Advertisment

ୟୁପି ହିଂସା ଘଟଣା: କେତେ ଜଣଙ୍କୁ ଗିରଫ କରିଛ, ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଘଟଣାରେ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାରେ ପୁଲିସ୍‌ ଓ ସରକାର କେତେ ଜଣଙ୍କୁ ଗିରଫ କରିଛନ୍ତି? ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏଥିସହ ଆସନ୍ତାକାଲି ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

author-image
Hemant Lenka
ଅଦ୍ୟତନ ହୋଇଛି
ୟୁପି ହିଂସା ଘଟଣା: କେତେ ଜଣଙ୍କୁ ଗିରଫ କରିଛ, ପଚାରିଲେ ସୁପ୍ରିମକୋର୍ଟ

UP1

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଘଟଣାରେ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାରେ ପୁଲିସ୍‌ ଓ ସରକାର କେତେ ଜଣଙ୍କୁ ଗିରଫ କରିଛନ୍ତି? ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏଥିସହ ଆସନ୍ତାକାଲି ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରବିବାର ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ଏହାପରେ ଘଟିଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ସାରା ଦେଶରେ ତମ୍ଭିତୋଫାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ଦୁଇ ଜଣ ଓକିଲ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯାଉ ବୋଲି ଦାବି କରି ସଜେଆଇ ଜଷ୍ଟିସ ରମନ୍ନାଙ୍କୁ ଚିଠି ଲେଖିଥିଲେ।

ଏହି ଚିଠିକୁ ଗୋଟିଏ ଜନସ୍ୱାର୍ଥ ଆବେଦନ ଭାବେ ଗ୍ରହଣ କରାଯାଇ ସୁପ୍ରିମକୋର୍ଟ ଆଜି ଶୁଣାଣି ଆରମ୍ଭ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ୟୁପି ହିଂସାର ଶୁଣାଣି କରିବାକୁ ରାଜି ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଆଜି ସିଜେଆଇ ଜଷ୍ଟିସ ରମନ୍ନା ଶୁଣାଣି ପୂର୍ବରୁ ଜନସ୍ୱାର୍ଥ ଆବେଦନ ଉପରେ ବିଚାର କରାଯାଉଛି ବୋଲି ସ୍ପଷ୍ଟ କରିଥିଲେ।

Advertisment

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଲଖିମପୁର ଖେରିରେ ଘଟିଥିବା ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ କେଉଁମାନଙ୍କୁ ଅଭିଯୁକ୍ତ? ଆପଣ ପୂରା ଘଟଣାରେ କେତୋଟି ଏଫଆଇଆର କରିଛନ୍ତି? କେଉଁମାନଙ୍କ ନାଁରେ ଏତଲା ହୋଇଛି? ଏତଲା ଭିତ୍ତିରେ କେତେ ଜଣଙ୍କୁ ଗିରଫ କରାଯାଇଛି ବୋଲି କୋର୍ଟ ଜାଣିବାକୁ ଚାହିଁଛନ୍ତି।

ଆସନ୍ତାକାଲି ଉତ୍ତର ପ୍ରଦେଶ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ମାମଲା ପରବର୍ତ୍ତୀ ଶୁଣାଣି ହେବ। ଷ୍ଟାଟସ ରିପୋର୍ଟରେ ପ୍ରାଣ ହରାଇଥିବା ୮ ଜଣଙ୍କ ବିଷୟରେ ମଧ୍ୟ ତଥ୍ୟ ରହିବ। କେଉଁମାନେ ପ୍ରାଣ ହରାଇଛନ୍ତି, ଆମେ ଜାଣିବାକୁ ଚାହୁଁଛୁ ବୋଲି କୋର୍ଟ କହିଛନ୍ତି।

Lakhimpur Kheri Updates