Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରିବାର ଓ ସାଂସଦ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ

ମୁମ୍ବାଇ: ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାରର ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ କରିଛି ଇଡି। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏଭଳି ଆକ୍ସନ ନେଇଛି। ୧୦୩୪ କୋଟି ଟଙ୍କା ପାତ୍ରା ଚାଉଳ ଭୂମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୧ କୋଟି ଟଙ୍କା ଜବତ କରିଛି। ଏହି ୧୧ କୋଟିରୁ ପ୍ରବିଣ ରାଉତଙ୍କ ୯ କୋଟିର ସମ୍ପତ୍ତି ରହିଥିବା […]

ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରିବାର ଓ ସାଂସଦ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ

sanjay-raut and satyendra-jain

Advertisment

ମୁମ୍ବାଇ: ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାରର ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ କରିଛି ଇଡି। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏଭଳି ଆକ୍ସନ ନେଇଛି।

Advertisment

୧୦୩୪ କୋଟି ଟଙ୍କା ପାତ୍ରା ଚାଉଳ ଭୂମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୧ କୋଟି ଟଙ୍କା ଜବତ କରିଛି। ଏହି ୧୧ କୋଟିରୁ ପ୍ରବିଣ ରାଉତଙ୍କ ୯ କୋଟିର ସମ୍ପତ୍ତି ରହିଥିବା ବେଳେ ଶବସେନା ନେତା ସଞ୍ଜୟ ରାଉତ ପତ୍ନୀଙ୍କ ୨ କୋଟିର ସମ୍ପତ୍ତି ସାମିଲ ଅଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ରାଉତ ଟ୍ୱିଟ୍‌ କରି କହିଛନ୍ତି, 'ଅସତ୍ୟମେବ ଜୟତେ।'

https://twitter.com/ANI/status/1511265492832464897?s=20&t=9iWkT11v4DGQeqMvODYEZw

Advertisment

ସେହିପରି ଅନ୍ୟ ମାମଲାଟି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାର ସହ ଜଡିତ ରହିଛି। ମନି ଲଣ୍ଡରିଂ ମାମଲାରେ ଇଡି ସତ୍ୟେନ୍ଦ୍ର ଜୈନଙ୍କ ପରିବାରର ୪ କୋଟି ୮୧ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି। କୁହାଯାଉଛି ଯେ, ଜୈନଙ୍କ ପରିବାର ଲୋକେ ଏଭଳି କିଛି ଫାର୍ମ ସହିତ ଜଡିତ ଥିଲେ ଯାହାର PMLA ଅଧୀନରେ ଯାଞ୍ଚ ଚାଲିଛି।

ଏହି ମାମଲାରେ ଯେଉଁମାନଙ୍କ ସମ୍ପତ୍ତି ଜବତ ହୋଇଛି ସେଥିରେ ଅକିଚନ୍‌ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ ଓ ଇଣ୍ଡୋ ମେଟାଲ ଇମ୍ପେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି ସାମିଲ ରହିଛି। PMLA ଅଧୀନରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

https://twitter.com/dir_ed/status/1511243875318640640?s=20&t=N4U9sF-XQQsUbuDXSkvumg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe