/odisha-reporter/media/post_attachments/uploads/2022/03/989.jpg)
989
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସଙ୍କଟ ଭିତରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତିଆଲୋଚନା ବସିଛି। ବେଲାରୁଷ-ପୋଲାଣ୍ଡ ସୀମାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଛି ବୈଠକ ।ବୈଠକରେ ଋଷ ଏବଂ ୟୁକ୍ରେନ୍ ପ୍ରତିନିଧିମଣ୍ଡଳ ଉପସ୍ଥିତ ଅଛନ୍ତି ।
Advertisment
ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବେଲାରୁଷରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଅନ୍ୟପଟେ ରୁଷ ରାଷ୍ଟ୍ରପତିଘଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଚାହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହେଲେ ଯୁଦ୍ଧ ବନ୍ଦ ହେବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି କହିଛନ୍ତି।
ସେହିପରି ଋଷ ତୁରନ୍ତ ଯୁଦ୍ଧ ବିରତି କରୁ ବୋଲି ୟୁକ୍ରେନ୍ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଥମେ ବୈଠକ ହୋଇଥିବା । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ଯୁଦ୍ଧ ଜାରି ରଖିଥିଲା ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ର ଅନେକ ସହରରେ କବ୍ଜା କରିସାରିଛି ରୁଷ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
