Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ, ପୁରୁଣା ବନ୍ଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାରେ ଆଜି ସୁପ୍ରିମକୋର୍ଟର ଶୁଣାଣି ହୋଇଛି। ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ତଦନ୍ତ କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ମୁଖ୍ୟ ରହିବେ। ସେହିପରି  ଚଣ୍ଡିଗଡ଼ ଡିଜିପି, ଏନ୍ଆଇଏର ଆଇଜି, ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ , ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ବି ସଦସ୍ୟ ରହିବେ। ଏଥିସହ କେନ୍ଦ୍ର ଓ ପଞ୍ଜାବ ସରକାର ଗଠନ କରିଥିବା କମିଟିକୁ ତଦନ୍ତ […]

ଅଦ୍ୟତନ ହୋଇଛି
‘ରାଜଦ୍ରୋହ’ କଦାପି ‘ଦେଶଦ୍ରୋହ’ ନୁହେଁ!

supreme court

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାରେ ଆଜି ସୁପ୍ରିମକୋର୍ଟର ଶୁଣାଣି ହୋଇଛି। ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ତଦନ୍ତ କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ମୁଖ୍ୟ ରହିବେ। ସେହିପରି  ଚଣ୍ଡିଗଡ଼ ଡିଜିପି, ଏନ୍ଆଇଏର ଆଇଜି, ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ , ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ବି ସଦସ୍ୟ ରହିବେ। ଏଥିସହ କେନ୍ଦ୍ର ଓ ପଞ୍ଜାବ ସରକାର ଗଠନ କରିଥିବା କମିଟିକୁ ତଦନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସୁପ୍ରିମକୋର୍ଟର ପ୍ରଧାନ ବିଚାପତି  ଏନଭି ରମଣଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଏହି ଖଣ୍ଡପୀଠରେ ଅନ୍ୟ ଦୁଇ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲି ଅଛନ୍ତି।  ଲୟେର୍ସ ଭଏସ ସଂଘ ପକ୍ଷରୁ ହୋଇଥିବା ଆବେଦନ ଉପରେ ଏହି ଶୁଣାଣି କରି  ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନାରାଲଙ୍କୁ  ଏକ ନିର୍ଦ୍ଦେଶ ଦେଇଛନ୍ତି ।  ସୁପ୍ରିମକୋର୍ଟ  କୋର୍ଟ କହିଛନ୍ତି ଯେ, ପ୍ରଧାମନନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଆୟୋଜନର  ସମସ୍ତ ଡକ୍ୟୁମେଣ୍ଟ  ସୁରକ୍ଷିତ ରହିବା ଜରୁରୀ।  ପୂର୍ବରୁ  ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ତଦନ୍ତ କମିଟିକୁ  ଜାନୁଆରୀ ୧୦ ପର୍ଯ୍ୟନ୍ତ ତଦନ୍ତ କରିପାରିବେ ନାହିଁ ବୋଲି କୋର୍ଟ କହିଥିଲେ। ଯେହେତୁ ମାମଲା ନ୍ୟାୟାଳୟରେ ପହଞ୍ଚିଛି ସେଥିପାଇଁ ତଦନ୍ତ ପ୍ରକ୍ରିୟାକୁ ବାରଣ କରିଥିଲେ କୋର୍ଟ।

ସୂଚନା ଅନୁଯାୟୀ, ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ।

Advertisment

କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭରରେ ଅଟକି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ କାରକେଡ୍‌ ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍ ଫସି ରହିଥିଲା । ଶେଷରେ ମୋଦି ଫ୍ଲାଏଓଭରରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାକୁ ନେଇ ରାଜନୀତିକ ହଟଚମଟ ହୋଇଥିଲା।

PM Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe