ଅଦାଲତ ଅବମାନନା:  ବିଜୟ ମାଲ୍ୟାଙ୍କୁ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ ମଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ପଇଠ ନକଲେ ଦୁଇ ମାସର ଅତିରିକ୍ତ ଜେଲ ଦଣ୍ଡ ମିଳିବ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ନଦେବାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜୟ ମାଲ୍ୟାଙ୍କ ବିରୋଧରେ ଆବେଦନ କରିଥିଲା ୨୦୧୭ର ଏକ ମାମଲାର ଶୁଣାଣି କରି   ସୁପ୍ରିମକୋର୍ଟଙ୍କ ୩  […]

vijay-malya

Tapas Behera
  • Published: Monday, 11 July 2022
  • , Updated: 11 July 2022, 02:52 PM IST

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ ମଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ପଇଠ ନକଲେ ଦୁଇ ମାସର ଅତିରିକ୍ତ ଜେଲ ଦଣ୍ଡ ମିଳିବ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ନଦେବାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜୟ ମାଲ୍ୟାଙ୍କ ବିରୋଧରେ ଆବେଦନ କରିଥିଲା ୨୦୧୭ର ଏକ ମାମଲାର ଶୁଣାଣି କରି   ସୁପ୍ରିମକୋର୍ଟଙ୍କ ୩  ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୭ରେ ବିଜୟ ମାଲ୍ୟା ୪୦ ମିଲିୟନ ଡଲାର ନିଜ ପିଲାମାନଙ୍କ ନାଁରେ ଟ୍ରାନ୍ସଫର କରିଥିଲେ । ବିଦେଶକୁ ଟ୍ରାନ୍ସଫର ହୋଇଥିବା ଏହି ୪୦ ମିଲିୟନ ଡଲାର ୪ ସପ୍ତାହ ମଧ୍ୟରେ ଦେବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହି ଅର୍ଥ ଟ୍ରାନ୍ସଫରକୁ କୋର୍ଟ ଅସିଦ୍ଧ ବୋଲି କହିଛନ୍ତି । ଏବେ ଏହି ସମୁଦାୟ ଅର୍ଥ ରାଶିକୁ ଗ୍ରହୀତା ୮ ପ୍ରତିଶତ ସୁଧ ସହ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪ ସପ୍ତାହ ସୁଦ୍ଧା ରିକଭରି ଅଧିକାରୀଙ୍କୁ ଏହି ଅର୍ଥ   ଫେରାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Related story