Advertisment

ଆସନ୍ତା ବର୍ଷ ଏସସିଓର ସଭାପତି  ପଦ ଗ୍ରହଣ କରିବ ଭାରତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ଏସସିଓର ସଭାପତି  ପଦ ଗ୍ରହଣ କରିବ।  ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର  ସମ୍ମିଳନୀ ଆୟୋଜନ କରିବ। ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି ।  ଏହା ସହିତ ନୂଆ ସଭାପତି ଭାରତକୁ  ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଅଭିନନ୍ଦନ  ଜଣାଇଛନ୍ତି।  ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି କହିଛନ୍ତି   ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମଧ୍ୟ ସାଂଘାଇ ସହଯୋଗ […]

ଆସନ୍ତା ବର୍ଷ ଏସସିଓର ସଭାପତି  ପଦ ଗ୍ରହଣ କରିବ ଭାରତ

modi

Advertisment

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ଏସସିଓର ସଭାପତି  ପଦ ଗ୍ରହଣ କରିବ।  ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର  ସମ୍ମିଳନୀ ଆୟୋଜନ କରିବ। ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି ।  ଏହା ସହିତ ନୂଆ ସଭାପତି ଭାରତକୁ  ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଅଭିନନ୍ଦନ  ଜଣାଇଛନ୍ତି।  ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି କହିଛନ୍ତି   ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମଧ୍ୟ ସାଂଘାଇ ସହଯୋଗ ସଂଗଠନର ନୂଆ  ସଭାପତି ଭାରତକୁ ଅଭିନନ୍ଦନ ଜଣାଇବା ସହ ସମର୍ଥନ ଘୋଷଣା କରିଛନ୍ତି।   ଉଜବେକିସ୍ତାନରେ ହେଉଥିବା ଏହି ସମ୍ମିଳନୀରେ ମୋଦୀ କହିଛନ୍ତି ଯେ,  ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ  ଭରସାକୁ ଭାରତ ସମର୍ଥନ କରୁଛି ।

Advertisment

ସେହିପରି ଆଜି ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ  ୧୦୦ରୁ ଅଧିକ ୟୁନିକର୍ଣ୍ଣ ହୋଇଗଲାଣି । ଏସସିଓ ଦେଶମାନଙ୍କ ସହିତ  ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କୋଭିଡ୍-୧୯ ମହାମାରୀକୁ କାବୁ କରୁଛି  କୋଭିଡ୍-୧୯ ଏବଂ ୟୁକ୍ରେନ୍ ସଙ୍କଟ ଯୋଗୁଁ  ବୈଶୟିକ ଯୋଗାଣ ଶୃଙ୍ଖଳରେ  କେତେକ ବାଧାବିଘ୍ନ ଘଟିଥିଲା । ଉତ୍ତମ ଯୋଗାଯୋଗ ନିମନ୍ତେ  ଆଞ୍ଚଳିକସ୍ତରରେ ଗୋଷ୍ଠୀ କରାଯିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇଛନ୍ତି  ମୋଦି।

ଭାରତର ପାରମ୍ପରିକ ଔଷଧ କ୍ଷେତ୍ରରେ ମଧ୍ୟ ସହଯୋଗିତା ପାଇଁ  ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି, ଡାକ୍ତରୀ ଓ ସୁସ୍ଥତା ପର୍ଯ୍ୟଟନ  କ୍ଷେତ୍ରରେ ବିଶ୍ୱରେ ଭାରତ ହେଉଛି ସବୁଠୁ ଶସ୍ତା ଦେଶ। ତେଣୁ, ପାରମ୍ପରିକ  ଔଷଧ ନିମନ୍ତେ ଆମେ ଏସସିଓ ଦେଶଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବା  ଉଚିତ ବୋଲି ମୋଦି କହିଛନ୍ତି।  ଉଦବୋଧନରେ ପ୍ରଧାନମନ୍ତ୍ରୀ ମୋସି  ଆନ୍ତର୍ଜାତିକ ବାଜରା ବର୍ଷକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି । ୨୦୨୩ ଅନ୍ତର୍ଜାତୀୟ  ବାଜରା ବର୍ଷ ଭାବେ ପାଳନ କରାଯିବ।   ବିକଳ୍ପ ତଥା ଶସ୍ତା ହୋଇଥିବାରୁ  ଆମେ ବାଜରାରୁ ଶକ୍ତି ହାସଲ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe