Advertisment

'ଆପଣ ଅସଲରେ କ’ଣ କହିଛନ୍ତି, ଅରିଜିନାଲ ଭିଡିଓ ଫୁଟେଜ ଦାଖଲ କରନ୍ତୁ'

ନୂଆଦିଲ୍ଲୀ: ଆଲୋପାଥିକ ଔଷଧ ଉପରେ ପତଞ୍ଜଳି ଟ୍ରଷ୍ଟର ମୁଖ୍ୟ ତଥା ଯୋଗଗୁରୁ ବାବା ରାମଦେବଙ୍କ ବିବୃତ୍ତି ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ କହିଛନ୍ତି, ଯେଉଁ ମନ୍ତବ୍ୟକୁ ନେଇ ବିବାଦ ବଢ଼ିଛି ଅସଲରେ ଆପଣ କ’ଣ କହିଛନ୍ତି। ତେଣୁ କୋର୍ଟରେ ସେହି ଭିଡିଓର ଅରିଜିନାଲ ଫୁଟେଜ ଜାରି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ଋଶିକେଶ ରୟଙ୍କ ଦ୍ୱାରା ଗଠିତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବାବା ରାମଦେବଙ୍କୁ ମହାରାଷ୍ଟ୍ର ସରକାରଙ୍କ ଚେତାବନୀ

ramdev

ନୂଆଦିଲ୍ଲୀ: ଆଲୋପାଥିକ ଔଷଧ ଉପରେ ପତଞ୍ଜଳି ଟ୍ରଷ୍ଟର ମୁଖ୍ୟ ତଥା ଯୋଗଗୁରୁ ବାବା ରାମଦେବଙ୍କ ବିବୃତ୍ତି ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ କହିଛନ୍ତି, ଯେଉଁ ମନ୍ତବ୍ୟକୁ ନେଇ ବିବାଦ ବଢ଼ିଛି ଅସଲରେ ଆପଣ କ’ଣ କହିଛନ୍ତି। ତେଣୁ କୋର୍ଟରେ ସେହି ଭିଡିଓର ଅରିଜିନାଲ ଫୁଟେଜ ଜାରି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ଋଶିକେଶ ରୟଙ୍କ ଦ୍ୱାରା ଗଠିତ ବେଞ୍ଚ ରାମଦେବଙ୍କ ଓକିଲ ମୁକୁଲ ରୋହତଗିଙ୍କୁ ଏହା କହିଛନ୍ତି।

Advertisment

ପ୍ରକୃତରେ ରାମଦେବ କ’ଣ କହିଛନ୍ତି ବୋଲି ସୁପ୍ରିମକୋର୍ଟ ରୋହତଗୀଙ୍କୁ ପଚାରିଥିଲେ। ହେଲେ ଯାହା ରାମଦେବା କହିଛନ୍ତି ସେ ଅନୁସାରେ ଦିଆଯାଇଥିବା ଦସ୍ତାବିଜ ଆବଶ୍ୟକ ନୁହେଁ। ତେଣୁ ରାମଦେବଙ୍କ ଯେଉଁ ବିବୃତ୍ତିକୁ ନେଇ ବିବାଦ ରହିଛି ସେହି ବିବାଦର ଅରିଜିନାଲ ଭିଡ଼ିଓ ଦାଖଲ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ତେବେ ମୁକୁଲ ରୋହାତଗି ବେଞ୍ଚକୁ କହିଛନ୍ତି ଯେ ସେ ଅନୁବାଦ ସହିତ ମୂଳ ଭିଡିଓ ପ୍ରସ୍ତୁତ କରିବେ। ବେଞ୍ଚ ମଧ୍ୟ ଏହାକୁ ଆଗାମୀ ଦିନରେ ତର୍ଜମା କରି କହି ଜୁଲାଇ ୫ ଯାଏ ଏହି ମାମଲାକୁ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ବେଳେ ଆଲୋପାଥିକ ଔଷଧ ବ୍ୟବହାର ବିରୁଦ୍ଧରେ ରାମଦେବ ମନ୍ତବ୍ୟ ଦେଇଥିଲେ।  ଏଥିପାଇଁ ବିହାର ଏବଂ ଛତିଶଗଡରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତାଙ୍କ ବିରୋଧରେ ଗୁଡାଏ ଏଫଆଇଆର ଦାଖଲ କରିଛି। ତେବେ ଏପରି ଏଫଆଇଆରକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ରାମଦେବ।

Advertisment

ଆଇଏମଏର ପାଟନା ଏବଂ ରାୟପୁର ୟୁନିଟ୍ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ କୋଭିଡ୍ ବେଳେ ରାମଦେଙ୍କ ଦ୍ୱାରା ଜାରି ମନ୍ତବ୍ୟ ଚିକିତ୍ସଙ୍କୁ ନିରୁତ୍ସାହିତ କରିପାରେ।

ରାମଦେବ ଏବେ କୋର୍ଟରେ ତାଙ୍କ ବିରୋଧରେ ପାଟନା ଏବଂ ରାୟପୁରରେ ଦାୟର ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଶୁଣାଣି ସମୟରେ ରୋହତଗୀ ବେଞ୍ଚକୁ କହିଛନ୍ତି ଯେ ରାମଦେବ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଯୋଗ ଏବଂ ଆୟୁର୍ବେଦର ସମର୍ଥକ। ସେ କହିଛନ୍ତି ଯେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାମଦେବ ହ୍ୱାଟସଆପର ଏକ ଚାଟକୁ ସେ ପଢ଼ିଥିଲେ। ଯାହା ତାଙ୍କ ପାଖକୁ ଆସିଥିଲା। ରୋହତଗୀ କହିଛନ୍ତି ଯେ ରାମଦେବ ସ୍ପଷ୍ଟ ଭାବରେ କହି ସାରିଛନ୍ତି ଯେ ଡାକ୍ତରଙ୍କୁ ନେଇ ସେ କେବେ ବିରୋଧ କରି ନାହାନ୍ତି। ତାଙ୍କ ପ୍ରତି ରାମଦେବଙ୍କର ସମ୍ମାନ ରହିଛି।

Baba Ramdev