହିଳା ବିରୋଧୀ ଅପରାଧ ଓ ଏକଛତ୍ରବାଦ ଶାସନ ଆଡ଼କୁ ଦେଶ କେମିତି ଯାଉଛି, ସେ ବିଷୟରେ ଲୋକଙ୍କୁ ଜଣାଇବାକୁ ଆୟୋଜନ ହେଉଛି। ତେଣୁ ଏଭଳି ସ୍ଥିତିରେ ସବରକରଙ୍କ ପ୍ରସଙ୍ଗ ଉଠାଇବାର କୌଣସି ଆବଶ୍ୟକ ନଥିଲା।

କେବଳ ଶିବସେନା ନୁହେଁ, ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ଏପରି ବୟାନ ପାଇଁ ଅସହଜ ଅନୁଭବ କରୁଛି। ରାହୁଲ ଗାନ୍ଧି ଭବିଷ୍ୟତ କଥା ଚିନ୍ତା କରନ୍ତୁ ଓ ଇତିହାସ ସୃଷ୍ଟି କରନ୍ତୁ। ଇତିହାସକୁ ପ୍ରସଙ୍ଗ କରନ୍ତୁ ନାହିଁ। ବୀର ସବରକର କେବେ ହେଲେ ବିଜେପି ଓ ଆରଏସଏସ ପାଇଁ ଗୁରୁତ୍ୱ ରଖୁ ନଥିଲେ।

ସେମାନେ ରାଜନୀତି ପାଇଁ ଏହି ପ୍ରସଙ୍ଗ ଉଠାଇଛନ୍ତି। ବୀର ସବରକରଙ୍କୁ ମହାରାଷ୍ଟ୍ର ଓ ଦେଶରେ ଅଧିକାଂଶ ଲୋକ ସମ୍ମାନ କରନ୍ତି। ଆମେ ତାଙ୍କ ପାଇଁ ଭାରତ ରତ୍ନ ଦାବି କରି ଆସୁଛୁ। କିନ୍ତୁ ସବରକରଙ୍କ ପାଇଁ ସେମାନଙ୍କ ଭଲ ପାଇବା ନକଲି କି? କାହିଁକି ବିଜେପି ସବରକାରଙ୍କୁ ଭାରତ ରତ୍ନ ଦେଉନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe